Get Updates
Get notified of breaking news, exclusive insights, and must-see stories!

ବିହାର ରାଜନୈତିକ ସଙ୍କଟ : ନୀତୀଶ - ସୋନିଆ ମଧ୍ୟରେ ହୋଇଛି କି ଡିଲ୍ ?

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ସହ ଫୋନ୍‌ ବାର୍ତ୍ତାଳପ ସମୟରେ କୌଣସି ପ୍ରକାର ଡିଲ୍ ହୋଇଥିବା ଆଲୋଚନା ହେବା ପରେ ଏହି ରାଜନୈତିକ ଉତ୍ତେଜନା ଆହୁରି ବଢିବାରେ ଲାଗିଛି ।

ପାଟନା : ପ୍ରଥମ ଥର ପାଇଁ ବିହାରର ଶାସକ ଦଳ ଜେଡିୟୁ ଏବଂ ବିଜେପି ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଜେଡିୟୁ ନେତା ରାଜୀବ ରଂଜନ ସିଂହ ଓରଫ୍ ଲଲନ ସିଂହ ଗତ ଦୁଇ ଦିନ ଧରି ଗଠବନ୍ଧନ ସମ୍ପର୍କରେ ଯେପରି ମନ୍ତବ୍ୟ ଦେଇଆସୁଛନ୍ତି, ଏଥିରୁ ଜଣାପଡୁଛି ଯେ ଦଳ ମଧ୍ୟରେ ମତଭେଦ ରହିଛି । ଏହି କାରଣରୁ ନୀତିଶଙ୍କ ଦଳ ଖୋଲାଖୋଲି ଭାବେ ମେଣ୍ଟ ଭାଙ୍ଗିବାକୁ ଚେଷ୍ଟା କରୁଥିବା କୁହାଯାଉଛି । ଏହି ସବୁ ମଧ୍ୟରେ ସୋମବାର ଦିନ ଲଲନ ସିଂହ କହିଛନ୍ତି ଯେ 'ଜେଡିୟୁରୁ କିଏ ମନ୍ତ୍ରୀ ହେବେ ଏହି ବିଜେପି ନିଷ୍ପତ୍ତି ନେବ ? ଆମେ ଯାହା କହିଥିଲୁ, ତାହା ଠିକ୍ ପ୍ରମାଣିତ ହୋଇଛି ।'

sonia - nitish kumar

ସୋନିଆଙ୍କ ସହ ହୋଇଛି କି ଡିଲ୍ ?

ବିଜେପି ବିରୋଧରେ ଜେଡିୟୁର ଆଭିମୁଖ୍ୟ ସାମ୍ନାକୁ ଆସିବା ପରେ ରାଜଧାନୀ ପାଟନାରେ ବିରୋଧୀ ଆରଜେଡି ଏବଂ ଶାସକ ଜେଡିୟୁ ନିଜ ନିଜ ବିଧାୟକଙ୍କ ଅଲଗା ଅଲଗା ବୈଠକ ଡାକିଛନ୍ତି । ଏଥିସହିତ ଶାସକ ମିଳିତ ମଞ୍ଚର ଅନ୍ୟ ସହଯୋଗୀ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ସୋକୁଲାର) ମଧ୍ୟ ଏହାର ଚାରିଜଣ ବିଧାୟକଙ୍କ ସହ ଏକ ବୈଠକ ସ୍ଥିର କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ସହ ଫୋନ୍‌ ବାର୍ତ୍ତାଳପ ସମୟରେ କୌଣସି ପ୍ରକାର ଡିଲ୍ ହୋଇଥିବା ଆଲୋଚନା ହେବା ପରେ ଏହି ରାଜନୈତିକ ଉତ୍ତେଜନା ଆହୁରି ବଢିବାରେ ଲାଗିଛି ।

ବିଧାୟକଙ୍କ ବୈଠକ ଡାକୁଛନ୍ତି ଦଳ

ସୋମବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ନୀତୀଶଙ୍କ ଦଳ ଜେଡିୟୁ ବିଜେପି ଉପରେ ଆକ୍ରମଣ ଜାରି ରଖିଛି । ରବିବାର ଦିନ ନୀତୀଶ କୁମାର ସରକାରଙ୍କ ବିରୋଧରେ ହୋଇଥିବା ଷଡଯନ୍ତ୍ରରେ ବିଜେପିର ସମ୍ପୃକ୍ତି ସମ୍ପର୍କରେ ଜେଡି (ୟୁ) ସୂଚିତ କରିଛି । ସୋମବାର ଦିନ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ NITI ଆୟୋଗର ପରିଚାଳନା ପରିଷଦ ବୈଠକକୁ ନୀତୀଶ ମଧ୍ୟ ବହିଷ୍କାର କରିଛନ୍ତି । ଜେଡିୟୁ ସୂତ୍ର ଅନୁଯାୟୀ ଦଳର ସମସ୍ତ 45 ଜଣ ବିଧାୟକଙ୍କ ସହ ମଙ୍ଗଳବାର ଦିନ ଏକ ବୈଠକ ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ, ଆରଜେଡି ଏହାର ସମସ୍ତ 79 ଜଣ ବିଧାୟକଙ୍କୁ ସୋମବାର ରାତି ସୁଦ୍ଧା ପାଟନାରେ ପହଞ୍ଚିବାକୁ କହିଛି, ଯାହାଫଳରେ ସେମାନେ ତେଜସ୍ୱୀ ଯାଦବଙ୍କ ବୈଠକରେ ଯୋଗ ଦେଇ ପାରିବେ ।

ଶାସକ-ବିରୋଧୀ ଶାନ୍ତ

ଏହି ସମୟରେ, JDU ଏବଂ RJD ଶାନ୍ତ ରହି ପରସ୍ପର ନିକଟତର ହେବାର ସଙ୍କେତ ଦେଖାଉଛନ୍ତି । ରାଜନୈତିକ କରିଡରରେ ଶାସକ ଦଳ ଏବଂ ମୁଖ୍ୟ ବିରୋଧୀ ଦଳ ମଧ୍ୟରେ ଏହି ରାଜନୈତିକ ଶାନ୍ତି କିଛି ବଡ ରାଜନୈତିକ ଝଡ଼କୁ ସୂଚାଉଛି । ମୁଦ୍ରାସ୍ଫୀତି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ବିରୋଧରେ ତେଜସ୍ୱୀ ଯାଦବଙ୍କ ଦ୍ୱାରା ଚାଲିଥିବା ଅଭିଯାନରେ ରବିବାର ଯେତେବେଳେ ଜେଡିୟୁକୁ ପଚରାଯାଇଥିଲା, ଦଳ ଏହା ସେମାନଙ୍କର ଅଧିକାର ବୋଲି କହିଥିଲା । ଜେଡିୟୁ ଏବଂ ବିଜେପି ମଧ୍ୟରେ ବର୍ତ୍ତମାନର ଦୂରତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଆରସିପି ସିଂହଙ୍କ ଜେଡିୟୁ ବାହାରିବା ପରେ ତୀବ୍ର ହୋଇଛି । ଜେଡିୟୁ ଜାତୀୟ ଅଧ୍ୟକ୍ଷ ଲଲନ ସିଂହ କହିଛନ୍ତି ଯେ ତାଙ୍କ ଦଳ ମୋଦୀ କ୍ୟାବିନେଟରେ ସାମିଲ ହେବ ନାହିଁ ।

nitish

ମେଣ୍ଟ ରଖିବାକୁ ବିଜେପିର ଦାବି

ସୂଚନାନୁସାରେ, ନିକଟରେ ପାଟନାରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକକୁ ମଧ୍ୟ ଜେଡିୟୁ ପସନ୍ଦ କରି ନାହିଁ । ତେବେ ବିଜେପିର ଇପର ସ୍ତରର ନେତା ଜୋର ଦଜେଇ କହୁଛନ୍ତି ୟେ 2024 ଲୋକସଭା ନିର୍ବାଚନ ଏବଂ 2025 ବିଧାନସଭା ନିର୍ବାଚନରେ ମଧ୍ୟ ଜେଡି (ୟୁ) ସହ ମେଣ୍ଟ ଜାରି ରହିବ । ବାସ୍ତବରେ, 2020 ବିଧାନସଭା ନିର୍ବାଚନରେ ଜେଡିୟୁ ଅପେକ୍ଷା ବିଜେପି ଯେପରି ଏକ ବଡ ଦଳ ଭାବରେ ଉଭା ହୋଇଥିଲା, ସେହି ଦିନଠାରୁ ନୀତୀଶଙ୍କ ଦଳ ନିଜର ସହଯୋଗୀଙ୍କ ସହ ଅସନ୍ତୋଷ ଦେଖାଇଛି ।

ଜେଡିୟୁ ସୂତ୍ରରୁ ପ୍ରକାଶ ଯେ 'ବିଜେପି ଆରସିପି ସିଂହ ଙ୍କୁ ଏକନାଥ ସିନ୍ଦେ କରିବାକୁ ଚେଷ୍ଟା କରୁଥିଲା', ସେମାନେ ମଧ୍ୟ ଏହାର ପ୍ରମାଣ ଦେଇଛନ୍ତି । ଥରେ ନୀତୀଶଙ୍କ ଡାହାଣ ହାତ କୁହାଯାଉଥିବା ଜେଡି (ୟୁ) ରେ ରହି ବିଜେପି ପାଇଁ କାମ କରୁଥିବା ଅଭିଯୋଗ ହୋଇଛି । ଏପରିକି ଆରସିପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ମୋଦୀ ସରକାରରେ ମନ୍ତ୍ରୀ ବର୍ଥ ଦିଆଯାଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ, ନୀତୀଶଙ୍କ ଦଳ ତାଙ୍କୁ ପୁଣିଥରେ ରାଜ୍ୟସଭାରେ ପହଞ୍ଚିବା ପାଇଁ ରାସ୍ତା ଅବରୋଧ କରିବା ପରେ ତାଙ୍କୁ ମନ୍ତ୍ରୀ ପଦ ଛାଡିବାକୁ ପଡିଲା ।

nitish

ବଡ଼ ନଷ୍ପତ୍ତି ନେବେ ନୀତିଶ

ଶନିବାର ଦିନ ନୀତୀଶଙ୍କ ପୂର୍ବତନ ସହାୟକ ଆରସିପି ସିଂହ ଜେଡି (ୟୁ) ଛାଡିଥିଲେ । 2013 ରୁ 2022 ମଧ୍ୟରେ ଦଳ ତାଙ୍କ ପରିବାରରୁ 47 ଟି ପ୍ଲଟ୍ କିଣାଯାଇଥିବା ଅଭିଯୋଗ ପରେ ସେ ଦଳ ଛାଡ଼ିଛନ୍ତି । ଆରଜେଡି ଏପର୍ଯ୍ୟନ୍ତ ଏହାର ରାଜନୈତିକ କାର୍ଡକୁ ସର୍ବସାଧାରଣରେ ପ୍ରକାଶ କରିନାହିଁ । ବର୍ତ୍ତମାନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ସାରା ଦେଶର ନଜର ରହିଛି । ସେ ବିଜେପି ସହ ମେଣ୍ଟ ଭାଙ୍ଗୁଛନ୍ତି ନା ସମସ୍ତ ପ୍ରକାରର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସରକାର ବଜାୟ ରଖିବେ ତାହା ଉପରେ ସମସ୍ତଙ୍କର ନଜର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+