Get Updates
Get notified of breaking news, exclusive insights, and must-see stories!

ନିର୍ବାଚନ ଆଗରୁ ମାନସ ମଙ୍ଗରାଜଙ୍କୁ ଗୁରୁ ଦାୟିତ୍ୱ, ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର: 2024 ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କଲାଣି ଶାସକ ବିଜେଡି । ଏଥି ମଧ୍ୟରେ ବିଜେଡି ସାଂସଦଙ୍କୁ ଦିଆଯାଇଛି ନୂଆ ଦାୟିତ୍ୱ । ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି ସାଂସଦ ମାନସ ମଙ୍ଗରାଜ । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ରହିଛି 7 ଟି ବିଧାନସଭା ଆସନ ।

Manas Ranjan Mangaraj

ପୂର୍ବରୁ ବ୍ରହ୍ମପୁର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ ମାନସ ମଙ୍ଗରାଜ । ଆଉ ଏବେ ମାନସଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ରର ଦାୟିତ୍ୱ ଦିଆଯାଇଛି । ସେହିପରି ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଳି ଦାୟିତ୍ୱ ମିଳିଛି । ଗୌତମ ବୁଦ୍ଧ ଦାସଙ୍କୁ ଦେବଗଡ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସେହିଭଳି ଅମରେଶ ଜେନାଙ୍କୁ ମିଳିଛି ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ।

ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ ଘୋଷଣା କରିଛନ୍ତି । ବିଜୁ ଜନତା ଦଳ ପ୍ରେସ ରିଲିଜ ଜରିଆରେ ଏହି ସୂଚନା ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+