ନବୀନଙ୍କ ପଞ୍ଚମ ପାଳିକୁ ଦୁଇ ବର୍ଷ : ଜନସେବାରେ ପ୍ରତିବଦ୍ଧତା ଓ ଶାଣିତ ରଣନୀତି ସୃଷ୍ଟି କରିଛି ଉଦାହରଣ

ରାଜ୍ୟରେ ବିଜେଡ଼ି ଶାସନ ଭାର ନେବାର ପଞ୍ଚମ ପାଳିକୁ ଆଜି ପୁରିଛି ଦୁଇ ବର୍ଷ । ରାଜନୀତିରେ ଶାଣିତ ରଣନୀତି ଆଜି ଜାତୀୟ ସ୍ତରରେ ସୃଷ୍ଟି କରିଛି ନୂଆ ସମୀକରଣ ।

ଭୁବନେଶ୍ୱର : ରାଜ୍ୟରେ ବିଜେଡ଼ି ଶାସନ ଭାର ନେବାର ପଞ୍ଚମ ପାଳିକୁ ଆଜି ପୁରିଛି ଦୁଇ ବର୍ଷ । ରାଜନୀତିରେ ଶାଣିତ ରଣନୀତି ଆଜି ଜାତୀୟ ସ୍ତରରେ ସୃଷ୍ଟି କରିଛି ନୂଆ ସମୀକରଣ । ବିଗତ ଦିନରେ ରାଜ୍ୟ ତଥା କେନ୍ଦ୍ର ସ୍ତରରେ ନବୀନ ସାଉଁଟିଥିବା ପ୍ରଶଂସାରୁ ତାଙ୍କର ଲୋକପ୍ରିୟତା ସ୍ପଷ୍ଟ ବାରିହୋଇ ପଡ଼ୁଛି ।

ଦୁଇ ଉପନିର୍ବାଚନ ବିଜୟୀ

ରାଜନୈତିକ ସ୍ତରରେ ରାଜ୍ୟ ସରକାର ଅନେକ ସଫଳତା ହାସଲ କରିଛନ୍ତି । ବାଲେଶ୍ବର ଏବଂ ତିର୍ତ୍ତୋଲ ଉପନିର୍ବାଚନରେ ବିଜୟ ହାସଲ କରିବା ସହ ବାଲେଶ୍ବରରେ ବିଜେପି ହାତରୁ ଆସନ ଛଡ଼ାଇ ନେଇଛି ଶାସକ ଦଳ । ନବୀନଙ୍କ ଲୋକପ୍ରିୟତାରୁ ଏହା ସ୍ପଷ୍ଟ ଯେ ଦଳ ପ୍ରତି ରାଜନୈତିକ ଦୃଷ୍ଟକୋଣରୁ କୌଣସି ବିପଦ ନାହିଁ ।

Naveen Patnaik

ପଞ୍ଚମ ପାଳିରେ 'ମୋ ସରକାର'

2019 ମେ ତାରିଖରେ ପଞ୍ଚମ ପାଳି ପାଇଁ କ୍ଷମତା ଚୌକି ହାସଲ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତନ କରିଥିଲେ ମୁଖ୍ୟମନ୍ତ୍ରୀ । ନିଜ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍‌ଙ୍କୁ ସାମ୍ନାକୁ ଆଣି ତାଙ୍କୁ '5-ଟି' ସଚିବ ଭାବେ ଅବସ୍ଥାପିତ କରିଥିଲେ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ରାଜ୍ୟ ସରକାର ଆରମ୍ଭ କଲେ 'ମୋ ସରକାର' କାର୍ଯ୍ୟକ୍ରମ ।

ବିପର୍ଯ୍ୟୟର ସଫଳ ମୁକାବିଲା

ଏହି ପାଳିରେ ରାଜ୍ୟ ଦୁଇଟି ବାତ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହାକୁ ସଫଳ ଭାବେ ମୁକାବିଲା କରି ରାଜ୍ୟ ସରକାର କେନ୍ଦ୍ର ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ସେହିପରି ସାରା ଦେଶ ଗତ ଦେଢ ବର୍ଷ ଧରି କରୋନା ମହାମାରୀ ସହ ଲଢେଇ କରିବା ସମୟରେ ରାଜ୍ୟ ସରକାର ଏହାର ସୁପରିଚାଳନା କରିଛନ୍ତି । ସାରା ଦେଶ ଅମ୍ଳଜାନ ସଙ୍କଟରେ ପଡ଼ିଥିବାବେଳେ ଓଡ଼ିଶା ସରକାର ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଇ ପ୍ରଶଂସା ସାଉଁଟିଥିଲା । ଏହି ସମୟରେ କରୋନା ଟୀକାକରଣ ପାଇଁ ଗ୍ଲୋବାଲ ଟେଣ୍ଡର କରିବାରେ ଦେଶର ପ୍ରଥମ ରାଜ୍ୟ । ଏହା ସହିତ ରାଜ୍ୟ ସରକାର ଏପର୍ଯ୍ୟନ୍ତ 24264 .085 ମେଟ୍ରିକ ଟନ୍ ଅମ୍ଳଜାନ ପଠାଇ ସାରା ଦେଶରେ ରାଜ୍ୟ ପ୍ରଂଶସା ସାଉଁଟିଛି ।

ଏକ ସପ୍ତାହ ମଧ୍ୟରେ ଓଡ଼ିଶା ସମ୍ମୁଖୀନ ହୋଇଥିବା ବାତ୍ୟା 'ୟାସ୍'କୁ ସଫଳ ମୁକାବିଲା କରିବା ନେଇ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଏପରିକି ବାତ୍ୟା କ୍ଷୟକ୍ଷତିର ଭରଣା ପାଇଁ କେନ୍ଦ୍ର ନିକଟରେ ରାଜ୍ୟ ସରକାର କୌଣସି ଆର୍ଥିକ ସହାୟତା ଦାବି କରିନଥିଲେ । ସାରା ଦେଶ ମହାମାରୀ ଭଳି ପରିସ୍ଥିତିର ସାମ୍ନା କରୁଥିବା ବେଳେ କେନ୍ଦ୍ର ଉପରେ କୌଣସି ଅଯଥା ବୋଝ ଲଦିବୁ ନାହିଁ ବୋଲି କହି ମୁଖ୍ୟମନ୍ତ୍ରୀ ନିଜର ମହନିୟତାର ପରିଚୟ ଦେଇଥିଲେ । ସେହିପରି 2019 ମେ ରେ ରାଜ୍ୟ ବାତ୍ୟା 'ଫନି'ର ସମ୍ମୁଖୀନ ହୋଇଥିଲା । ଏହା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ 7 ଲକ୍ଷରୁ ଅଧିକ ସ୍ଥାନାନ୍ତରିତ କରାଯାଇଥିଲା । ଏହାର ସଫଳ ମୁକାବିଲା କରି ମଧ୍ୟ ରାଜ୍ୟ ସରକାର ପ୍ରଶଂସା ସାଉଁଟିବାରେ ସକ୍ଷମ ହୋଇଥିଲେ ।

ବିଶ୍ୱ ସ୍ତରୀୟ ହେବ ଐତିହ୍ୟ କରିଡର

ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ 17 ହଜାର କୋଟି ଟଙ୍କାର ପ୍ୟାକେଜ୍‍ ବ୍ୟବସ୍ଥା, ନୂଆ ପର୍ଯ୍ୟଟନ ନୀତି, ଜଗନ୍ନାଥ ଏବଂ ଲିଙ୍ଗରାଜ ମନ୍ଦିର ଐତିହ୍ୟ ବିକାଶ ପାଇଁ ଐତିହ୍ୟ କରିଡର ଯୋଜନା, କୋଣାର୍କ ସମେତ ମା' ସମଲେଶ୍ୱରୀଙ୍କ ମନ୍ଦିର ଐତିହ୍ୟ ବିକାଶକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି ।

ଦୁର୍ନୀତି ବିରୋଧରେ 'ଜିରୋ ଟଲେରାନ୍ସ'

ଦୁର୍ନୀତିଗସ୍ତ ନେତା, ମନ୍ତ୍ରୀ ଓ ପ୍ରଶାସନିକ ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅଭିଯାନ ନବୀନଙ୍କ ଭାବମୂର୍ତ୍ତିକୁ ବେଶ ସୁହାଇଛି । ଦୁର୍ନୀତିରେ ଲିପ୍ତ ଦଳୀୟ ନେତା ଦଳରୁ ବହିଷ୍କୃତ ହୋଇଛନ୍ତି । ସମସ୍ତଙ୍କ ପାଇଁ ପ୍ରତିବର୍ଷ ସମ୍ପତ୍ତି ତାଲିକା ପ୍ରଦାନ ବାଧ୍ୟତାମୂଳକ କରାଯାଇଛି । ବିଗତ ଦୁଇ ବର୍ଷ ଭିତରେ ଦେଢ ଶହରୁ ଦୁର୍ନୀତି ଖୋର ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟ ପାଠକ ଓ ତାଙ୍କ ପୁଅ ଗିରଫ ହୋଇ ଥିବାବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ ସହ ଦଳରୁ ବିଦା କରିବାକୁ ପଡ଼ିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+