ଦଲାଲଙ୍କ ସୁବିଧା ପାଇଁ ଓକିଲାତି କରୁଛି ବିଜେପି : ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର

ରାଜ୍ୟରେ ଧାନକିଣା ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ସିଧସଳଖ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି । ମିଡଲ୍ ମ୍ୟାନ ବା ମଧ୍ୟସ୍ଥି ବ୍ୟବସ୍ଥା ନାହିଁ । ଦଲାଲମାନଙ୍କ ସୁବିଧା ପାଇଁ ରାଜ୍ୟରେ ବିଜେପି ନେତା ମାନେ ଓକିଲାତି କରୁଛନ୍ତି ।

ଭୁବନେଶ୍ୱର : ବିଜୁ ଜନତା ଦଳର ସରକାର ସବୁବେଳେ ଚାଷୀମାନଙ୍କ ସହ ଥିଲା ଏବଂ ଆଗକୁ ମଧ୍ୟ ରହିବ । ପଞ୍ଜୀକୃତ ହୋଇଥିବା ସମସ୍ତ ଚାଷୀଙ୍କର ସବୁ ଧାନ କିଣାଯିବ ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ଶ୍ରିମୟୀ ମିଶ୍ର । ଧାନକିଣାରେ ଅନିୟମିତା ହୋଇଥିବା ବିଜେପିର ଅଭିଯୋଗ ଏବଂ ଏହାକୁ ନେଇ ସମ୍ବଲପୁରରେ ଧାରଣା ଦେବା ପରିପ୍ରେକ୍ଷୀରେ ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର ପ୍ରେସ୍ ମିଟ୍ କରି ପ୍ରତ୍ରିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରାଜ୍ୟରେ ଧାନକିଣା ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ସିଧସଳଖ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି । ମିଡଲ୍ ମ୍ୟାନ ବା ମଧ୍ୟସ୍ଥି ବ୍ୟବସ୍ଥା ନାହିଁ । ତେଣୁ ଦଲାଲମାନେ ଲାଭବାନ୍ ହୋଇପାରୁନାହାନ୍ତି । ଏହି ଦଲାଲମାନଙ୍କ ସୁବିଧା ପାଇଁ ରାଜ୍ୟରେ ବିଜେପି ନେତା ମାନେ ଓକିଲାତି କରୁଛନ୍ତି ବୋଲି ବିଜେଡ଼ି ମୁଖପାତ୍ର କହିଛନ୍ତି ।

shreemayee-mishra

ଏହା ସବୁ ବିଜେପିର ଡ୍ରାମା । ଏହି ଡ୍ରାମା କେବଳ ଟିଭି ସିରିଏଲରେ ଭଲ ଲାଗେ । ଏଥିସହିତ ଦେଶରେ ଏକମାସରୁ ଅଧିକ ସମୟ ଧରି ଚାଲି ଚାଷୀ ଆନ୍ଦୋଳନ ଚାଲିଛି । ଏହି ପ୍ରସଙ୍ଗକୁ ନଜର ହଟାଇବା ପାଇଁ ବିଜେପିର ଏହା ଏକ ଯୋଜନା ବୋଲି ପ୍ରତ୍ୟାରୋପ କରିଛନ୍ତି ଶ୍ରୀମୟୀ ମିଶ୍ର ।

Narasingh-Mishra

ଅନ୍ୟପକ୍ଷରେ ବିଜେପି ନେତାଙ୍କ ଧାରଣାରେ ବସିବା ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ଭାରତର ପ୍ରଧାନମନ୍ତ୍ରୀ ଯଦି ଥାନାରେ ବସିବେ, ଆନ୍ଦୋଳନ କରିବେ ତାହେଲେ ଗଣତନ୍ତ୍ର ଶେଷ ହୋଇଯିବ । ବିଜେପି ହାତରେ ସମ୍ପୂର୍ଣ୍ଣ କ୍ଷମତା ରହିଛି । ସେ ଧାନ କିଣିପାରିବ । ଯାହା ହାତରେ କ୍ଷମତା ଅଛି, ଯିଏ କାମ କରୁ । ଚାଷୀଙ୍କ ଦାବିକୁ ଶୁଣିବା କଥା । ବିଜେପି ନେତା ଆନ୍ଦୋଳନ କରିବା ହାସ୍ୟସ୍ପଦ । ଏହା ପଛରେ ବଜେପିର ହୀନ ରାଜନୀତି ରହିଛି । କର୍ତ୍ତବ୍ୟ ନକରି ବିଜେପି ନେତା ଥାନାରେ କାହିଁକି ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର ।

ସୂଚନାଯୋଗ୍ୟ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ଆଖପାଖ ଅଞ୍ଚଳର 10ରୁ ଅଧିକ ବିଜେପି ନେତା ରାତି ସାରା ଥାନାରେ ରହିଥିଲେ । ଦୀର୍ଘ ଦିନ ଧରି ଲାଗି ରହିଥିବା ମଣ୍ଡି ସମସ୍ୟାକୁ ନେଇ ବିଜେପି ନେତା ଚାଷୀ ଅଧିକାର ରାଲି କରିଥିଲେ । ଏହି ସମୟରେ ସେମାନେ ସମ୍ବଲପୁର ଆର୍‌ଡିସି ଅଫିସ୍ ଘେରାଉ କରିଥିଲେ । ଆର୍‌ଡିସି ଅଫିସ୍‌ ସମ୍ମୁଖରେ ହୋ-ହଲ୍ଲା କରିବା ସହ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ପୋଲିସ ବିଜେପି ନେତା ମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ପରେ ଥାନାରେ ମଧ୍ୟ ବିଜେପି ନେତା ରାତି ସାରା ଆନ୍ଦୋଳନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+