For Quick Alerts
Turn On Notification  
For Daily Alerts
Oneindia App Download

ଭୁପେନ୍ଦ୍ର ପଟେଲ ଗୁଜରାଟ ବିଜେପି ବିଧାୟକ ନେତା ମନୋନୀତ

ଗୁଜୁରାଟ ବିଜେପି ବିଧାୟକମାନେ ଭୁପେନ୍ଦ୍ର ପଟେଲଙ୍କୁ ବିଧାୟକ ଦଳର ନେତା ଭାବେ ମନୋନୀତ କରିଛନ୍ତି । 12 ଡିସେମ୍ବର (ସୋମବାର) ରେ ଭୁପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ।

|

ଗାନ୍ଧୀନଗର : ଗୁଜୁରାଟ ବିଧାନସଭା ନିର୍ବାଚନ 2022 ରେ ବିଜେପିର ବିପୁଳ ବିଜୟ ପରେ ରାଜ୍ୟରେ ସରକାର ଗଠନ ଲାଗି ଦଳ ପ୍ରସ୍ତୁତ ହେଉଛି । ଗୁଜୁରାଟ ବିଜେପି ବିଧାୟକମାନେ ଭୁପେନ୍ଦ୍ର ପଟେଲଙ୍କୁ ବିଧାୟକ ଦଳର ନେତା ଭାବେ ମନୋନୀତ କରିଛନ୍ତି । 12 ଡିସେମ୍ବର (ସୋମବାର) ରେ ଭୁପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ରହିବେ ।

bhupendra patel

ଶନିବାର ବିଜେପି ବୈଠକରେ ପଟେଲଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ କରିଛନ୍ତି ବିଜେପିର ନିର୍ବାଚିତ ବିଧାୟକ । କାନୁ ଦେଶାଇ ବିଧାୟକ ଦଳର ନେତା ଭାବେ ଭୁପେନ୍ଦ୍ର ପଟେଲଙ୍କ ନାମ ପ୍ରସ୍ତାବ ରଖିଥିଲେ । ଏହା ପରେ ସର୍ବସମ୍ମତିକ୍ରମେ ଭୁପେନ୍ଦ୍ର ପଟେଲଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିଛି । ଆସନ ଦୃଷ୍ଟିରୁ ବିଜେପି ନିଜର ଏବଂ ଅନ୍ୟ ଦଳର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି । ଗୁଜୁରାଟ ରାଜ୍ୟର 182 ଟି ବିଧାନସଭା ଆସନ ମଧ୍ୟରୁ 156 ଟି ଆସନ ହାତେଇଛି ବିଜେପି । ଏହା ପୂର୍ବରୁ 1985 ରେ ମାଧବ ସିଂହ ସୋଲାଙ୍କିଙ୍କ ନେତୃତ୍ୱ କଂଗ୍ରେସ 149 ଆସନ ଜିତି ଏକ ରେକର୍ଡ ସୃଷ୍ଟି କରିଥିଲା । କେବଳ ଏତିକି ନୁହେଁ, ଯେତେବେଳେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ମଧ୍ୟ ବିଜେପି ଏତେ ଆସନ ଜିତି ନଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bhupendra Patel Nominated As Next Chief Minister Of Gujarat By BJP MLAs
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X