For Quick Alerts
Turn On Notification  
For Daily Alerts
Oneindia App Download

ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିପ୍ଲବ କୁମାର ଦେବ

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ନିକଟରେ ବିପ୍ଳବ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

|

ଅଗରତାଲା : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ନିକଟରେ ବିପ୍ଳବ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବିପ୍ଳବ କୁମାରଙ୍କ ଇସ୍ତଫା ପରେ ବର୍ତ୍ତମାନ ବିଜେପି ବିଧାନସଭା ଦଳର ନୂତନ ନେତା ନିର୍ବାଚିତ ହେବେ । ଆଜି ରାତି 8 ଟାରେ ବିଜେପି ବିଧାୟକ ଦଳ ବୈଠକ ଡକାଯାଇଛି । ବିଜେପି ପର୍ଯ୍ୟବେକ୍ଷକ ଭାବରେ ଭୁପେନ୍ଦ୍ର ଯାଦବ ଏବଂ ବିନୋଦ ତାୱଡେ ମଧ୍ୟ ଏହି ସଭାରେ ଯୋଗ ଦେବାକୁ ପହଞ୍ଚିଛନ୍ତି । ବୈଠକ ପରେ ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ।

biplab Kumar Deb

ବିପ୍ଲବ ଦେବ ଗୁରୁବାର ଦିନ ଦିଲ୍ଲୀରେ ପହଞ୍ଚି ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ ଏବଂ ଏହା ପରେ ସେ ଆଜି ଇସ୍ତଫା ଦେଇଛନ୍ତି । ପ୍ରାୟ ଚାରି ବର୍ଷ ଧରି ବିଜେପି ନେତା ବିପ୍ଲବ କୁମାର ଦେବ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଥିଲେ । ତ୍ରିପୁରାରେ 2018 ବିଧାନସଭା ନିର୍ବାଚନରେ ବିଜେପି ବୃହତ ବିଜୟ ହାସଲ କରିଥିଲା, ଯାହା ପରେ ଦେବଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ସିଏମ୍ ପଦବୀ ପାଇଁ ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବ ବର୍ମାଙ୍କ ନାମରେ ଚର୍ଚ୍ଚା ହେଉଛି ।

ଇସ୍ତଫା ଦେବା ପରେ ଦେବ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛି । ହାଇ କମାଣ୍ଡର ନିର୍ଦ୍ଦେଶରେ ମୁଁ ଏହି ନିଷ୍ପତ୍ତି ନେଇଛି । ଜଣେ ବିଜେପି କର୍ମୀ ଭାବରେ ମୁଁ ଦଳ ସଂଗଠନକୁ ମଜବୁତ କରିବା ଜାରି ରଖିବି । ସୂଚନାଯୋଗ୍ୟ, ଆସନ୍ତା ବର୍ଷ ତ୍ରିପୁରାରେ 2023 ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Biplab kumar deb resigns As Chief minister of Tripura
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X