Get Updates
Get notified of breaking news, exclusive insights, and must-see stories!

ଶପଥ ନେଲା ବିହାର ମନ୍ତ୍ରିମଣ୍ଡଳ, ଆରଜେଡ଼ି ପଲା ଭାରୀ

ମନ୍ତ୍ରିମଣ୍ଡଳରେ ଆରଜେଡ଼ିର ପଲା ଭାରୀ ରହିଛି । ମୋଟ 31 ଜଣିଆ ମନ୍ତ୍ରିମଣ୍ଡଳରେ ଆଜେଡ଼ିର 16 ବିଧାୟକଙ୍କୁ ସାମିଲ କରାଯାଇଛି । ସେହିପରି ଜେଡିୟୁ ନିଜର 11 ଜଣ ବିଧାୟକଙ୍କୁ ଅଥିରେ ସ୍ଥାନ ଦେଇଥଇବା ବେଳେ କଂଗ୍ରେସର 2 ଜଣ ବିଧାୟକ ମନ୍ତ୍ରୀ ହୋଇଛନ୍ତି ।

ପାଟନା : ବିହାରରେ ମହା ଗଠବନ୍ଧନ ସରକାର ଗଠନ ପରେ ନୀତିଶ କୁମାରଙ୍କ ମନ୍ତ୍ରିମଣ୍ଡଳ ଆଜି ଶପଥ ନେଇଛନ୍ତି । ବିଜେପି ହାଚ ଛାଡ଼ି ନୀତିଶ ଆରଜେଡ଼ି, କଂଗ୍ରେସ ଏବଂ ଅନ୍ୟ ଦଳଙ୍କ ସହ ନୂଆ ସରକାର ଗଠନ ପରେ ନୂଆ ମନ୍ତ୍ରିମଣ୍ଡଳ ଆଜି ଶପଥ ନେଇଛନ୍ତି । କିନ୍ତୁ ଏହି ମନ୍ତ୍ରିମଣ୍ଡଳରେ ଆରଜେଡ଼ିର ପଲା ଭାରୀ ରହିଛି । ମୋଟ 31 ଜଣିଆ ମନ୍ତ୍ରିମଣ୍ଡଳରେ ଆଜେଡ଼ିର 16 ବିଧାୟକଙ୍କୁ ସାମିଲ କରାଯାଇଛି । ସେହିପରି ଜେଡିୟୁ ନିଜର 11 ଜଣ ବିଧାୟକଙ୍କୁ ଅଥିରେ ସ୍ଥାନ ଦେଇଥଇବା ବେଳେ କଂଗ୍ରେସର 2 ଜଣ, ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚା ଏବଂ ସ୍ୱାଧୀନ ବିଧାୟକ ଜଣେ ଲେଖାଏଁ ସାମିଲ ହୋଇଛନ୍ତି । ଓବିସି ବର୍ଗରୁ ସର୍ବାଧିକ 17 ଜଣଙ୍କୁ ମିଳିଛି ମନ୍ତ୍ରୀ ପଦ । ଏପରିକି 5 ଜଣ ଲେଖାଏଁ ଦଳିତ ଓ ମୁସଲିମ ଚେହେରା ଏଥିରେ ସ୍ଥାନ ପାଇଛନ୍ତି ।

Nitish-RJD

ଏଥର ମଧ୍ୟ ସିଏମ ନୀତୀଶ କୁମାର ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗକୁ ନିଜ ପାଖରେ ରଖିଛନ୍ତି । ଅନ୍ୟପକ୍ଷରେ ଡେପୁଟି ସିଏମ୍ ତେଜସ୍ୱୀ ଯାଦବଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମିଳିଛି । ତେଜସ୍ୱୀଙ୍କ ବଡ ଭାଇ ତେଜ ପ୍ରତାପ ଯାଦବଙ୍କ ନିକଟରେ ପୂର୍ବ ମହା ଗଠବନ୍ଧନ ସରକାରରରେ ସ୍ୱାସ୍ଥ୍ୟ ବିଭାଗ ଥିଲା । ବିଜୟ କୁମାର ଚୌଧୁରୀଙ୍କୁ ଅର୍ଥ ବିଭାଗର ଦାୟିତ୍ୱ ଦିଆଯାଇଛି ।

ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ମଧ୍ୟ କ୍ୟାବିନେଟରେ ସାମିଲ ହୋଇଛନ୍ତି । ତେଜ ପ୍ରତାପଙ୍କୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦିଆଯାଇଛି ।

ମହା ଗଠବନ୍ଧନ ସରକାରରେ ନୀତୀଶ କୁମାରଙ୍କ ଦଳ ଏକ ଛୋଟ ଦଳ ହୋଇପାରେ, କିନ୍ତୁ ନୀତୀଶ କୁମାରଙ୍କ ବଡ ଭାଇ ପଣିଆ ସରକାରରେ ରହିଛି । କ୍ୟାବିନେଟରେ ମଧ୍ୟ ଏହା ସ୍ପଷ୍ଟ ଦେଖାଯାଉଛି । ନୀତୀଶ କୁମାରଙ୍କ ନିକଟରେ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ସହ, ସାଧାରଣ ପ୍ରଶାସନ, କ୍ୟାବିନେଟ ସଚିବାଳୟ, ମନିଟରିଂ ଏବଂ ନିର୍ବାଚନ ଏହିପରି ସମସ୍ତ ବିଭାଗ ଅଛି ଯାହା କାହାକୁ ଦିଆଯାଇ ନାହିଁ । ଡେପୁଟି ସିଏମ୍ ତଥା ମହାଗଠବନ୍ଧନର ସର୍ବ ବୃହତ ଦଳର ନେତା ତେଜସ୍ୱୀ ଯାଦବଙ୍କୁ ସ୍ୱାସ୍ଥ୍ୟ ବିଭାଗ ସହିତ ସଡ଼କ ନିର୍ମାଣ, ସହର ଗୃହ ଏବଂ ବିକାଶ ତଥା ଗ୍ରାମାଞ୍ଚଳର କାର୍ଯ୍ୟ ଦାୟିତ୍ୱ ମିଳିଛି ।

ଆପଣଙ୍କୁ କହି ରଖୁଛୁ ନୀତିଶ କୁମାର ଏନଡିଏ ସରକାର ଭାଙ୍ଗି ଆରଜେଡି, କଂଗ୍ରେସ ଉପରେ ଭରସା କରିଥିଲେ । ଏହା ପରେ ସେ 7 ଦଳର 164 ବିଧାୟକଙ୍କ ସମର୍ଥନରେ ମହାଗଠବନ୍ଧନ ସରକାର ଗଠନ କରିଥିଲେ । ପୂର୍ବରୁ ତାଙ୍କ ଦଳ ଜେଡିୟୁ ବିଜେପି ସହ ମେଣ୍ଟ କରି ସରକାରରେ ରହିଥିଲେ । ନୀତିଶ କୁମାର ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଥିଲେ । ହେଲେ ଦୁଇ ଦଳ ମଧ୍ୟରେ ମତଭେଦ କାରଣରୁ ନୀତିଶ ମେଣ୍ଟରୁ ଅଲଗା ହୋଇ ଆରଜେଡି, କଂଗ୍ରେସ ଓ ବାମଦଳ ସହ ଆଞ୍ଚଳକି ଦଳମାନଙ୍କ ସହ ମିଶି ନୂଆ ସରକାର ଗଠନ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+