Get Updates
Get notified of breaking news, exclusive insights, and must-see stories!

ଉପନିର୍ବାଚନ ବିଜୟର ଶ୍ରେୟ ସମସ୍ତଙ୍କର : ବିଜେଡି ସୁପ୍ରିମୋ

ଉପନିର୍ବିବାଚନ ବିଜୟର ସମସ୍ତ ଶ୍ରେୟ ବାଲେଶ୍ୱର ଓ ତିର୍ତ୍ତୋଲବାସୀଙ୍କର | ବିଜେଡି ଦଳ କଥାରେ ନୁହଁ, କାମରେ ବିଶ୍ୱାସ କରେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି | ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ସବୁ ପୂରଣ କରାଯିବ ବୋଲି ସେ କହିଛନ୍ତି |

ଭୁବନେଶ୍ୱର : ଉପନିର୍ବାଚନରେ ବିଜୟ ପରେ ଉଭୟ ବାଲେଶ୍ୱର ଏବଂ ତିର୍ତ୍ତୋଲବାସୀଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି | ଭିଡିଓ କନଫରେନ୍ସିଂ ଜରିଆରେ ଉଦବୋଧନ ଦେଇ ନବୀନ ପଟ୍ଟନାୟକ କହିଛନ୍ତି, ଉପନିର୍ବାଚନରେ ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଦଳକୁ କାମ କରିବାର ସୁଯୋଗ ଦେଇଥିବାରୁ ଜନସାଧାରଣଙ୍କ ନିକଟରେ ଋଣି | ଏହି ବିଜୟର ସମସ୍ତ ଶ୍ରେୟ ବାଲେଶ୍ୱର ଓ ତିର୍ତ୍ତୋଲବାସୀଙ୍କୁ ଦେଇଛନ୍ତି | ବିଜେଡି ଦଳ କଥାରେ ନୁହଁ, କାମରେ ବିଶ୍ୱାସ କରେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି | ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ସବୁ ପୂରଣ କରାଯିବ ବୋଲି ସେ କହିଛନ୍ତି |

Naveen Patnaik

ବିଜେଡି ସଭାପତି ନବୀନ ପଟ୍ଟନାୟକ ବାଲେଶ୍ୱର ଓ ତିର୍ତ୍ତୋଲରେ ନବନିର୍ବାଚିତ ବିଧାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି | କୋଭିଡ୍ ସମୟରେ ପ୍ରଚାର ଏତେ ସହଜ ନଥିଲା | ଦଳର ବିଜୟ ପାଇଁ ସ୍ଥାନୀୟବାସିନ୍ଦା ବହୁ ପରିଶ୍ରମ କରିଛନ୍ତି | ନେତାମାନେ ଦକ୍ଷତାର ସହ ପ୍ରଚାର କରିଛନ୍ତି | ବିଶେଷ କରି ମା ମାନେ ବିଜେଡିକୁ ଆଶୀର୍ବାଦ କରିଛନ୍ତି | ତୃଣମୂଳସ୍ତରରେ ଭୋଟରମାନଙ୍କ ପାଖକୁ ଯାଇ ସେମାନଙ୍କୁ ଧନ୍ୟବାଦ ଦେବା ସହ ନିଜ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି |

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ସୁଶାସନ ଚାଲିଛି | ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ଯେଉଁମାନେ ବିଜେଡିକୁ ଭୋଟ ଦେଇଛନ୍ତି, ସେମାନଙ୍କୁ ଧନ୍ୟବାଦ ଜଣାଇବି ବୋଲି କହିଛନ୍ତି, ନବନିର୍ବାଚିତ ବିଧାୟକ ସ୍ୱରୂପ ଦାସ |

ଏହି ଅବସରରେ ନବନିର୍ବାଚିତ ବିଧାୟକ ବିଜୟ ଶଙ୍କର କହିଥିଲେ, ମୁଖ୍ୟମନ୍ତ୍ରୀ ଓ ତିର୍ତ୍ତୋଲବାସୀଙ୍କ ଆଶୀର୍ବାଦରୁ ଉପନିର୍ବାଚନରେ ବିଜୟୀ ହୋଇଛି | ବିଗତ ଦିନରେ ବାପା ବିଷ୍ଣୁ ଦାସ ଓ ପ୍ରିୟ ନେତା ନବୀନ ପଟ୍ଟନାୟକ ତିର୍ତ୍ତୋଲ ଅଞ୍ଚଳ ପାଇଁ ଅନେକ ଭଲ କାମ କରିଛନ୍ତି, ମୁଁ ତାହା ବଜାୟ ରଖିବି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+