ଏନଡିଏ ସହ ମେଣ୍ଟ ଭାଙ୍ଗିଲେ ନୀତିଶ ! ବିଧାୟକଙ୍କ ବୈଠକରେ ବିଜେପିରୁ ଅଲଗା ହେବା ଘୋଷଣା କରିଥିବା ଚର୍ଚ୍ଚା
ବିହାରରେ ରାଜନୈତିକ ଉତ୍ତେଜନାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ବିଧାୟକଙ୍କ ବୈଠକରେ ବିଜେପିରୁ ଅଲଗା ହେବା ନେଇ ଘୋଷଣା କରିଥିବା ଚର୍ଚ୍ଚା ହେଉଛି । ଏପରିକି ଏ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି ।
ପାଟନା : ବିହାରରେ ରାଜନୈତିକ ଉତ୍ତେଜନାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ବିଧାୟକଙ୍କ ବୈଠକରେ ବିଜେପିରୁ ଅଲଗା ହେବା ନେଇ ଘୋଷଣା କରିଥିବା ଚର୍ଚ୍ଚା ହେଉଛି । ଏପରିକି ଏ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି ।
ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଅପରାହ୍ନ 4 ଟାରେ ଭେଟିବେ । ଏଥି ସହିତ, ଆଜି ଅନୁଷ୍ଠିତ ଜେଡିୟୁ ବୈଠକରେ ଦଳର ସମସ୍ତ ବିଧାୟକ ଏବଂ ସାଂସଦ ସିଏମ ନୀତୀଶ କୁମାରଙ୍କ ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ ସେମାନେ ତାଙ୍କ ସହ ଅଛନ୍ତି । ସେ କହିଛନ୍ତି ଯେ ସେ ଯାହା ନିଷ୍ପତ୍ତି ନିଅନ୍ତୁ ସୋନେ ସବୁବେଳେ ତାଙ୍କ ସହିତ ରହିବେ ।

ସେହିପରି ମହାମେଣ୍ଟରେ ସାମିଲ ହେବା ଖବରକୁ ଆହୁରି ନିଶ୍ଚିତ କରିବାକୁ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଟ୍ୱିଟ୍ କରି ଲେଖିଛନ୍ତି ଯେ ରାଜତିଲକ୍ ର ପ୍ରସ୍ତୁତି କର, ଲଣ୍ଠନଧାରୀ ମାନେ ଆସୁଛନ୍ତି । ଲାଲୁଙ୍କ ଝିଅର ଏହି ଟ୍ୱିଟ୍ ପରେ ନୀତିଶ କୁମାର ମହାମେଣ୍ଟ ସହ ହାତ ମିଶାଇବା ନେଇ ଚର୍ଚ୍ଚା ଆହୁରି ଜୋର୍ ଧରିଛି । ଏପରିକି ଆରଜେଡି ଓ କଂଗ୍ରେସ ମଧ୍ୟ ନୀତିଶଙ୍କୁ ସମର୍ଥନ ଦେବେ ବୋଲି ସ୍ପଷ୍ଚ କରିସାରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋର କହିଛନ୍ତି ଯେ ବିଜେପି କେବେ ବି ତାଙ୍କ ପକ୍ଷରୁ କିଛି ଆରମ୍ଭ କରିନାହିଁ, ଯାହା ବିବାଦ ସୃଷ୍ଟି କରେ କିମ୍ବା ସେମାନଙ୍କ ମଧ୍ୟରେ ଅନିଶ୍ଚିତତା ସୃଷ୍ଟି କରେ, ଜେଡିୟୁ ନିଷ୍ପତ୍ତି ନେବାକୁ ପଡ଼ିବ, କିନ୍ତୁ ବିଜେପି ନିଶ୍ଚିତ ଭାବେ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ ବିଜେପି ଚାହୁଁଛି ଯେ ନୀତୀଶ କୁମାରଙ୍କ ନେତୃତ୍ୱରେ ଜେଡିୟୁ-ବିଜେପି ସରକାର ଏବଂ ଅନ୍ୟାନ୍ୟ ଦଳ ଜୋରଦାର କାର୍ଯ୍ୟ ଜାରି ରଖନ୍ତୁ ଏବଂ ଏହା ବିହାର ତଥା ଦେଶର ହିତ ପାଇଁ ।












Click it and Unblock the Notifications