Get Updates
Get notified of breaking news, exclusive insights, and must-see stories!

ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଶପଥ ନେବେ ନୀତିଶ

ବୁଧବାର ଅପରାହ୍ନ 2 ଟା ସମୟରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ଉପ ମୁଖ୍ୟମନ୍ତ୍ରୀ ହେବେ ତେଜସ୍ୱୀ ଯାଦବ । ଶପଥଗ୍ରହଣ ଉତ୍ସବ ରାଜଭବନରେ ଆୟୋଜିତ ହେବ ।

ପାଟନା : ବିହାରରେ ଆଜି ଗଠନ ହେବ ନୂଆ ସରକାର । ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର । ଗତକାଲି ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଆରଜେଡି ଓ କଂଗ୍ରେସ ସହଯୋଗରେ ସରକାର ଗଠନ କରିହବାକୁ ଘୋଷଣା କରିଛନ୍ତି ନୀତିଶ କୁମାର ।

ବୁଧବାର ଅପରାହ୍ନ 2 ଟା ସମୟରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ଉପ ମୁଖ୍ୟମନ୍ତ୍ରୀ ହେବେ ତେଜସ୍ୱୀ ଯାଦବ । ଶପଥଗ୍ରହଣ ଉତ୍ସବ ରାଜଭବନରେ ଆୟୋଜିତ ହେବ ।

Nitish Kumar

ମଙ୍ଗଳବାର ସନ୍ଧ୍ୟାରେ ନୀତିଶ କୁମାର ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ସାକ୍ଷାତ କରି ନିଜର ଇସ୍ତଫା ପତ୍ର ଦାଖଲ କରିଥିଲେ । ଏହା ସହ ଆରଜେଡି ଓ କଂଗ୍ରେସ ସହଯୋଗରେ ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ । ଏପରିକି 7 ଦଳର 164 ବିଧାୟକଙ୍କ ସମର୍ଥନ ଥିବା ନେଇ ଚିଠି ହସ୍ତାନ୍ତର କରିଥିଲେ ।
ସବୁଠୁ ଅଧିକ ବହୁମତ ତାଙ୍କ ନିକଟରେ ଥିବାରୁ ସେ ସରକାର ଗଠନ ପାଇଁ ଦାବି କରିଥିଲେ । ଏହି ଅବସରରେ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ତାଙ୍କ ସହ ରାଜଭବନରେ ଉପସ୍ଥିତ ଥିଲେ । ଦୁଇ ନେତା ରାଜ୍ୟପାଳଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ନୀତିଶ ଏହି ସମୟରେ କହିଥିଲେ, ଆମେ ରାଜ୍ୟପାଳଙ୍କୁ ଭେଟି 7 ଦଳର 164 ବିଧାୟକଙ୍କ ସମର୍ଥନ କଥା କହିଥିଲୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+