ବିହାରର ମନ୍ତ୍ରୀପଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଗୃହ, ସାଧାରଣ ପ୍ରଶାସନ, ଭିଜିଲାନ୍ସ, କ୍ୟାବିନେଟ୍, ନିର୍ବାଚନ ଏବଂ କୌଣସି ମନ୍ତ୍ରୀଙ୍କୁ ଦିଆଯାଇନଥିବା ଅନ୍ୟ ବିଭାଗ ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ଦାଯିତ୍ୱରେ ରଖିଛନ୍ତି | ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ସିଂଙ୍କୁ ଅର୍ଥ ବିଭାଗ |

ପାଟନା : ବିହାର ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ଜେଡିୟୁର ନେତା ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି | ଆଜି ନୀତିଶଙ୍କ 14 ଜଣିଆ ମନ୍ତ୍ରୀମଣ୍ଡଳ ଘୋଷଣା ହେବା ସହ ସେମାନେ ଶପଥ ଗ୍ରହଣ କରିଛନ୍ତି |

Bihar-Minister-oath-taking

ଗୃହ, ସାଧାରଣ ପ୍ରଶାସନ, ଭିଜିଲାନ୍ସ, କ୍ୟାବିନେଟ୍, ନିର୍ବାଚନ ଏବଂ କୌଣସି ମନ୍ତ୍ରୀଙ୍କୁ ଦିଆଯାଇନଥିବା ଅନ୍ୟ ବିଭାଗ ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ଦାଯିତ୍ୱରେ ରଖିଛନ୍ତି | ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ସିଂ ଙ୍କୁ ଅର୍ଥ, ବାଣିଜ୍ୟ କର, ପରିବେଶ ଏବଂ ଜଙ୍ଗଲ, ସୂଚନା ପ୍ରଯୁକ୍ତିବିଦ୍ୟା, ବିପର୍ଯ୍ୟାୟ ପରିଚାଳନା, ସହରୀ ବିକାଶ ବିଭାଗ ଏବଂ ଅନ୍ୟ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କୁ ପଞ୍ଚାୟତିରାଜ ଭଳି ବଡ଼ ବିବାଗ ସହ ପଛୁଆ ଜାତିର ଉନ୍ନତି ଏବଂ ଇବିସି କଲ୍ୟାଣ, ଶିଳ୍ପ ଭଳି ବିଭାଗ ଦିଆଯାଇଛି |

ସେହିପରି ବିଜୟ ଚୌଧୁରୀଙ୍କୁ ଗ୍ରାମୀଣ କାର୍ଯ୍ୟ, ଗ୍ରାମୀଣ ବିକାଶ, ସଂସଦୀୟ କାର୍ଯ୍ୟ, ଜଳ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ବିଜେନ୍ଦ୍ର ଯାଦବଙ୍କୁ ଶକ୍ତି, ଯୋଜନା ଏବଂ ବିକାଶ, ଖାଦ୍ୟ ଏବଂ ଉପଭୋକ୍ତା ସଂରକ୍ଷଣ ବିଭାଗର ମନ୍ତ୍ରୀପଦ ମିଳିଛି |
ଅଶୋକ ଚୌଧୁରୀଙ୍କୁ ଭବନ ନିର୍ମାଣ, ସମାଜ କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଅଳ୍ପସଂଖ୍ୟକ କଲ୍ୟାଣ ବିଭାଗ ଏବଂ ମେଓ୍ୱାଲାଲ ଚୌଧୁରୀଙ୍କୁ ଶିକ୍ଷା ବିଭାଗ ମିଳିଛି |
ଶୀଲା କୁମାରୀଙ୍କୁ ପରିବହନ, ସନ୍ତୋଷ କୁମାରଙ୍କୁ କ୍ଷୁଦ୍ର ଜଳସେଚନ, ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ, ମଙ୍ଗଳ ପାଣ୍ଡେଙ୍କୁ ସଡ଼କ, କଳା ସଂସ୍କୃତି ଏବଂ ସ୍ୱାସ୍ଥ୍ୟ ଭଳି ଗୁରୁ ଦାଯିତ୍ୱ ଦିଆଯାଇଛି |
ଅମରେନ୍ଦ୍ର ସିଂ ଙ୍କୁ କୃଷି, ସମବାୟ,ସମିତି ଏବଂ ରାମପ୍ରୀତ ସିଂଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ, ଜୀବେଶ କୁମାରଙ୍କୁ ପର୍ଯ୍ୟଟନ, ଶ୍ରମ ଓ ଖଣି ବିଭାଗ ଏବଂ ରାମ ସୂରତଙ୍କୁ ରାଜସ୍ୱ ଏବଂ ଆଇନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+