ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ, ବିଜେପି-ବିଜେଡ଼ି ମୁହାଁମୁହିଁ
ଭୁବନେଶ୍ୱର: 'ଆମ ଓଡ଼ିଶା ନବୀନ ଓଡ଼ିଶା' ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନକୁ ନେଇ ତେଜିଛି ରାଜନୀତି । ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ଆପତ୍ତି ଉଠାଇଛି ବିଜେପି । ଅପରପକ୍ଷରେ ଜବାବ ରଖିଛି ବିଜେଡ଼ି ।

'ଆମ ଓଡ଼ିଶା ନବୀନ ଓଡ଼ିଶା' ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ଆପତ୍ତି ଉଠାଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବିଜେଡିର ଭୋଟ୍ ବ୍ୟାଙ୍କ ବୃଦ୍ଧି ପାଇଁ ଏହା ଏକ ପ୍ଲାନ୍ । ବିଜେପି ଅଭିଯୋଗ କରିବା ସହ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ । ଏହା ଠିକ୍ ଗାଇଡ୍ ଲାଇନରେ ହେଉ ନାହିଁ । ଶଙ୍ଖ ଚିହ୍ନ ଏକ ଦଳୀୟ ଚିହ୍ନ । ଏହା ସରକାରୀ କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ କିପରି ? ହାରିବାର ଭୟ ରହିଛି, ତେଣୁ ଶଙ୍ଖ ଚିହ୍ନ ବ୍ୟବହାର କରାଯାଉଛି । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଭୟଭୀତ ହୋଇ ଶଙ୍ଖ ଚିହ୍ନ ବ୍ୟବହାର କରାଯାଇଛି । ଏହାକୁ ବରଦାସ୍ତ କରାଯିବନି । ଏହି ଯୋଜନା ପାଇଁ ଜନ ପ୍ରତିନିଧିଙ୍କ ଠାରୁ ପ୍ରସ୍ତାବ ନିଆଯାଉନି ।
ଏହା ସହ ଯୋଜନାକୁ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନୂଆ ବୋତଲରେ ପୁରୁଣା ମଦ ବୋଲି କହି କଟାକ୍ଷ କରିଛନ୍ତି ଅପରାଜିତା । ସେ କହିଛନ୍ତି, 23 ବର୍ଷର ଶାସନ ପରେ ବି ବିଜୁ ଜନତା ଦଳ ନୂଆ ବୋତଲରେ ପୁରୁଣା ମଦ ଭଳି କାର୍ଯ୍ୟକ୍ରମ କରୁଛନ୍ତି ।
ଅପରପକ୍ଷରେ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡ଼ି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ଶଙ୍ଖ ପବିତ୍ରତାର ପ୍ରତୀକ । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଧ୍ୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଲୋକଙ୍କ ପାଖରୁ ଅନୁରୋଧ ଆସିବା ପରେ ଆର୍ଥିକ ବ୍ୟବସ୍ଥା କରାଯାଉଛି । ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାମ ସରିବ । ବିଜେପି ଆପତ୍ତି କରିବାରେ କିଛି ସମସ୍ୟା ନାହିଁ । ଶଙ୍ଖ ପବିତ୍ରତାର ପ୍ରତୀକ ।
ଏପରିକି କେନ୍ଦ୍ରର ଜନଔଷଧି ନାମ କାହିଁକି ରଖା ଯାଇଛି ? କେନ୍ଦ୍ରର ଜନଔଷଧି କାର୍ଯ୍ୟକ୍ରମକୁ ବିଜେପି ନାରେ ନାମିତ କରାଯାଇଛି ବୋଲି କହିଛନ୍ତି ଅତନୁ । ଶଙ୍ଖ ଚିହ୍ନକୁ ନେଇ କୌଣସି ବ୍ରାଣ୍ଡିଙ୍ଗ କରାଯାଉନି । ବିଜେଡି ଲୋକଙ୍କ ପାଖକୁ ଯାଉଛି । ସେମାନେ ଲୋକଙ୍କ ପାଖକୁ ଯାଇ ପାରିନାହାଁନ୍ତି, ଅଦାଲତକୁ ଯିବେ ବୋଲି କହି କଟାକ୍ଷ କରିଛନ୍ତି ଅତନୁ ସବ୍ୟସାଚୀ ନାୟକ ।












Click it and Unblock the Notifications