ଶପଥ ନେଲେ ନୀତିଶ-ତେଜସ୍ୱୀ
ନୀତିଶ କୁମାର ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିହାର ରାଜଭବନରେ ଅପରାହ୍ନ 2 ଟାରେ ସେ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥି ସହିତ ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି ।
ପାଟନା : ବିହାରରେ ଗଠନ ହେଲା ମହାମେଣ୍ଟ ସରକାର । ଆରଜେଡି ଏବଂ ଅନ୍ୟ ଦଳ ମାନଙ୍କ ସହ ମିଶି ମହାମେଣ୍ଟ ସରକାର ଗଠନ କଲେ ନୀତିଶ କୁମାର । ଏହି ଅବସରରେ ନୀତିଶ କୁମାର ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିହାର ରାଜଭବନରେ ଅପରାହ୍ନ 2 ଟାରେ ସେ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ଏଥି ସହିତ ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଗତକାଲି ମଙ୍ଗଳବାର ନୀତିଶ କୁମାର ଏନଡିଏ ମେଣ୍ଟ ଭାଙ୍ଗି ବିଜେପି ହାତ ଛାଡ଼ିଥିଲେ । ଏହା ସହିତ ସେ ରାଜ୍ୟପାଳଙ୍କୁ ଭେଟି ନଜର ଇସ୍ତଫା ପତ୍ର ଦାଖଲ କରିବା ସହ ଅନ୍ୟ 7 ଦଳର 164 ବିଧାୟକଙ୍କ ସମର୍ଥନ ପତ୍ର ହସ୍ତାନ୍ତର କରିଥିଲେ । ତେଜସ୍ୱା ଯାଦବ ଓ ନୀତିଶ କୁମାର ରାଜ୍ୟପାଳଙ୍କୁ ସାକ୍ଷାତ କରି ବହୁମତ ଥିବାରୁ ସରକାର ଗଠନ କରିବା ନେଇ ଦାବି କରିଥିଲେ ।












Click it and Unblock the Notifications