ପୁରନ୍ଦେଶ୍ୱରୀଙ୍କୁ ଜବାବ ଦେଲା ବିଜେଡି : ପରାଜୟ ପରେ କର୍ମିଙ୍କ ମନୋବଳ ବଢାଇବାକୁ ଆସିଛନ୍ତି
ଡ଼ ପାତ୍ର ମଧ୍ୟ ଅଭିଯୋଗ କରିଛନ୍ତି, ତାଙ୍କ ଦଳର ଧାମନଗର ବିଧାୟକ ବିଷ୍ଣୁ ସେଠୀ ଗତକାଲି ଏକ ସଭାରେ ଜଣେ ସାମାଜିକ କର୍ମୀଙ୍କୁ ଅସଦାଚରଣ କରିବା ଓ ମହିଳାଜଣକ ଏନେଇ ପୋଲିସରେ ଅଭିଯୋଗ କରିବା ନେଇ ବିଜେପି ଓଡ଼ିଶା ପ୍ରଭାରୀ ଅବଗତ ନାହାନ୍ତି ବୋଲି କହି କଟାକ୍ଷ କରିଛନ୍ତି
ଭୁବନେଶ୍ୱର : ବିଜେଡି ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ବିଜେପିର ଓଡ଼ିଶା ପ୍ରଭାରୀ ପୁରନ୍ଦରେଶ୍ୱରୀ ପ୍ରେସ୍ ମିଟରେ କରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି | ସସ୍ମିତ ପାତ୍ର କହିଛନ୍ତି ଯେ, ବାଲେଶ୍ୱର ଓ ତିର୍ତ୍ତୋଲରେ ପରାଜୟ ପରେ ସେ ତାଙ୍କ ଦଳୀୟ କର୍ମୀ ନେତାଙ୍କ ମନୋବଳ ବଢାଇବା ପାଇଁ ଆସିଛନ୍ତି | ବାଲେଶ୍ୱରରେ ଉପ ନିର୍ବାଚନ କ୍ଷତି ଦଳକୁ ସମ୍ପୂର୍ଣ୍ଣ ଭାବେ ବିଚଳିତ କରିଦେଇଛି ଏବଂ ତାଙ୍କ ହାତରେ ଏହା ଏକ ବିଶେଷ ଦାୟିତ୍ୱ |
ଏହା ବ୍ୟତୀତ ସେ ଯଦି କୃଷକ ସମ୍ପର୍କିତ ପ୍ରସଙ୍ଗରେ କଥା ହୋଇଥାନ୍ତେ, ତେବେ ଏହ ଭଲ ହୋଇଥାନ୍ତା | ବିଶେଷ କରି 25 ମାର୍ଚ୍ଚ 2017ରେ ସର୍ବସମ୍ମତି କ୍ରମେ ଓଡ଼ିଶା ବିଧାନସଭାରେ ହୋଇଥିବା ଏସ୍ଏସପି ସମ୍ପର୍କରେ, ଯାହାକି ଧାନର କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ 1470ଟଙ୍କାରୁ 2930ଟଙ୍କାକୁ ବୃଦ୍ଧି ପାଇଁ କରାଯାଇଥିଲା |

ଡ଼ ପାତ୍ର ମଧ୍ୟ ଅଭିଯୋଗ କରିଛନ୍ତି, ତାଙ୍କ ଦଳର ଧାମନଗର ବିଧାୟକ ବିଷ୍ଣୁ ସେଠୀ ଗତକାଲି ଏକ ସଭାରେ ଜଣେ ସାମାଜିକ କର୍ମୀଙ୍କୁ ଅସଦାଚରଣ କରିବା ଓ ମହିଳାଜଣକ ଏନେଇ ପୋଲିସରେ ଅଭିଯୋଗ କରିବା ନେଇ ବିଜେପି ଓଡ଼ିଶା ପ୍ରଭାରୀ ଅବଗତ ନାହାନ୍ତି ବୋଲି କହି କଟାକ୍ଷ କରିଛନ୍ତି |
ଅତୀତରେ ହୋଇଥିବା ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ଘଟଣାରେ ଜୟରାମ ପାଙ୍ଗୀଙ୍କ ଭୂମିକା ଥିବା ନେଇ ବିଜେପି ସିବିଆଇ ତଦନ୍ତ ଦାବି କରୁଥିଲା | କିନ୍ତୁ ସେ ବିଜେପିରେ ଯୋଗଦେବା ପରେ ଦଳ ତାଙ୍କୁ ସ୍ୱାଗତ କରିବା ସହ ନିର୍ବାଚନ ଲଢିବା ପାଇଁ ଟିକେଟ୍ ମଧ୍ୟ ଦେଇଥିଲା | ଏ ନେଇ ବୋଧେ ତାଙ୍କୁ ବିଜେପି ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ଡ଼ ପାତ୍ର କହିଛନ୍ତି |
ଏଥିସହିତ ପକ୍କାଘର ପ୍ରସଙ୍ଗରେ ବିଜେଡ଼ି ମୁଖପାତ୍ର କହିଛନ୍ତି, ସବୁଠାରୁ ଅଧିକ ସଂଖ୍ୟାରେ ପକ୍କାଘର ନିର୍ମାଣ କରିବା ନେଇ ବିଜେପି ସରକାର ପକ୍ଷରୁ ରାଜ୍ୟକୁ 5ଥର ପୁରସ୍କୃତ କରାଯାଇଛି ବୋଲି ପୁରନ୍ଦରେଶ୍ୱରୀ ଅବଗତ ନାହାନ୍ତି | ସେ ଲୋକଙ୍କୁ ମିଛ କହି ପ୍ରତାରିତ କରିବା ସହ ଭ୍ରମିତ କରି ତାଙ୍କ ଦଳର କର୍ମୀ ଏବଂ ନେତାଙ୍କ ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି, ଯାହାକି ଓଡ଼ିଶାବାସୀଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଡ଼ ପାତ୍ର ପ୍ରେସ୍ ବିବୃତ୍ତିରେ କହିଛନ୍ତି |












Click it and Unblock the Notifications