ପୁଣିଥରେ ନୀତୀଶଙ୍କ ଜେଡିୟୁ ଉପରେ ଭାରୀ ପଡ଼ିଲା ଲାଲୁଙ୍କ ଆରଜେଡି, ଏମଏଲସି ନିର୍ବାଚନରେ ହାସଲ କଲା ଏତେ ଆସନ
24 ଟି ସିଟ୍ ମଧ୍ୟରୁ ଏନଡିଏ 13 ଆସନ ଜିତିଥିବାବେଳେ ରାଷ୍ଟ୍ରୀୟ ଜନତା ଦଳ ପ୍ରାର୍ଥୀ 6 ଟି ସିଟ୍ ଜିତିଛନ୍ତି । ଏନଡିଏ ଖାତାକୁ ଯାଇଥିବା ଏମଏଲସିର 13 ଟି ସିଟ୍ ମଧ୍ୟରୁ ବିଜେପିକୁ 7 ଟି ସିଟ୍, ଜେଡିୟୁକୁ 5 ଟି ସିଟ୍
ପାଟନା : ନିକଟରେ ଅନୁଷ୍ଠିତ ପାଞ୍ଚଟି ରାଜ୍ୟସଭା ନିର୍ବାଚନ ମଧ୍ୟରୁ ଚାରିଟିରେ ବୃହତ ବିଜୟ ହାସଲ କରିଥିବା ଭାରତୀୟ ଜନତା ପାର୍ଟି ଏକ ମାସ ପରେ ବିହାରରୁ ମଧ୍ୟ ଖୁସି ଖବର ପାଇଛି । ବିହାରରେ 24 ଟି ଆସନ ପାଇଁ ବିଧାନସଭା ସଦସ୍ୟ ପରିଷଦ (ଏମଏଲସି) ନିର୍ବାଚନର ଫଳାଫଳ ଗୁରୁବାର ଘୋଷିତ ହୋଇଥିବାବେଳେ 24 ଟି ଆସନରୁ ବିଜେପି ନେତୃତ୍ୱାଧୀନ ଏନଡିଏ 13 ଆସନ ଜିତିଛି । ତେବେ ଏହି ନିର୍ବାଚନରେ ନୀତୀଶ କୁମାରଙ୍କ ଜେଡିୟୁକୁ ଝଟକା ଲାଗିଛି ଏବଂ ଆରଜେଡି ଅପେକ୍ଷାକୃତ ଅଧିକ ଆସନ ଆକ୍ତିଆର କରିଛି ।

JDU କୁ 5 ଏବଂ RJD କୁ ମିଳିଛି 6 ଆସନ
ବିହାର ବିଧାନ ପରିଷଦର 24 ଟି ଆସନ ପାଇଁ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଗୁରୁବାର ଦିନ ନିର୍ବାଚନ ଆୟୋଗ ଘୋଷଣା କରିଛି । ଏହି 24 ଟି ସିଟ୍ ମଧ୍ୟରୁ ଏନଡିଏ 13 ଆସନ ଜିତିଥିବାବେଳେ ରାଷ୍ଟ୍ରୀୟ ଜନତା ଦଳ ପ୍ରାର୍ଥୀ 6 ଟି ସିଟ୍ ଜିତିଛନ୍ତି । ଏନଡିଏ ଖାତାକୁ ଯାଇଥିବା ଏମଏଲସିର 13 ଟି ସିଟ୍ ମଧ୍ୟରୁ ବିଜେପିକୁ 7 ଟି ସିଟ୍, ଜେଡିୟୁକୁ 5 ଟି ସିଟ୍ ଏବଂ ପଶୁପତି କୁମାର ପାରସଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକ ଜନଶକ୍ତିକୁ ମିଳିଛି ଗୋଟିଏ ଆସନ । ତେବେ ଏମଏଲସିର ଏହି ନିର୍ବାଚନରେ ଆରଜେଡି ନୀତୀଶ କୁମାରଙ୍କୁ ଜେଡିୟୁ ଅପେକ୍ଷା ଗୋଟିଏ ଆସନ ପାଇ ଏକ ବଡ଼ ଝଟକା ଦେଇଛି ।
ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ଫଳାଫଳ ଅନୁଯାୟୀ ସ୍ୱାଧୀନ ପ୍ରାର୍ଥୀମାନେ ଚାରିଟି ଏମଏଲସି ଆସନ ଜିତିଛନ୍ତି । ଏଥି ସହିତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିବା କଂଗ୍ରେସର ପ୍ରଦର୍ଶନ ମଧ୍ୟ ଏହି ନିର୍ବାଚନରେ ଖରାପ ଥିଲା ଏବଂ ଏହା କେବଳ ଗୋଟିଏ ଆସନ ଜିତିଛି । ଏମଏଲସି ନିର୍ବାଚନ ପାଇଁ ଏନଡିଏରେ ଆସନ ବୁଝାମଣାରେ ବିଜେପିକୁ 12 ଟି, ଜେଡିୟୁକୁ 11 ଟି ଏବଂ ରାଷ୍ଟ୍ରିୟ ଲୋକ ଜନଶକ୍ତି ପାର୍ଟିକୁ 1 ଟି ଆସନ ଦିଆଯାଇଥିଲା ।

ନିର୍ବାଚନ କମିଶନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବୈଶ୍ୟ ସମ୍ପ୍ରଦାୟର ପ୍ରାର୍ଥୀମାନେ 6 ଟି ଆସନ ଜିତିଛନ୍ତି । ଏଥି ସହିତ 24 ଟି ସିଟ୍ ପାଇଁ ଅନୁଷ୍ଠିତ MLC ନିର୍ବାଚନରେ ମୁସଲମାନ କିମ୍ବା ଦଳିତ ସମ୍ପ୍ରଦାୟର କୌଣସି ପ୍ରାର୍ଥୀ ଜିତି ନାହାଁନ୍ତି । ଯଦିଓ କଂଗ୍ରେସ ଏହି ନିର୍ବାଚନରେ କେବଳ ଗୋଟିଏ ଆସନ ଜିତିଛି, କିନ୍ତୁ ଦଳ ପାଇଁ ଏକ ବଡ କଥା ହେଉଛି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ଗଡ଼ ବେଗୁସରାଇରେ ଏହାର ପ୍ରାର୍ଥୀ ଜିତିଛନ୍ତି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications