Get Updates
Get notified of breaking news, exclusive insights, and must-see stories!

ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୁପେନ୍ଦ୍ର ପଟେଲ, 16 ଜଣ ମନ୍ତ୍ରୀ ମଧ୍ୟ ନେଲେ ଶପଥ

ଗୁଜୁରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପରେ ଭୁପେନ୍ଦ୍ର ପଟେଲ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଜେପି ଏହାର ବିଧାୟକ ଦଳର ନେତା ଭାବେ ପୁଣିଥରେ ଭୂମେନ୍ଦ୍ର ପଟେଲଙ୍କୁ ସିଏମ୍ ପଦର ଦାୟିତ୍ୱ ଦେଇଛି ।

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପରେ ଭୁପେନ୍ଦ୍ର ପଟେଲ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଜେପି ଏହାର ବିଧାୟକ ଦଳର ନେତା ଭାବେ ପୁଣିଥରେ ଭୂମେନ୍ଦ୍ର ପଟେଲଙ୍କୁ ସିଏମ୍ ପଦର ଦାୟିତ୍ୱ ଦେଇଛି । ଏହା ପରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଆଜି ଗାନ୍ଧୀନଗର ସଚିବାଳୟ ନିକଟ ହେଲିପ୍ୟାଡ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହା ପରେ ଭୁପେନ୍ଦ୍ର ରାଜ୍ୟର 18 ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହା ବ୍ୟତୀତ ତାଙ୍କ ସହ 16 ଜଣ ମନ୍ତ୍ରୀ, 8 ଜଣ କ୍ୟାବିନେଟ ମନ୍ତ୍ରୀ, 2 ଜଣ ସ୍ୱାଧୀନ ରାଜ୍ୟମନ୍ତ୍ରୀ, 6 ଜଣ ରାଜ୍ୟ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।

Bhupendra Patel

ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଉପସ୍ଥିତ ରହିଥିଲେ । ଏହା ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ମୁଖ୍ୟ ଜେ.ପି ନଡ୍ଡା, ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂହ ଚୌହାନ, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଭୁପେନ୍ଦ୍ର ପଟେଲଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ ।

କ୍ୟାବିନେଟ ମନ୍ତ୍ରୀ ଭାବେ କାନୁଭାଇ ଦେଶାଇ, ଋଷିକେଶ ପଟେଲ, ରାଘବଜୀ ପଟେଲ, ବଲୱନ୍ତ ସିଂହ ରାଜପୁତ, କୁୱରଜୀ ବାଭାଲିଆ, ମୁଲୁଭାଇ ବେରା, ଭାନୁବେନ ବାବରୀୟଠ, କୁବେର ଡିଡୋର ଶପଥ ନେଇଛନ୍ତି ।

ଏହା ବ୍ୟତୀତ ହର୍ଷ ସାଂଘଭି ଏବଂ ଜଗଦୀଶ ବିଶ୍ୱକର୍ମା ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ) ଭାବେ ଶପଥ ନେଇଛନ୍ତି ।

16 ଜଣ ମନ୍ତ୍ରୀଙ୍କ ଶପଥ ଗ୍ରହଣ କରିବା ପରେ ଏବେ କାହାକୁ କେଉଁ ବିଭାଗ ମିଳିବ ସେ ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଛି । ଦଳର ସୂତ୍ର ଅନୁଯାୟୀ, ହାଇ କମାଣ୍ଡଙ୍କ ସହ ଆଲୋଚନା ହୋଇଛି, ଖୁବ ଶୀଘ୍ର ସମସ୍ତ ବିଭାଗ ଚୂଡାନ୍ତ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+