Get Updates
Get notified of breaking news, exclusive insights, and must-see stories!

ଫ୍ଲୋର୍ ଟେଷ୍ଟ ଦେବେ ନୀତିଶ, ସରଗରମ ରହିଛି ବିହାର ରାଜନୀତି

ପାଟନା: ଆଜି ନୀତିଶଙ୍କ ଫ୍ଲୋର ଟେଷ୍ଟ । ବିହାରରେ ନୀତିଶ କୁମାର ସରକାର ଆସ୍ଥାଭୋଟରେ ସଂଖ୍ୟା ବହୁମତର ପ୍ରମାଣ ଦେବେ । କ୍ଷମତା ପରିବର୍ତ୍ତନ ଯୋଗୁଁ ବିହାରର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ବେଶ୍‌ ସରଗରମ ରହିଛି । ଏହା ପରେ ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାର ଫ୍ଲୋର୍‌ ଟେଷ୍ଟ୍‌ର ସମ୍ମୁଖୀନ ହେବ ।

Nitish Kumar

ଆସ୍ଥାଭୋଟ୍‌ ପୂର୍ବରୁ ବିଜେପି, ଜେଡିୟୁ, ଆର୍‌ଜେଡି ଓ କଂଗ୍ରେସ ସେମାନଙ୍କ ବିଧାୟକଙ୍କୁ ଏକଜୁଟ ରଖିବାକୁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ବିଭିନ୍ନ ଦଳର ନେତାମାନେ ତୁହାକୁ ତୁହା ରୁଦ୍ଧଦ୍ବାର ବୈଠକ କରୁଥିବା ବେଳେ ଆଜି ହାଇଦ୍ରବାଦରୁ କଂଗ୍ରେସ ବିଧାୟକମାନେ ଫେରିଛନ୍ତି । ଜେଡିୟୁର 3 ଜଣ ବିଧାୟକ ଦଳର ଏକ ବୈଠକରେ ସାମିଲ ହୋଇନଥିବାରୁ ଏହାକୁ ନେଇ ଗତକାଲି ଠାରୁ ତୀବ୍ର ଛକାପଞ୍ଝା ଦେଖିବାକୁ ମିଳିଛି। ଉକ୍ତ ବିଧାୟକମାନେ ଧରାଛୁଆଁ ଦେଉନଥିବା ବେଳେ ସେମାନେ ଆର୍‌ଜେଡି ସହିତ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ କଂଗ୍ରେସ ନିଜ ବିଧାୟକଙ୍କ ମଧ୍ୟରେ ବିଭାଜନ ଏଡ଼ାଇବା ପାଇଁ ସତର୍କତା ପଦକ୍ଷେପ ସ୍ୱରୂପ 16 ଜଣ ବିଧାୟକଙ୍କୁ ହାଇଦ୍ରାବାଦ ପଠାଇଥିଲା । ସେମାନେ ଫେରିବା ପରେ ବି ସେମାନଙ୍କ ଉପରେ ଅହରହ ନଜର ରଖାଯାଉଛି । ଆର୍‌ଜେଡି ଏବଂ ବାମଦଳ ବିଧାୟକମାନଙ୍କୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବାସଭବନରେ ରଖାଯାଇଥିବା ବେଳେ ବିଜେପି ବିଧାୟକମାନଙ୍କୁ ମଧ୍ୟ ଏକଜୁଟ ରଖିବା ପାଇଁ ଦଳ ବ୍ୟବସ୍ଥା କରିଛି । ତେଜସ୍ୱୀଙ୍କ ଘରେ ଦଳର 78 ବିଧାୟକ ଉପସ୍ଥିତ ଅଛନ୍ତି । ବିଜେପି ପ୍ରଶିକ୍ଷଣ ଶିବିର ବାହାନାରେ ନିଜ ବିଧାୟକମାନଙ୍କୁ ଗୟା ପଠାଇଥିଲା ଏବଂ ସେମାନେ ଆଜି ସନ୍ଧ୍ୟାରେ ପାଟନା ଫେରିଛନ୍ତି । 243 ସଦସ୍ୟ ବିଶିଷ୍ଟ ବିଧାନସଭାରେ ନୀତୀଶଙ୍କୁ 122 ବିଧାୟକଙ୍କ ସମର୍ଥନ ଆବଶ୍ୟକ ।

ବିଜେପି ଓ ଜେଡିୟୁ ମେଣ୍ଟ ସଦସ୍ୟ ମିଶି 128 ଅଛନ୍ତି । 243 ଆସନ ବିଶିଷ୍ଟ ବିହାର ବିଧାନସଭାରେ ବିଜେପିର 78, ଜେଡିୟୁର 45, ହାମ-ଏସର 4 ଓ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି । ସେପଟେ ବିରୋଧୀ ମେଣ୍ଟରେ 114 ସଦସ୍ୟ ଅଛନ୍ତି । ଆରଜେଡିର 79, କଂଗ୍ରେସର 19, ସିପିଏମଏଲ(ଏଲ)ର 12, ସିପିଏମର 2 ଓ ସିପିଆଇର 2 ବିଧାୟକ ଅଛନ୍ତି । କୌଣସି ମେଣ୍ଟରେ ସାମିଲ ହୋଇନି ଏଆଇଏମଆଇଏମ । ଏହି ଦଳର ସଦସ୍ୟ ସଂଖ୍ୟା ମାତ୍ର ଜଣେ ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ଦଳୀୟ ବିଧାୟକଙ୍କ ବୈଠକ ହୋଇଥିଲା । ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ଭୋଟିଂ ଦିନ ଗୃହରେ ଉପସ୍ଥିତ ହେବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ମିଳିଛି । ତେବେ ସଂଖ୍ୟାରେ କୌଣସି ସମସ୍ୟା ନଥିଲେ ସୁଦ୍ଧା ଆରଜେଡି ନେତା ତେଜସ୍ୱୀ ଯାଦବ ଖେଳ ହେବା ବାକି ଅଛି ବୋଲି କହୁଛନ୍ତି ।

ଜାନୁଆରୀ 28ରେ ନୀତିଶ ମହାମେଣ୍ଟ ସରକାର ଭାଙ୍ଗି ନୂଆ ସରକାର ଗଠନ କରିବା ପରେ ବିହାରରେ ଆଜି ରେ ଫ୍ଲୋର ଟେଷ୍ଟ ହେବାକୁ ଯାଉଛି । କ୍ଷମତା ପରିବର୍ତ୍ତନ କରିଥିବା ନୀତିଶ ଗୃହରେ ସଂଖ୍ୟା ବହୁମତର ପ୍ରମାଣ ଦେବେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିନ ରାମମାଞ୍ଝୀଙ୍କ ଦଳ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର 4 ବିଧାୟକ ଥିବା ବେଳେ ଆଜି ତାଙ୍କର ରଣନୀତି କ'ଣ ରହିବ ତାହା ଉପରେ ବି ସମସ୍ତଙ୍କ ନଜର ରହିଛି । ବାଚସ୍ପତି ଅୱଧ ବିହାରୀ ଚୌଧୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲେ ମଧ୍ୟ ସେ ଇସ୍ତଫା ଦେବେନାହିଁ ବୋଲି ଘୋଷଣା କରିଥିବାରୁ ଏହାକୁ ନେଇ ମଧ୍ୟ ଜଟିଳ ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି । ବାଚସ୍ପତିଙ୍କୁ ବେଆଇନ ପ୍ରକ୍ରିୟାରେ ହଟାଗଲେ ଆମେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହେବୁ ବୋଲି ମନୋଜ ଝା କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+