Get Updates
Get notified of breaking news, exclusive insights, and must-see stories!

ପ୍ରତିଟି ମା' ଭିତରେ ଅଛି ନେତୃତ୍ୱ, ତାର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେବ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜୁ ଜନତା ଦଳର ସବୁ କାର୍ଯ୍ୟକ୍ରମରେ ମା' ମାନେ ଫୋକସରେ ରହିଛନ୍ତି । ନବେ ଦଶକରେ ମା'ମାନଙ୍କ ଅଧିକାରୀ ପାଇଁ ବିଜୁ ବାବୁ ସାରା ଦେଶରେ ଐତିହାସିକ ପଦକ୍ଷେପ ନେଇଥିଲେ । ଏହାକୁ ଆମେ ଆହୁରି ଆଗକୁ ନେଇ ପଞ୍ଚାୟତ ସ୍ତରରେ 50 ଶତକଡା ସଂରକ୍ଷଣ କରିଛୁ ।

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ବିଜେଡି କାର୍ଯ୍ୟାଳୟରେ ପାଳନ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି ଅବସରରେ ବିଜେଡି ମହିଳା ସମାବେଶରେ ନିଜ ଅଭିଭାଷଣ ରଖିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ କହିଛନ୍ତି, ବିଜୁ ଜନତା ଦଳର ସବୁ କାର୍ଯ୍ୟକ୍ରମରେ ମା' ମାନେ ଫୋକସରେ ରହିଛନ୍ତି । ନବେ ଦଶକରେ ମା'ମାନଙ୍କ ଅଧିକାରୀ ପାଇଁ ବିଜୁ ବାବୁ ସାରା ଦେଶରେ ଐତିହାସିକ ପଦକ୍ଷେପ ନେଇଥିଲେ । ଏହାକୁ ଆମେ ଆହୁରି ଆଗକୁ ନେଇ ପଞ୍ଚାୟତ ସ୍ତରରେ 50 ଶତକଡା ସଂରକ୍ଷଣ କରିଛୁ । ମା'ମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବିଜୁ ଜନତା ଦଳ ଉତ୍ସର୍ଗିକୃତ ହୋଇ କାମ କରିଛି ବୋଲି ସେ କହିଛନ୍ତି ।

Naveen Patnaik

ଆହୁରି ମଧ୍ୟ ନବୀନ କହିଛନ୍ତି ମା'ମାନେ ହେଉଛନ୍ତି ବର୍ଣ୍ଣ ଲିଡର । ଘର ଦାୟୀତ୍ୱ, ପିଲାଙ୍କ ଦାୟୀତ୍ୱ ଠିକ୍ ଭାବରେ ନେଇ ପାରୁଛନ୍ତି । ଦେଶ ଓ ସମାଜର ଦାୟୀତ୍ୱ ନେବାରେ କୌଣସି ଅସୁବିଧା ନାହିଁ । ପ୍ରତିଟି ମା' ଭିତରେ ରହିଛି ନେତୃତ୍ୱ, ଆମକୁ ତାର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେବ । ନାରୀ ଶକ୍ତିକୁ ଦେଶର ବିକାଶରେ ଉପଯୋଗ କରିବାକୁ ହେବ । ମା'ମାନଙ୍କ ପାଇଁ ସଂସଦ ଓ ବିଧାନସଭାରେ 33 ଶତକଡା ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ଦାବି କରି ଆସୁଛି । ଏହି ଦାବି ନେଇ ସାରା ଦେଶରେ ଆମେ ସଚେତନ ସୃଷ୍ଟି କରୁଛୁ । ଗତ ସାଧାରଣ ନିର୍ବାଚନରେ 33 ଶତକଡା ମହିଳାଙ୍କୁ ଆମେ ଟିକେଟ୍ ଦେଇଥିଲୁ । ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ । ବିନା ସୁଧରେ ଋଣ ହେଉ କିମ୍ବା ପାଞ୍ଚ ହଜାର କୋଟି ଟଙ୍କାର ସରକାରୀ କାମ, 7 ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା, ମା'ମାନଙ୍କ କଲ୍ୟାଣ ଲ୍ୟାଣ୍ଡ ରାଇଟ୍ସ, ପ୍ରପୋଟି ରାଇଟସ, ରାସନ କାର୍ଡ, ଝିଅମାନଙ୍କ ପଢିବା ପାଇଁ ହଷ୍ଟେଲ, ସ୍କଲାରସିପ୍,ଓ୍ୱାର୍କି ଓ୍ୱିମେନ୍ ହଷ୍ଟେଲ ଭଳି ଅନେକ କାର୍ଯ୍ୟକ୍ରମ କରାଯାଉଛି । ମା'ମାନଙ୍କ କଲ୍ୟାଣ ପାଇଁ ବିଜୁ ଜନତା ଦଳର ଲଢେଇ ଜାରି ରହିବ ବୋଲି ଶେଷରେ କହିଛନ୍ତି ନବୀନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+