Elections 2024: ବିଜେଡ଼ି ପ୍ରକାଶ କରିପାରେ ତୃତୀୟ ତାଲିକା
Elections 2024: ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ସମର ଲାଗି ଯୋଦ୍ଧା ପ୍ରସ୍ତୁତିରେ ସମସ୍ତ ଦଳ । ବିଭିନ୍ନ ଆସନରେ ନିଜ ନିଜ ଦଳର ରଣନୀତି କରିବା ସହ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରୁଛନ୍ତି ।
ଏଥି ମଧ୍ୟରେ ବିଜେପି ଓ ବିଜେଡ଼ି କିଛି କିଛି ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେପି କେବଳ 18 ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡ଼ି 72 ବିଧାନସଭା ଆସନ ଓ 15 ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଇସାରିଛି । କିନ୍ତୁ ଏହି ରେସ୍ ରେ ପଛରେ ପଡ଼ିଛି କଂଗ୍ରେସ ।

ଅପରପକ୍ଷରେ ଆଜି ବିଜେଡ଼ି ଏହାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଏ ନେଇ ନବୀନ ନିବାସରେ ଆଜି ସକାଳେ ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି । ଏହା ପରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ତେଣୁ ଘୋଷଣା ହୋଇନଥିବା 75 ବିଧାନସଭା, 6 ଲୋକସଭା ଆସନ ଉପରେ ସମସ୍ତଙ୍କର ନଜର ରହିଛି ।
ଏକାଧିକ ଆଶାୟୀ ଥିବାରୁ 35 ଜଣଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ନବୀନଙ୍କ ନିଷ୍ପତି ଉପରେ ସମସ୍ତଙ୍କର ନଜର ରହିଛି । ତୃତୀୟ ପର୍ଯ୍ୟାୟରେ ବଡ଼ ବଡ଼ ନେତା ଏବଂ ବହୁ ଚର୍ଚ୍ଚିତ ଆସନ ପାଇଁ ଟିକେଟ୍ ଘୋଷଣା ହେବାକୁ ରହିଛି ।
ଭୁବନେଶ୍ୱରରେ ତିନିଟି ଆସନରେ ଏବେବି ପ୍ରାର୍ଥୀ ଘୋଷଣା ହୋଇନାହିଁ । ବିଶେଷକରି ଯେଉଁ ଆସନରେ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଅଧିକ ରହିଛି । ସେହି ଆସନ ଗୁଡିକରେ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ଟିକେଟ ଘୋଷଣା ପୂର୍ବରୁ ଆଶାୟୀଙ୍କୁ ମ୍ୟାନେଜ୍ କରିବାକୁ ନେତାଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି ଦଳର ତୁଙ୍ଗ ନେତା ।












Click it and Unblock the Notifications