ମୋଦୀ କ୍ୟାବିନେଟରେ ସମ୍ପ୍ରସାରଣକୁ ନେଇ ଆଲୋଚନା ବେଳେ ଆଖି ଦେଖାଇବାକୁ ଦିଲ୍ଲୀରେ ପହଞ୍ଚିଥିଲେ ନୀତୀଶ କୁମାର
ଏନଡିଏର ସହଯୋଗୀ ଜେଡିୟୁ ମଧ୍ୟ ଏଥର କ୍ୟାବିନେଟରେ ସାମିଲ ହୋଇପାରେ । ଯଦିଓ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ହୋଇନାହିଁ, କିନ୍ତୁ ରାଜନୈତିକ ହଇଚଇ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର ଦିଲ୍ଲୀରେ ପହଞ୍ଚିଛନ୍ତି ।
ନୂଆଦିଲ୍ଲୀ : ଗୋଟିଏ ପଟେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ସାରା ଦେଶରେ ପ୍ରସ୍ତୁତି ଚାଲିଛି । ଏଥି ସହିତ ଦିଲ୍ଲୀର ରାଜନୈତିକ ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି । ବାସ୍ତବରେ ଖବର ଆସୁଛି ଯେ ମୋଦୀ କ୍ୟାବିନେଟକୁ ଶୀଘ୍ର ବିସ୍ତାର କରାଯାଇପାରିବ । ଏଭଳି ପରିସ୍ଥିତିରେ ଏନଡିଏର ସହଯୋଗୀ ଜେଡିୟୁ ମଧ୍ୟ ଏଥର କ୍ୟାବିନେଟରେ ସାମିଲ ହୋଇପାରେ । ଯଦିଓ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ହୋଇନାହିଁ, କିନ୍ତୁ ରାଜନୈତିକ ହଇଚଇ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର ଦିଲ୍ଲୀରେ ପହଞ୍ଚିଛନ୍ତି ।

ସୂଚନାଥାଉକି, ବିହାରର ରାଜନୀତିରେ ମଧ୍ୟ ଆଜିକାଲି ଏକ ବଡ଼ ଧରଣର ହଇଚଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏନଡିଏର ସହଯୋଗୀ ଲୋକ ଜନଶକ୍ତି ପାର୍ଟିରେ ଦାଦା - ପୁତୁରା ମଧ୍ୟରେ ରାଜନୈତିକ ପତିଆରାକୁ ନେଇ ଦ୍ୱନ୍ଦ ଲାଗି ରହିଛି । ଏଭଳି ପରିସ୍ଥିତିରେ ନୀତୀଶ କୁମାରଙ୍କ ଉପରେ ମଧ୍ୟ ଏଲଜେପି ଭାଙ୍ଗିବାର ଅଭିଯୋଗ ରହିଛି । ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଥିବା ତାଙ୍କ ବାସଭବନରେ ପହଞ୍ଚିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ଏଠାକୁ ଆସିବାର ଉଦ୍ଦେଶ୍ୟ କେବଳ ଆଖି ଦେଖାଇବା (ଆଖି ଚିକିତ୍ସା) । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର କୌଣସି ଆଲୋଚନା ନାହିଁ ।
ଚିରାଗ ପାସୱାନ ଉପରେ ନୀତୀଶ କୁମାରଙ୍କ ବିବୃତ୍ତି
ମୋଦୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଉପରେ ନୀତୀଶ କୁମାର କହିଛନ୍ତି ଯେ, ଏହା କିପରି ଏବଂ କେତେବେଳେ କରିବେ (କ୍ୟାବିନେଟ ବିସ୍ତାର) ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭର କରେ । ଏହି ବିଷୟରେ ଆମ ନିକଟରେ କୌଣସି ସୂଚନା ନାହିଁ । ଅପରପକ୍ଷରେ ଚିରାଗ ପାସୱାନଙ୍କ ଏଲଜେପି ଦଳ ବିଭାଜନରେ ତାଙ୍କର ଭୂମିକା ଉପରେ ସେ କହିଛନ୍ତି ଯେ ଏଥିରେ ଆମର କୌଣସି ହାତ ନାହିଁ । ଏହା ସେମାନଙ୍କର ପାରସ୍ପରିକ ବିଷୟ । କେହି ଜଣେ (ଚିରାଗ ପାସୱାନ୍) ଆମ ବିଷୟରେ କହୁଛନ୍ତି କାରଣ ଏଥିରୁ ତାଙ୍କୁ ପବ୍ଲିସିଟି ମିଳୁଛି । ଏଥିରେ ଆମର କିଛି ନେଣଦେଣ ନାହିଁ । ଆମେ ଏହା ଉପରେ କେବେବି କିଛି କହିନାହୁଁ । ଏହା ସେମାନଙ୍କର ଆଭ୍ୟନ୍ତରୀଣ ବିଷୟ ।
ତେବେ ନୀତୀଶ କୁମାରଙ୍କ ଦିଲ୍ଲୀ ଗସ୍ତରୁ ଏହା ମଧ୍ୟ ଅନୁମାନ କରାଯାଉଛି ଯେ ତାଙ୍କ ଦିଲ୍ଲୀ ଗସ୍ତ ସମୟରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିପାରନ୍ତି ଏବଂ ଜେଡିୟୁ କୋଟାରୁ କେନ୍ଦ୍ର କ୍ୟାବିନେଟରେ ଯୋଗଦେବାକୁ ଥିବା ନେତାଙ୍କ ନାମ ଉପରେ ମଧ୍ୟ ଆଲୋଚନା କରିପାରନ୍ତି ।












Click it and Unblock the Notifications