ପିପିଲି ନିର୍ବାଚନ ହାରିବ ବୋଲି ଜାଣିଛି ବିଜେପି, ବାରମ୍ବାର ହାରୁଥିବା ବିଜେପି ଏବେ ହତାଶ ଓ ନିରାଶ : ବିଜେଡ଼ି
ପାରମ୍ପରିକ ଭାବେ ଅପଚେଷ୍ଟା ଚଳାଇ ଆସିଛି ବିଜେପି । ପିପିଲି ପ୍ରଚାରରେ ବିଜେପିର ଅପଚେଷ୍ଟା ଜାରି ରହିଥିବା ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।
ଭୁବନେଶ୍ୱର : ପିପିଲି ଉପନିର୍ବାଚନ ହାରିବ ବୋଲି ଜାଣିସାରିଛି ବିଜେପି । ସାଧାରଣ ନିର୍ବାଚନ ଓ ଉପନିର୍ବାଚନରେ ବାରମ୍ବାର ହାରି ବିଜେପି ହତାଶ ଓ ନିରାଶ ଅବସ୍ଥାରେ ରହିଛି । ଯେଉଁଥିପାଇଁ ପାରମ୍ପରିକ ଭାବେ ଅପଚେଷ୍ଟା ଚଳାଇ ଆସିଛି ବିଜେପି । ପିପିଲି ପ୍ରଚାରରେ ବିଜେପିର ଅପଚେଷ୍ଟା ଜାରି ରହିଥିବା ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଡକ୍ଚର ପାତ୍ର କହିଛନ୍ତି ଯେ, 2014 ଓ 2019 ନିର୍ବାଚନରେ ବିଜେପି ଯେମିତି ଅଭ୍ୟାସଗତ ଭାବେ ପ୍ରତିଗିନ ସାମ୍ବାଦିକ ସମ୍ମିଳନୀ କରିବା ଏବଂ ନିର୍ବାଚନ ଅଧିକାରୀଙ୍କ ଦପ୍ତରକୁ ଦୌଡ଼ିବା ନାଟକ କରୁଥିଲା ବର୍ତ୍ତମାନ ପିପିଲି ଉପନିର୍ବାଚନ ସମୟରେ ମଧ୍ୟ ସେହି ନୀତି ଆପଣେଇଛି । ପାରମ୍ପରିକ ଭାବେ କଳାଟଙ୍କା ବାଣ୍ଟିବା, ହିଂସା କାଣ୍ଡ ଭିଆଇବା କାର୍ଯ୍ୟରେ ବିଜେପି ଲିପ୍ତ ରହିଛି । ଏହା ବ୍ୟତୀତ ଦଳର ଦୁଇସହଯୋଗୀ ପିପିଲିରେ 50ଲକ୍ଷ ଟଙ୍କା ସହିତ ଧରାପଡ଼ିବା ପରେ ଏହା ପ୍ରମାଣ ହୋଇଛି । ଯଦି ଏହି ଜାତୀୟ ଦଳକୁ ସାମାନ୍ୟ ଲଜ୍ଜ୍ୟା ଥାନ୍ତା, ତେବେ ବିଜେପି ଏତେ ତଳକୁ ଖସିୟାଇନଥାନ୍ତା ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ।
ଓଡ଼ିଶାବାସୀଙ୍କ ପାଖରେ ଯେତେବେଳେ ବିଜେପି ପ୍ରାସଙ୍ଗିକତା ହରାଇଛି । ଓଡ଼ିଶାବାସୀଙ୍କ ପାଖରେ ଗ୍ରହଣୀୟ ହୋଇପାରୁନାହିଁ ସେତେବେଳେ ଗଣମାଧ୍ୟମ ଜରିଆରେ ସାମ୍ବାଦିକ ସମ୍ମିଳନୀ କରି ମିଛ ଓଗାଳୁଛି । ପିପଲି ଉପନିର୍ବାଚନରେ ମଧ୍ୟ ବିଜେପିକୁ ପରାଜୟର ବାଟ ଦେଖାଇବାକୁ ପିପିଲିବାସୀ ସ୍ଥିର କରିଛନ୍ତି ବୋଲି ଡକ୍ଚର ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।












Click it and Unblock the Notifications