Get Updates
Get notified of breaking news, exclusive insights, and must-see stories!

ପଦାରେ ପଡ଼ିଛି ଧର୍ମେନ୍ଦ୍ରଙ୍କ ଦୋମୁହାଁ ନୀତି - ସସ୍ମିତ ପାତ୍ର

ଭୁବନେଶ୍ୱର: ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡ଼ିର ଶକ୍ତ ଜବାବ । ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ସେ କିପରି ଆପଣେଇ ନେଉଥଛନ୍ତି ସେ ନେଇ ପାଲଟା ପ୍ରଶ୍ନ କରିଛନ୍ତି ବିଜେଡ଼ି ନେତା ସସ୍ମିତ ପାତ୍ର ।

BJP-BJD

ବିଜେଡିରୁ ବହିଷ୍କୃତ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରସଙ୍ଗ ଉଠାଇ ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ଜଣେ ବ୍ୟକ୍ତି ଗୁଣ୍ଡାଗିରି ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ । ତାଙ୍କୁ ବିଜେପି କେମିତି ଗ୍ରହଣ କରୁଛି ? ଆପଣ ଓଡିଶାର ଲୋକଙ୍କୁ କିପରି ସାମ୍ନା କରିବେ ? ଗଣତନ୍ତ୍ର ବିଷୟରେ ଆପଣଙ୍କର ସମସ୍ତ କଥା କେବଳ ଲୋକ ଦେଖାଣିଆ । ଏଥିରୁ ବିଜେପିର ଦୋମୁହାଁ ନୀତି ପଦାରେ ପଡିଛି ବୋଲି ଓଡିଶାବାସୀ ଜାଣିଥିବା ଡକ୍ଟର ପାତ୍ର କହିଛନ୍ତି ।

ତତ୍କାଳୀନ ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ବାଲୁଗାଁରେ ବିଜେପିର ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ 2012 ରେ ଆକ୍ରମଣ କରିଥିଲେ । ତୁରନ୍ତ ଜଗଦେବଙ୍କୁ ବିଜେଡିରୁ ନିଲମ୍ବନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ତାଙ୍କୁ ଦଳରୁ ବହିଷ୍କାର ମଧ୍ୟ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ହିଂସା ଓ ଗୁଣ୍ଡାଗର୍ଦ୍ଦିରେ ବିଶ୍ବାସ କରନ୍ତିନି । ଏହାସତ୍ତ୍ୱେ ବି ପ୍ରଶାନ୍ତଙ୍କୁ ବିଜେପି ଆପଣେଇବାକୁ ସଙ୍କୋଚ କରୁନି ।ବିଜେପିରେ ଯୋଗ ଦେବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଶୀର୍ବାଦ ନେଉଛନ୍ତି ଜଗଦେବ । ଏହାଦ୍ୱାରା କେଉଁ ଉଦାହରଣ ସୃଷ୍ଟି କରିବାକୁ ଧର୍ମେନ୍ଦ୍ର ଚାହୁଁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି ।

ଏନେଇ ରାଜ୍ୟବାସୀଙ୍କୁ କଣ ଉତ୍ତର ଦେବେ । ଗୁଣ୍ଡାଗର୍ଦ୍ଦି ପାଇଁ ଯେଉଁ ନେତାଙ୍କୁ ବିଜେଡି ଦଳରୁ ବହିଷ୍କାର କରିଛି, ତାଙ୍କୁ କୋଳେଇ ନେଇ ବିଜେପି କେବଳ ରାଜନୈତିକ ଫାଇଦା ଉଠାଇବାକୁ ଚାହୁଁଛି । ଗଣତନ୍ତ୍ରକୁ ନେଇ ଧର୍ମେନ୍ଦ୍ରଙ୍କ ବୟାନ ଧୁଆଁବାଣ, ଏକଥା ଲୋକେ ଜାଣିବେ ବୋଲି ସସ୍ମିତ କହିଛନ୍ତି ।

ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ବିଜେଡି ସାଧାରଣ ଜୀବନରେ କୌଣସି ପ୍ରକାର ହିଂସା କିମ୍ବା ବାଧା ସୃଷ୍ଟି ଉପରେ ବିଶ୍ୱାସ କରେ ନାହିଁ । ଆମ ସୂଚନା ଅନୁଯାୟୀ ସେଭଳି କୌଣସି ଅଘଟଣ ଘଟି ନଥିଲା । ଯଦି ଏହା ଘଟିଥାନ୍ତା ତେବେ ବିଜେଡି ପ୍ରଥମେ ଏହାକୁ ନିନ୍ଦା କରିଥାନ୍ତା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+