Get Updates
Get notified of breaking news, exclusive insights, and must-see stories!

ସମ୍ପ୍ରସାରଣ ହେବ ନୀତୀଶଙ୍କ କ୍ୟାବିନେଟ, ଶାହନାୱାଜ ହୁସେନଙ୍କ ସମେତ 9 ବିଜେପି ଏବଂ 8ଜଣ ଜେଡିୟୁ ମନ୍ତ୍ରୀ ନେଇପାରନ୍ତି ଶପଥ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ତାଙ୍କ କ୍ୟାବିନେଟକୁ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି । ସମ୍ପ୍ରସାରଣରେ 9 ଜଣ ବିଜେପି ନେତା ଏବଂ 8 ଜେଡିୟୁ ନେତା ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ ।

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ତାଙ୍କ କ୍ୟାବିନେଟକୁ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି । ଏହି ସୂଚନା ବିହାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି । କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଦିନ 12:30 ସମୟରେ କ୍ୟାବିନେଟର ସମ୍ପ୍ରସାରଣ ପାଇଁ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । କୁହାଯାଉଛି ଯେ ଆଜି କ୍ୟାବିନେଟର ସମ୍ପ୍ରସାରଣରେ 9 ଜଣ ବିଜେପି ନେତା ଏବଂ 8 ଜେଡିୟୁ ନେତା ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ । କହିବାକୁ ଗଲେ ଆଜି ବିହାର କ୍ୟାବିନେଟରେ 17 ଟି ନୂଆ ଚେହେରା ସାମିଲ ହୋଇପାରେ ।

Nitish-kumar

ଏହି ସମ୍ପ୍ରସାରଣରେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଥିବା ଶାହନାୱାଜ ହୁସେନ୍ ବିହାରରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଏହି କ୍ୟାବିନେଟ୍ ବିସ୍ତାରରେ ବିକାଶୀଳ ଇନ୍ସାନ୍ ପାର୍ଟିର ମୁକେଶ ସାହନିଙ୍କ ନାମ ମଧ୍ୟ ସାମିଲ ଅଛି । ବିହାରରେ ବର୍ତ୍ତମାନ 243 ଜଣ ବିଧାୟକଙ୍କ ସଦନରେ ମୁଖ୍ୟମନ୍ତ୍ରୀଙ୍କ ସମେତ 15 ଜଣ ମନ୍ତ୍ରୀ ଅଛନ୍ତି । ବିହାର କ୍ୟାବିନେଟରେ 36 ଜଣ ମନ୍ତ୍ରୀ ରହିପାରିବେ ।

ବିଜେପି ଏବଂ ଜେଡିୟୁର ଏହି ନେତା କ୍ୟାବିନେଟରେ ହୋଇପାରନ୍ତି ସାମିଲ

ଆଜିର ବିହାର କ୍ୟାବିନେଟ ସମ୍ପ୍ରସାରଣରେ ବିଜେପିର ଶାହନାୱାଜ ହୁସେନ୍, ପୂର୍ବତନ ସାଂସଦ ଜନକ ଚାମର, ସୁଭାଷ ସିଂ, ନିତିନ ନବୀନ, କୃଷ୍ଣ କୁମାର ଋଷି, ସଞ୍ଜୟ ସର୍ବଗୀ, ନୀରଜ ବବଲୁ, ପ୍ରମୋଦ କୁମାର ଏବଂ ଭାଗୀରଥୀ ଦେବୀଙ୍କ ନାମ ସାମିଲ ଅଛି । ଅନ୍ୟପକ୍ଷରେ ଜେଡିୟୁ ଦଳରୁ ଶ୍ରବଣ କୁମାର, ଲେସି ସିଂ, ସଞ୍ଜୟ ଝା, ସୁନୀଲ କୁମାର ଏବଂ ଜାମା ଖାନଙ୍କ ନାମ ଚର୍ଚ୍ଚାରେ ରହିଛି । ଜାମା ଖାନ ନିକଟରେ ବିଏସପିରୁ ଜେଡିୟୁରେ ଯୋଗ ଦେଇଛନ୍ତି । ଅନୁମାନ କରାଯାଉଛି ଯେ ଏହି କ୍ୟାବିନେଟ୍ ସମ୍ପ୍ରସାରଣରେ ଭଭିଆଇପି କିମ୍ବା ଜିତନ୍ ରାମ ମଞ୍ଝିଙ୍କ ଦଳର କୌଣସି ସଦସ୍ୟ ମନ୍ତ୍ରୀ ପଦ ପାଇ ନପାରନ୍ତି । ନୀତୀଶ କ୍ୟାବିନେଟରେ ଆଉ 23 ଜଣ ମନ୍ତ୍ରୀ ସାମିଲ ହେଇପାରିବେ ।

ବର୍ତ୍ତମାନର କେମିତି ଅଛି ବିହାର କ୍ୟାବିନେଟ୍ ?

ନଭେମ୍ବର 16 ରେ ଜନତା ଦଳ (ୟୁନାଇଟେଡ୍) ମୁଖ୍ୟ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । କ୍ରମାଗତ ଚତୁର୍ଥ ଥର ଏବଂ ମୋଟ ସପ୍ତମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମନ୍ତ୍ରୀ ପରିଷଦର ଅନ୍ୟ 14 ଜଣ ମନ୍ତ୍ରୀଙ୍କ ସହ ନୀତୀଶ କୁମାର ମଧ୍ୟ ଶପଥ ଗ୍ରହଣ କରିଥିଲେ । ବର୍ତ୍ତମାନ ନୀତୀଶଙ୍କ ମନ୍ତ୍ରୀମଣ୍ଡଳରେ ବିଜେପିରେ 7 ଜଣ, ଜେଡିୟୁରେ 4 ଜଣ, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାରେ 1 ଜଣ ଏବଂ ଭିଆଇପି ଦଳରୁ ଜଣେ ବିଧାୟକ ଅଛନ୍ତି ।

ସୂଚନାଯୋଗ୍ୟ, ବର୍ତ୍ତମାନ ବିହାରରେ ଏନଡିଏ ସରକାର ଶାସନାଧୀନ ଅଛି । ଯେଉଁଥିରେ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ), ଭାରତୀୟ ଜନତା ପାର୍ଟି (ବିଜେପି), ବିକାଶସେଲ ଇନସାନ ପାର୍ଟି (ଭିଭିଆଇପି) ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM)ମିଳିତ ଭାବେ ସରକାର ଗଠନ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+