ପୁରୀ ସଂସଦୀୟ କ୍ଷେତ୍ର ପାଇଁ ବିଜେଡ଼ିର ଟିକେଟ୍ କସରତ, ନବୀନ ନିବାସରେ ଚାଲିଛି ବୈଠକ
Lok Sabha Election 2024: ନିର୍ବାଚନ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ଟିକେଟ୍ କସରତ । କେଉଁ ଆସନରୁ କିଏ ପ୍ରାର୍ଥୀ ହେବେ ସେ ନେଇ ଦଳମାନେ ପ୍ରାର୍ଥୀ ଚୟନ କରୁଛନ୍ତି । ଆଶାୟୀ ପ୍ରାର୍ଥୀଙ୍କ ସଙ୍ଗଠନ, ତାଙ୍କ ଉପରେ ସ୍ଥାନୀୟ ନେତାଙ୍କ ମନ୍ତବ୍ୟ ଆଦି ନେଇ ଚୟନ ହେଉଛି ପ୍ରାର୍ଥୀ ।

ଏଥି ମଧ୍ୟରେ ବିଜେଡ଼ି ପୁରୀ ସଂସଦୀୟ କ୍ଷେତ୍ରରୁ ଆରମ୍ଭ କରିଛି ଟିକେଟ୍ କସରତ । ସୋମବାର ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ଚୟନ ନେଇ ବସିଛି ବୈଠକ । ପୁରୀ ସଂସଦୀୟ କ୍ଷେତ୍ରର ନେତା ଏବଂ ବିଧାୟକଙ୍କ ସହ ବୈଠକ କରୁଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଧାୟକ ଏବଂ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକଙ୍କୁ ନେଇ ଉକ୍ତ ବୈଠକ ବସିଛି ।
ବୈଠକରେ ପାଇଁ ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ମହାରଥୀ ଉପସ୍ଥିତ ଅଛନ୍ତି । ସଂଜୟ ଦାସବର୍ମା ଓ ଶୁଭାଶିଷ ଖୁଣ୍ଟିଆ ମଧ୍ୟ ନବୀନ ନିବାସରେ ଅଛନ୍ତି ।












Click it and Unblock the Notifications