Get Updates
Get notified of breaking news, exclusive insights, and must-see stories!

ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ୍ ; ‘ରାଜନୀତି କରିବ ତ ମୌଦାନକୁ ଆସ', କହିଲେ ଅପରାଜିତା

ଭୁବନେଶ୍ୱର : 'ସରକାରୀ ଚାକିରି କରିବ, ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ ? ଯଦି ରାଜନୀତି କରିବାକୁ ଏତେ ଇଚ୍ଛା, ତେବେ ଚାକିରି ଛାଡ଼ି ମୈଦାନକୁ ଓହ୍ଲାନ୍ତୁ' । ଏମିତି ଢଙ୍ଗରେ ନାଁ ନ ନେଇ 5-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାସଂଦ ତଥା ବିଜେପି ନେତ୍ରୀ ଅପରାଜିତା ଷଢଙ୍ଗୀ ।

Aparajita-Sarangi

ଏପରିକି ରାଜ୍ୟ ସରକାର ଓ ଏହାର ଶାସନ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସାଂସଦ । ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ସରକାର ଓ ଏହାର 5-ଟି ବିଭାଗକୁ କରିଛନ୍ତି ଟାର୍ଗେଟ୍ ।

ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ପ୍ରୋଟୋକଲ ଅନୁସାରେ କିଏ ଉପରେ କିଏ ତଳେ, ତାହା ସମସ୍ତେ ଜାଣନ୍ତି । କିନ୍ତୁ ରାଜ୍ୟରେ ଶାସନ ବ୍ୟବସ୍ଥାକୁ ଜଣେ ସଚିବ ସ୍ତରୀୟ ଅଧିକାରୀ ହାଇଜାକ କରି ନେଇଛନ୍ତି । ନିୟମର ଉଲ୍ଲଙ୍ଘନ କରି ସଚିବ ଜନସଭା କରିବା ସହ ଉନ୍ନୟନ ପ୍ରକଳ୍ପର ଘୋଷଣା କରୁଛନ୍ତି । ଏ ସବୁ ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରୁଛନ୍ତି ବୋଲି କହୁଛନ୍ତି । ଯଦି ସଚିବଙ୍କ କଥା ସତ ତେବେ, ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କି ବୋଲି ପ୍ରଶ୍ନ ଉଠାଇଛନ୍ତି ଅପରାଜିତା । ଯଦି ଦେଇଛନ୍ତି ତେବେ ଏକଥା ସେ ସମସ୍ତଙ୍କ ସମ୍ମୁଖରେ ରଖିବା ଉଚିତ ବୋଲି କହିଛନ୍ତି ସାଂସଦ ।

'ଏପରିକି 5-ଟି ସଚିବଙ୍କ କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ଅଣଦେଖା କରିବା କିମ୍ବା ଅନୁପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି କି ? ଯଦି ଦେଇଛନ୍ତି, ତେବେ ସେ ଅର୍ଡର କାହିଁ ? ଯଦି ତାଙ୍କ ରୁମ ଭିତରେ ଏପରି ଆଦେଶ ଦେଇଛନ୍ତି ତେବେ ଏହା ଓଡ଼ିଶା ଶାସନବ୍ୟବସ୍ଥା ଉପରେ ବହୁତ ବଡ ପ୍ରଶ୍ନବାଚୀ ଲାଗୁଛି ।'

ସଚିବ ପହଞ୍ଚିବା ପୂର୍ବରୁ ନିର୍ବାଚିତ ଜନପ୍ରତିନିଧି ତାଙ୍କ ପାଇଁ ସମସ୍ତ ପ୍ରସ୍ତୁତ କରୁଛନ୍ତି । ସ୍ଥାନୀୟ ସାଂସଦ, ବିଧାୟକମାନଙ୍କୁ ଅଣଦେଖା କରାଯାଉଛି । ବିଧାୟକ, ମନ୍ତ୍ରୀମାନେ ଦାସତ୍ୱ ସ୍ୱୀକାର କରିନେଇଛନ୍ତି । ସଂପୃକ୍ତ ସଚିବ ଯୁଆଡ଼େ ଯାଉଛନ୍ତି, ତାଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହେଉଛି । ତାଙ୍କ ଉପରେ ଫୁଲ ପକାଯିବା, ପାଦ ଧୋଇବା ଫଟୋ ଆସୁଛି ବୋଲି କହି ବର୍ଷିଛନ୍ତି ସାଂସଦ ।

ଏଭଳି ଶାସନ ବ୍ୟବସ୍ଥା ସ୍ୱାଧୀନତା ପରଠାରୁ ଓଡିଶା ଇତିହାସରେ କେବେ ଦେଖାଯାଇ ନଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ମଧ୍ୟ୍ୟରେ ଜଣେ ହେଲେ ଓଡ଼ିଆ ଅଧିକାରୀ ନାହାଁନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବା ପାଇଁ ଉପଦେଶ ଦେବାପାଇଁ କିମ୍ବା ରାଜ୍ୟର ସ୍ୱାର୍ଥକୁ ଆଗକୁ ବଢ଼ାଇନେବା ପାଇଁ କ'ଣ କୌଣସି ଓଡ଼ିଆ ଅଧିକାରୀ ଆଜିର ସମୟରେ ଯୋଗ୍ୟ ନୁହଁନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+