For Quick Alerts
Turn On Notification  
For Daily Alerts
Oneindia App Download

ହଟ୍ଟଚମଟ ବିହାର ରାଜନୀତି, ବିଜେପି ଛାଡ଼ି ଲାଲୁଙ୍କ ହାତ ଧରିବେ କି ନିତୀଶ !

ବିହାର ରାଜନୀତି ଉପରେ ସାରା ଦେଶର ରହିଛି ନଜର । ଗତକାଲି ଜନତା ଦଳ ୟୁନିୟନ(JDU) ବିଧାୟକ ମାନଙ୍କୁ 72 ଘଣ୍ଟା ପର୍ଯ୍ୟନ୍ତ ପାଟନା ନ ଛାଡିବାକୁ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ନିର୍ଦ୍ଦେଶ ଦେବା ପରେ ବର୍ତ୍ତମାନ ବିହାର ରାଜନୀତି ସରଗରମ ହୋଇ ଉଠିଛି ।

|

ପାଟନା : ବିହାର ରାଜନୀତି ଉପରେ ସାରା ଦେଶର ରହିଛି ନଜର । ଗତକାଲି ଜନତା ଦଳ ୟୁନିୟନ(JDU) ବିଧାୟକ ମାନଙ୍କୁ 72 ଘଣ୍ଟା ପର୍ଯ୍ୟନ୍ତ ପାଟନା ନ ଛାଡିବାକୁ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ନିର୍ଦ୍ଦେଶ ଦେବା ପରେ ବର୍ତ୍ତମାନ ବିହାର ରାଜନୀତି ସରଗରମ ହୋଇ ଉଠିଛି । ବିଜେପି ସହ ମିଳିତ ସରକାରରେ ରହି ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ ପୁଣି ପୁରୁଣା ବନ୍ଧୁଙ୍କ ପାଖରୁ ଫେରିବେ ବୋଲି ଚର୍ଚ୍ଚା ହେଉଛି । ଏ ସବୁ ମଧ୍ୟରେ ନିତୀଶଙ୍କ ନିଷ୍ପତ୍ତି କଣ ରହିବ ତାହା ଉପରେ ରହିଛି ସମସ୍ତଙ୍କର ନଜର ।

Nitish Kumar

ଜେଡିୟୁ ବିଧାୟକଙ୍କୁ ଆଗାମୀ 72 ଘଣ୍ଟା ପର୍ଯ୍ୟନ୍ତ ପାଟନାରେ ରହିବାକୁ ଗତକାଲି ନିତୀଶ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ବିହାର ରାଜନୀତିର ଆଗାମୀ 72 ଘଣ୍ଟା ବେସ୍ ଗୁରୁତ୍ୱପୁର୍ଣ୍ଣ ବୋଲି କୁହାଯାଉଛି ।

ଗତ ମାସରେ ରାବିଡି ଦେବୀଙ୍କ ବାସଭବନରେ ହୋଇଥିବା ତେଜସ୍ୱୀଙ୍କ ଇଫତାର୍ ପାର୍ଟିରେ ନିତୀଶ ସାମିଲ ହୋଇଥିଲେ । ଏହା ପରେ ଏହାକୁ ନେଇ ମଧ୍ୟ ରାଜନୀତି ଜୋର୍ ଧରିଥିଲା । ନିତୀଶ ବିଜେପି ସହ ମେଣ୍ଟ ଭାଙ୍ଗି ପୁଣି ଲାଲୁଙ୍କ ଆଡ଼କୁ ଢଳିବେ ବୋଲି ରାଜନୈତିକ ମହଲରେ କଳ୍ପନାଜଳ୍ପନା ଲାଗି ରହିଥିଲା । ପ୍ରାୟ ତିନି ଥର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ପ୍ରତିପକ୍ଷ ନେତା ତେଜସ୍ୱୀ ଯାଦବଙ୍କ ସହ ଏକାଠି ନଜର ଆସିଛନ୍ତି ।

ଏହା ସହିତ ଆସନ୍ତା ମାସ ରାଜ୍ୟସଭା ନିର୍ବାଚନ ଏବଂ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା ବେଳେ ଜେଡିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ନେଇ ଏଭଳି ଚର୍ଚ୍ଚା ବିଜେପି ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଦେଇଛି ।

ଆପଣଙ୍କୁ କହି ରଖୁଛୁ ବିଜେପି ବିରୋଧ କରୁଥିବା ଜାତି ଭିତ୍ତିକ ଜନଗଣନାକୁ ନିତୀଶଙ୍କ ସମର୍ଥନ କରିବା ମଧ୍ୟ ଏହି ଆଲୋଚନାକୁ ଆହୁରି ତୀବ୍ର କରିଦେଇଛି । ବିହାରର ବିରୋଧୀ ପକ୍ଷ ତେଜସ୍ୱୀ ମଧ୍ୟ ଜାତି ଭିତ୍ତିକ ଜନଗଣନା କରିବା ନେଇ ଆଗରୁ ଦାବି କରିଆସୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଏହାକୁ ସମର୍ଥନ ନେଇ ଘୋଷଣା ବିଜେପି ନେତାମାନଙ୍କୁ ସ୍ତବ୍ଧ କରିଦେଇଛି । ଏସଂପର୍କରେ ବିଜେପି ନେତାମାନେ କୌଣସି ପ୍ରତିକ୍ରିୟା ଦେଉ ନାହାନ୍ତି ।

ବିଜେପି ଏବଂ ନୀତୀଶ କୁମାରଙ୍କ ମଧ୍ୟରେ ସଂପର୍କ ପୂର୍ବଭଳି ମଧୁର ନଥିବାରୁ ଆଗକୁ କିଛି ବି ଘଟିପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି । ସେମାନେ କହିଛନ୍ତି ଯେ ଗତ ନିର୍ବାଚନ ପରେ ବିଜେପି ଠାରୁ କମ୍ ସଂଖ୍ୟକ ଆସନ ପାଇଥିଲେ ମଧ୍ୟ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ନୀତୀଶ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ବିଜେପି କଥାରେ ଶାସନ ଚାଲିଛି । ଏହାକୁ ନେଇ ନୀତୀଶ ଭୀଷଣ ଅସନ୍ତୁଷ୍ଟ ଅଛନ୍ତି । ତେଣୁ ସେ ବିଜେପି ହାତ ଛାଡ଼ି ଲାଲୁଙ୍କ ସହ ପୁଣି ସଂପର୍କ ଯୋଡ଼ିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ଏହା ବ୍ୟତୀତ କିଛି ଦିନ ଆଗରୁ ଏହା ମଧ୍ୟ ଚର୍ଚ୍ଚା ହୋଇଥିଲା ଯେ ନିତୀଶ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଉପ ରାଷ୍ଚ୍ରପତି ହୋଇପାରନ୍ତି । ଯାହାକି ବିଜେପି ପାଇଁ ବିହାରରେ ଶାସନ ଗାଦିରେ ନିଜ ନେତା ବସାଇବାକୁ ଏକ ଭଲ ସୁଯୋଗ ବୋଲି ମଧ୍ୟ କୁହାଯାଇଥିଲା । ଏଥି ମଧ୍ୟରେ ଜେଡିୟୁ ନେତା ତଥା କେନ୍ଦ୍ର ମନ୍ତ୍ରୀ ଆରପି ସିଂହଙ୍କୁ ନେଇ ବିଜେପି ନୀତୀଶଙ୍କ ଦଳରେ ବିଭାଜନ ଘଟାଇପାରେ । ଦିନେ ନୀତୀଶଙ୍କ ଅତି ଘନିଷ୍ଠ ଥିବା ଆରପି ସିଂହ ଏବେ ବିଜେପିକୁ ସୁହାଇଲା ଭଳି କାମ କରି ପାରନ୍ତି ବୋଲି କୁହାଯାଉଛି । ନୀତୀଶ ଏଇଥଇପାଇଁ ତାଙ୍କୁ ପୁନର୍ବାର ରାଜ୍ୟସଭାକୁ ପଠାଇବାକୁ ଚାହୁନାହାଁନ୍ତି । ଆର୍‌ପି ସିଂହ ମଧ୍ୟ ରାଜ୍ୟସଭା ପଦ ଛାଡ଼ିବା ପାଇଁ ପ୍ରସ୍ତୁତ ନଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ ଯଦି ଆର୍‌ପି ସିଂହଙ୍କୁ ଅଣଦେଖା କରାଯାଏ ତେବେ ସେ ତାଙ୍କ ଶିବିରର ବିଧାୟକଙ୍କୁ ନେଇ ବିଜେପି ସହ ହାତ ମିଳାଇପାରନ୍ତି ବୋଲି ଖବର ମିଳିଛି । କେବଳ ଏତିକି ନୁହେଁ ଜେଡିୟୁରେ ମଧ୍ୟ ବିଭାଜନ ଲାଗି ବିଜେପି ଉଦ୍ୟମ ଆରମ୍ଭ କରିଥିବା କୁହାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bihar Politics : Will Nitish Quit BJP, join To RJD
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X