ମହାମେଣ୍ଟ ପାଇଁ ରାସ୍ତା ସଫା, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ
ବିହାର ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି । ମହାମେଣ୍ଟ ପାଇଁ ଫିଟିଛି ରାସ୍ତା । ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଏ
ପାଟନା : ବିହାର ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି । ମହାମେଣ୍ଟ ପାଇଁ ଫିଟିଛି ରାସ୍ତା । ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଏହାପରେ ବିହାର ରାଜନୀତିକୁ ନେଇ ଚାଲିଥିବା କଳ୍ପାନଜଳ୍ପନା ସତରେ ପରିଣତ ହୋଇଛି ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଛନ୍ତି । 5 ବର୍ଷ ଧରି ବିଜେପି ସହିତ ସରକାର ଚଳାଇବା ପରେ ନୀତୀଶ କୁମାର ପୁଣି ଥରେ ଆରଜେଡି ସହ ଏକ ମେଣ୍ଟ ଗଠନ କରିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ତାଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି । ଉପେନ୍ଦ୍ର କୁଶୱାହା ନୀତୀଶ କୁମାରଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଦେଶ ଆପଣଙ୍କୁ ଅପେକ୍ଷା କରିଛି ।
ମଙ୍ଗଳବାର ଅପରାହ୍ନରେ ନୀତୀଶ କୁମାର ତାଙ୍କ ବାସଭବନରେ ରାଜ୍ୟପାଳ ଫାଗୁ ଚୌହାନଙ୍କ ନିକଟରେ ପହଞ୍ଚି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ନୀତୀଶଙ୍କ ଇସ୍ତଫା ପରେ ଏବେ ଏକ ପ୍ରକାର ସ୍ପଷ୍ଟ ହୋଇଛି ଯେ ଆରଜେଡି ଏବଂ କଂଗ୍ରେସ ସହିତ ହେବ ମହାମେଣ୍ଟ କରି ଜେଡିୟୁ ରାଜ୍ୟରେ ସରକାର ଗଠନ କରିବ ।












Click it and Unblock the Notifications