ବିଜେଡ଼ି-ବିଜେପି ମେଣ୍ଟ ଘୋଷଣା କରିବେ ଅମିତ ଶାହା ! କଣ ରହିବ ଆସନ ବୁଝାମଣା...

ବିଜେଡ଼ି-ବିଜେପି ମେଣ୍ଚ: 2024 ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ଭିନ୍ନ ମୋଡ଼ ନେଉଛି । ଶାସକ-ବିରୋଧୀ ବୋଲାଉଥିବା ବିଜେଡ଼ି-ବିଜେପି ଗୋଟିଏ ମଞ୍ଚରେ ଏକାଠି ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି । ଗତକାଲି ନବୀନ ନିବାସରେ ବିଜେଡ଼ିର ବୈଠକ ଓ ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ କେନ୍ଦ୍ର ନେତୃତ୍ୱଙ୍କ ବୈଠକ ପରେ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ଭଳି ଜଣାପଡ଼ୁଛି ।

amit shah

ଯଦିଓ ଦୁଇ ଦଳ ପକ୍ଷରୁ ମେଣ୍ଟ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ, ଏଥି ମଧ୍ୟରେ ବିଜେପିର ବରିଷ୍ଠ ନେତା ଅମିତ ଶାହା ଆସନ୍ତା 12 ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଉଭୟ ଦଳ ଗୋଟିଏ ମଞ୍ଚରେ ଏକାଠି ହୋଇ ମେଣ୍ଟ ଘୋଷଣା କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଯଦି ଏପରି ହୁଏ, ଦୀର୍ଘ 15 ବର୍ଷ ପରେ ପୁଣିଥରେ ଏକାଠି ହେବେ ବିଜେଡି-ବିଜେପି ।

କାଲିର ବୈଠକ ପରେ ବିଜେଡ଼ିର ଦୁଇ ନେତା ଦେବୀପ୍ରସାଦ ମିଶ୍ର ଓ ଅରୁଣ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି ବୈଠକରେ ମେଣ୍ଟ ନେଇ ଆଲୋଚନା ହୋଇଛି । ରାଜ୍ୟର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ପଦକ୍ଷେପ ନେବ ବୋଲି ସୂଚନା ଦେଇଛନ୍ତି ଏହି ଦୁଇ ନେତା ।

ଅପରପକ୍ଷରେ ବିଜେପିର ବୈଠକକୁ ନେଇ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କହିଛନ୍ତି, ମେଣ୍ଟ ନେଇ ଆଲୋଚନା ହୋଇଥିଲା । ଆମେ ଏକାକୀ ଲଢ଼ିବା ସପକ୍ଷରେ ମତ ଦେଇଛୁ । କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ କେନ୍ଦ୍ରୀୟ ନେତୃତ୍ୱ । ଉଭୟ ଦଳରେ ନେତାଙ୍କ ବୟାନକୁ ତର୍ଜମା କଲେ ରାଜ୍ୟରେ ମେଣ୍ଟ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ମେଣ୍ଟ ହେଲେ କିପରି ହେବ ଆସନ ବୁଝାମଣା...

ରାଜ୍ୟରେ ଯଦି ବିଜେଡ଼ି-ବିଜେପି ମେଣ୍ଟ କରନ୍ତି ତେବେ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା କିପରି ରହିବ ତା ଉପରେ ରହିଛି ସମସ୍ତଙ୍କ ନଜର । କୁହାଯାଉଛି ଯେ, ବିଜେପି 13 ଲୋକସଭା ଆସନ ଓ ବିଜେଡି 8 ଲୋକସଭା ଆସନରେ ପ୍ରାର୍ଥୀ ଦେଇପାରେ । ସେହିପରି ବିଧାନସଭାରେ ବିଜେଡ଼ି ନିଜ ହାତରେ ରଖିପାରେ 102 ଆସନ । ଆଉ 45 ଆସନ ବିଜେପିକୁ ଛାଡ଼ିପାରେ । ମୋଦୀଙ୍କ ମିଶନ 400 ପାର୍ କୁ ଲକ୍ଷ୍ୟ ରଖି ଏପରି ରଣନୀତି ହୋଇଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+