ବିହାର ବିଧାନସଭା ତୃତୀୟ ପର୍ଯ୍ୟାୟ ମତଦାନ ଜାରି, 1204 ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ
ବିହାର ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି | ଆଜି ସକାଳ 7 ଟାରୁ ଭୋଟ୍ ଗ୍ରହଣ ଜାରି ରହିଛି | 15ଟି ଜିଲ୍ଲାର ମୋଟ 78ଟି ଆସନ ପାଇଁ ଆଜି ମତଦାନ ହେଉଛି | ମୋଟ 2 କୋଟି 35 ଲକ୍ଷ ଭୋଟର 1204 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ
ବିହାର : ବିହାର ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି | ଆଜି ସକାଳ 7 ଟାରୁ ଭୋଟ୍ ଗ୍ରହଣ ଜାରି ରହିଛି | 15ଟି ଜିଲ୍ଲାର ମୋଟ 78ଟି ଆସନ ପାଇଁ ଆଜି ମତଦାନ ହେଉଛି | ମୋଟ 2 କୋଟି 35 ଲକ୍ଷ ଭୋଟର 1204 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ | ସେଥି ମଧ୍ୟରୁ 1094 ଜଣ ପୁରୁଷ ପ୍ରାର୍ଥୀ ଏବଂ 110 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି | କୋଭିଡ୍-19 କଟକଣାକୁ ମାନି ଏହି ନିର୍ବାଚନ କରାଯାଉଛି | ସଂନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବ |

ମତଦାନ ପାଇଁ ମୋଟ 33 ହଜାର 728 ମତଦାନ କେନ୍ଦ୍ର ଖୋଲାଯାଇଛି | ସେଥିରୁ 4 ହଜାର 9ଶହ 99ଟି ବୁଥ୍ ସମ୍ବେଦନଶୀଳ ରହିଛି |
ଆଜିର ଏହି ନିର୍ବାଚନ ପାଇଁ ବିଜେପି 35 ଏବଂ ଜେଡିୟୁ 37 ଆସନରେ ପ୍ରାର୍ଥୀ ଦେଇଛନ୍ତି | ସେହିପରି ମହାମେଣ୍ଟ ପକ୍ଷରୁ ଆରଜେଡି 46ଟି ଏବଂ କଂଗ୍ରେସ 25ଚି ଆସନରୁ ପ୍ରତିଦ୍ୱନ୍ଦିତା କରୁଛି |
ସୂଚନାଯୋଗ୍ୟ, ଅକ୍ଟୋବର 28 ଏବଂ ନଭେମ୍ବର 3 ତାରିଖରେ ବିହାର ବିଧାନସଭା ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି | ଆସନ୍ତା 10 ତାରିଖରେ ଭୋଟ୍ ଗଣତି ହେବ |
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications