ସମାଜ ଓ ଓଡ଼ିଶାର ପରିବର୍ତ୍ତନକୁ ସାକାର କରିବା ପାଇଁ ମା ମାନେ ଆନ୍ଦୋଳନରେ ସାମିଲ ହୁଅନ୍ତୁ : ମୁଖ୍ୟମନ୍ତ୍ରୀ
ବିଜୁ ଜନତା ଦଳ ଏବେ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି | ସଂସଦ ଓ ବିଧାନସଭାରେ ମହିଳାଙ୍କ ସଂରକ୍ଷଣ ପାଇଁ ବିଜେଡି ସବୁ ସ୍ତରରେ ଲଢେଇ ଜାରି ରଖିବ ବୋଲି ସେ କହିଛନ୍ତି |
ଭୁବନେଶ୍ୱର : ଆଜି ବିଜୁ ଜନତା ଦଳର 24ତମ ପ୍ରତିଷ୍ଠା ଦିବସ | ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସମେତ ରାଜ୍ୟ ବିଜେଡ଼ି ମୁଖ୍ୟାଳୟରେ ପାଳନ କରାଯାଉଛି ପ୍ରତିଷ୍ଠା ଦିବସ | ଏହି ଅବସରରେ ବିଜେଡ଼ି ସଭାପତି ଭାର୍ଚୁଆଲ ମାଧ୍ୟମରେ ଯୋଗଦେଇ ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମାଜ ତଥା ଓଡ଼ିିଶାରେ ମା ମାନେ ଚାହୁଁଥିବା ପରିବର୍ତ୍ତନକୁ ସାକାର କରିବା ପାଇଁ ଏହି ସାମାଜିକ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି | ସେ କହିଛନ୍ତି ବିଜୁ ଜନତା ଦଳ ଏବେ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି | ସଂସଦ ଓ ବିଧାନସଭାରେ ମହିଳାଙ୍କ ସଂରକ୍ଷଣ ପାଇଁ ବିଜେଡି ସବୁ ସ୍ତରରେ ଲଢେଇ ଜାରି ରଖିବ ବୋଲି ସେ କହିଛନ୍ତି |

ଏଥି ସହିତ ସମସ୍ତ କର୍ମୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, 'ନିର୍ବାଚନ ଆସିଲେ ଜାତୀୟ ଦଳ ଗୁଡ଼ିକ ସେମାନଙ୍କ ଘୋଷଣାପତ୍ରରେ ମହିଳା ସଂରକ୍ଷଣ ନେଇ ବହୁତ କଥା କହିଥାନ୍ତି | କିନ୍ତୁ ନିର୍ବାଚନ ସରିଗଲେ ସେ କଥାକୁ ଆରାମରେ ଭୁଲିଯାଉଛନ୍ତି | ଆମ ମୋଟ ଜନସଂଖ୍ୟାର ଅଧା ଲୋକଙ୍କ ଅଧିକାରକୁ ଆମେ ଛଡ଼ାଇନେଇ ପାରିବା ନାହିଁ | ତେଣୁ ସେମାନେ ରାଜନୈତିକ କ୍ଷେତ୍ରରେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିବା ଉଚିତ୍ | ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ ହେଲେ ମଧ୍ୟ ସଂସଦ ଓ ବିଧାନସଭାରେ ମହିଳାମାନଙ୍କୁ 33 ପ୍ରତିଶତ ସଂରକ୍ଷଣ ଦେବାକୁ ତାର ସ୍ୱରକୁ ଆହୁରି ଜୋରଦାର କରିବ |'

ଏଥିସହିତ ଏବେଠାରୁ ଲୋକସଭା, ରାଜ୍ୟସଭା ଏବଂ ବିଧାନସଭାର ପ୍ରତି ଅଧିବେଶନରେ ବିଜୁ ଜନତା ଦଳ ମହିଳା ସଂରକ୍ଷଣ ବିଷୟ ଜାତୀୟ ଦଳମାନଙ୍କୁ ମନେପକାଇଦେବ | ପ୍ରତ୍ୟେକ ସ୍ଥାନରେ ଏ ବିଷୟରେ ଆମେ ଉଠାଇବୁ | ମହିଳାଙ୍କୁ ସେମାନଙ୍କ ହକ୍ ମିଳିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଉଭୟ ରାଜ୍ୟ ଓ ଜାତୀୟସ୍ତରରେ ଲଢେଇ ଜାରି ରଖିବ ବୋଲି ବିଜେଡ଼ି ସୁପ୍ରିମୋ କହିଛନ୍ତି |

ବିଜୁ ଜନତା ଦଳ ଭାରତର ସବୁ ମହିଳାଙ୍କ ନିକଟରେ ଏ ଆହ୍ୱାନ ପହଞ୍ଚାଇବ | ଗାଁ ଗାଁରେ ଘରେ ଘରେ ମା ମାନଙ୍କୁ ସଚେତନ କରାଇବା ସହ ଏହାକୁ ଏକ ଆନ୍ଦଳନର ରୂପ ଦିଆଯିବ ବୋଲି ସେ କହିଛନ୍ତି | ଏଥିସହିତ ଓଡ଼ିଶାରେ 80 ଲକ୍ଷ ମହିଳା ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହେବା ସହ ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ ଦାୟିତ୍ୱ ତୁଲାଉଥିବା ନେଇ ନବୀନ କହଛନ୍ତି | ଏଥିସହିତ ସେ ସହିଛନ୍ତି, 'ମହିଳା ସଶକ୍ତିକରଣ ହିଁ ଦେଶର ସଶକ୍ତିକରଣ | ଏହା ବ୍ୟତୀତ କୌଣସି ପରିବାର, ସମାଜ, ରାଜ୍ୟ କିମ୍ବା ଦେଶ ଉନ୍ନତି କରିପାରିବ ନାହିଁ |'
ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସରେ ଓଡ଼ିଶାର ଜନସାଧାରଣଙ୍କ ସମେତ ଦଳର କର୍ମୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା। ଆପଣଙ୍କ ଅକୁଣ୍ଠ ଭଲପାଇବା, ଆଶୀର୍ବାଦ ଓ ଉତ୍ସର୍ଗୀକୃତ କାର୍ଯ୍ୟ ବଳରେ @bjd_odisha ଲୋକମାନଙ୍କ ଦଳ ସାଜିଛି। ଆସନ୍ତୁ ଏହି ସମ୍ପର୍କକୁ ଅତୁଟ ରଖି ଏକ ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ଆଗକୁ ବଢ଼ିବା।#BJDFoundationDay pic.twitter.com/X0GfT7x8qf
— Naveen Patnaik (@Naveen_Odisha) December 26, 2020
ଏହି ଅବସରରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ମନେପକାଇ ସେ କହିଛନ୍ତି, ପଞ୍ଚାୟତ ଓ ନଗରପାଳିକା ଏବଂ ସରକାରୀ ଚାକିରୀ କ୍ଷେତରେ 33 ପ୍ରତିଶତ ସଂରକ୍ଷଣ କରି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲେ | ତାଙ୍କ ଆଦର୍ଶରେ ଚାଲିଥିବା ଆମ ସରକାର ପଞ୍ଚାୟତ ଓ ନଗରପାଳିକାମାନଙ୍କରେ ମା ମାନଙ୍କ ପାଇଁ 50 ପ୍ରତିଶତ ସଂରକ୍ଷଣ କରିଛନ୍ତି | ବିଜୁ ଜନତା ଦଳ ଏକ ମାତ୍ର୍ ଦଳ ଯିଏକି 2019 ସାଧାରଣ ନିର୍ବାଚନରେ 33 ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଇଥିଲା | ଏଥିସହିତ ବିଜୁବାବୁଙ୍କ ଆଦର୍ଶରେ ଗଠିତ ସାଢେ ଚାରିକୋଟି ଓଡ଼ିଆଙ୍କ ପ୍ରିୟ ଦଳ, ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଲକ୍ଷ ଲକ୍ଷ କର୍ମୀ ଭାଇଭଉଣୀଙ୍କ ପରିଶ୍ରମ ଯୋଗୁଁ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି |












Click it and Unblock the Notifications