କରୋନା ଟୀକାକରଣରେ ସାହାଯ୍ୟ ନେଇ 20 ଧନୀଙ୍କୁ ବିଜେଡ଼ି ସାଂସଦଙ୍କ ଆହ୍ୱାନ
ଶନିବାର ବିଜେଡି ଜାତୀୟ ମୁଖପାତ୍ର ଡ ଅମର ପଟ୍ଟନାୟକ ଦେଶର ଶ୍ରେଷ୍ଠ 20 ଧନୀ ଭାରତୀୟଙ୍କୁ ମାତୃଭୂମି ପ୍ରତି କର୍ତ୍ତବ୍ୟର ଅଂଶ ଭାବରେ ଅତି କମରେ 25% ଭାରତୀୟଙ୍କୁ ଟୀକାକରଣର ଭାର ବହନ କରିବାକୁ ଆହ୍ୱାନ କରିଛନ୍ତି ।
ଭୁବନେଶ୍ୱର : ଦେଶରେ କରୋନା ମହାମାରୂ ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ସାହାଯ୍ୟ କରିବାକୁ ବିଜୁ ଜନତା ଦଳର ସାଂସଦ ଆହ୍ୱାନ କରିଛନ୍ତି । ଶନିବାର ବିଜେଡି ଜାତୀୟ ମୁଖପାତ୍ର ଡ ଅମର ପଟ୍ଟନାୟକ ଦେଶର ଶ୍ରେଷ୍ଠ 20 ଧନୀ ଭାରତୀୟଙ୍କୁ ମାତୃଭୂମି ପ୍ରତି କର୍ତ୍ତବ୍ୟର ଅଂଶ ଭାବରେ ଅତି କମରେ 25% ଭାରତୀୟଙ୍କୁ ଟୀକାକରଣର ଭାର ବହନ କରିବାକୁ ଆହ୍ୱାନ କରିଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି, " ମୁଁ ଦେଶର ଶ୍ରେଷ୍ଠ 20 ଜଣ ଧନୀ ବ୍ୟକ୍ତି/କମ୍ପାନୀଙ୍କୁ ଆହ୍ୱାନ କରୁଛି । ଆପଣମାନେ ମାତୃଭୂମି ପ୍ରତି କର୍ତ୍ତବ୍ୟର ଅଂଶ ଭାବରେ ଅତି କମରେ 25% ଭାରତୀୟଙ୍କୁ ଟୀକାକରଣର ଭାର ବହନ କରିପାରିବେ ନାହିଁ ? ଆପଣଙ୍କର କେବଳ ଗୋଟିଏ ବର୍ଷର ଲାଭରୁ ଏହା କରିପାରିବେ । ଯଦି କୌଣସି ସମୟ ଆସିଥାଏ ଫେରାଇବାର, ତେବେ ଏହା ହେଉଛି ପ୍ରକୃତ ସମୟ । ମୁଁ ନିଶ୍ଚିତ ଯେ, ଏଥିପ୍ରତି ସେୟାର ହୋଲ୍ଡରମାନେ ଆଗ୍ରହୀ ହେବେ ।"
I appeal to top20 wealthy Indians/ companies! Can't you shoulder the burden of vaccinating atleast 25% Indians as part of your duty to Motherland? Infact some of you can, just from one year of profits! If theres a time to give back, it's NOW! I'm sure shareholders would agree.1/2 pic.twitter.com/oKsDzHI30o
— Dr. Amar Patnaik (@Amar4Odisha) April 24, 2021
ମହାମାରୀରେ ଲକ୍ଷ ଲକ୍ଷ ଭାରତୀୟ ଦାରିଦ୍ର୍ୟର ସମ୍ମୁଖୀନ ହୋଇଥିବାବେଳେ ସେହି ସମୟରେ ଭାରତୀୟ କୋଟପତିଙ୍କ ସମ୍ପତ୍ତି ବହୁ ପରିମାଣରେ ବୃଦ୍ଧି ପାଇଛି ବୋଲି ମଧ୍ୟ ସେ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି । ଏଥିସହିତ ସେ ଟ୍ୱିଟରେ ଦେଶର ପ୍ରମୁଖ 20 ଜଣ ଧନୀ ବ୍ୟକ୍ତିଙ୍କର ତାଲିକା ମଧ୍ୟ ପ୍ରକାଶ କରିଛନ୍ତି ।












Click it and Unblock the Notifications