Get Updates
Get notified of breaking news, exclusive insights, and must-see stories!

ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ

ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ । ରାଜ ଭବନରେ ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଭୂପେନ୍ଦ୍ର ।

ଅହମ୍ମଦାବାଦ : ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ । ରାଜ ଭବନରେ ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଭୂପେନ୍ଦ୍ର । ଏହି ଅବସରରେ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପହଞ୍ଚିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁଜୁରାଟର ନୂତନ ସିଏମଙ୍କୁ ଶପଥ ଗ୍ରହଣ କରିବା ପରେ ଅଭିନନ୍ଦନ ଜଣାଇଛନ୍ତି । ଏହା ବ୍ୟତୀତ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ମଧ୍ୟପ୍ରଦେଶର ସିଏମ ଶିବରାଜ ସିଂ ଚୌହ୍ୱାନ, ଗୋଆ ସିଏମ ପ୍ରମୋଦ ସାୱନ୍ତଙ୍କ ସମେତ ବିଜେପି ଶାସିତ ରାଜ୍ୟର କେତେକେ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

bhupendra Patel

ଏଥି ସହିତ ଶପଥ ଗ୍ରହଣ ସମାରୋହ ପୂର୍ବରୁ ନୂତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଗାନ୍ଧୀନଗରର ସ୍ୱାମୀନାରାୟଣ ମନ୍ଦିରରେ ପୂଜା କରିଥିଲେ । ଏହା ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଅହମ୍ମଦାବାଦରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ । ଅମିତ ଶାହାଙ୍କୁ ସ୍ୱାଗତ କରିବା ପୂର୍ବରୁ ଭୂପେନ୍ଦ୍ର ପଟେଲ ଗାନ୍ଧୀନଗରରେ ପୂର୍ବତନ ସିଏମ ବିଜୟ ରୂପାଣୀଙ୍କୁ ମଧ୍ୟ ଭେଟିଥିଲେ ।

ଆପଣଙ୍କୁ କହିରଖୁଛୁ ଯେ ଶନିବାର ଦିନ ବିଜୟ ରୁପାଣୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦରୁ ହଠାତ୍ ଇସ୍ତଫା ଦେଇଛନ୍ତି । ରୂପାଣୀଙ୍କ ଇସ୍ତଫା ପରେ ଭୂପେନ୍ଦ୍ର ପଟେଲ ଗୁଜୁରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ରବିବାର ଦିନ ବିଧାକ ଦଳ ବୈଠକରେ ଭୂପେନ୍ଦ୍ର ପଟେଲଙ୍କୁ ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଅନୁମୋଦନ କରାଯାଇଥିଲା, ଏହା ପରେ ସେ ସୋମବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+