ଭୀମ ସେନାର ଘୋଷଣା - ନୁପୁର ଶର୍ମାଙ୍କ ଜିଭ କାଟି ଆଣିଲେ ଏକ କୋଟି ଟଙ୍କା ପୁରସ୍କାର
ଭୀମ ସେନା ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ନବାବ ସତପାଲ ତନୱର ବୁଧବାର ଦିନ ନୁପୁର ଶର୍ମାଙ୍କ ଜିଭ କାଟି ଆଣିବା ବ୍ୟକ୍ତିଙ୍କ ପାଇଁ ଏକ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ।
ନୂଆଦିଲ୍ଲୀ : ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନିଲମ୍ବିତ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ସମସ୍ୟା ଆହୁରି ବଢିବାରେ ଲାଗିଛି । ଗୋଟିଏ ପଟେ ମୁସଲମାନ ଦେଶ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିବୃତ୍ତିକୁ ସମାଲୋଚନା କରୁଛନ୍ତି । ଅନ୍ୟପକ୍ଷରେ ଦେଶ ଭିତରେ ଅନେକ ସଂଗଠନ ନୁପୁର ଶର୍ମାଙ୍କୁ ତୀବ୍ର ବିରୋଧ କରୁଛନ୍ତି । ଏହି ସମୟରେ, ଭୀମ ସେନା ନୁପୁର ଶର୍ମାଙ୍କ ଜିଭ କାଟି ଆଣିବା ବ୍ୟକ୍ତିଙ୍କ ପାଇଁ ଏକ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛି ।

ଭୀମ ସେନା ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ନବାବ ସତପାଲ ତନୱର ବୁଧବାର ଦିନ ନୁପୁର ଶର୍ମାଙ୍କ ଜିଭ କାଟି ଆଣିବା ବ୍ୟକ୍ତିଙ୍କ ପାଇଁ ଏକ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ନବାବ ସତପାଲ ତନୱର ଅଭିଯୋଗ କରିଛନ୍ତି ଯେ ନୁପୁର ଶର୍ମା ପ୍ରୋଫେଟଙ୍କୁ ଅପମାନିତ କରିଛନ୍ତି, ଯାହା ଦ୍ୱାରା ମୁସଲମାନ ସମ୍ପ୍ରଦାୟର କୋଟି କୋଟି ଲୋକଙ୍କ ମନରେ ଆଘାତ ହୋଇଛି । ସେ ଅଭିଯୋଗ କରିଛନ୍ତି ଯେ ମୋଦୀ ସରକାର ଜାଣିଶୁଣି ନୁପୁର ଶର୍ମାଙ୍କୁ ଗିରଫ କରୁନାହାଁନ୍ତି ।
ତନୱର ଯୋଗୀ ସରକାରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି ଯେ ନୁପୁର ଶର୍ମା କାନପୁର ଦଙ୍ଗାର ପ୍ରକୃତ ମାଷ୍ଟରମାଇଣ୍ଡ, ତେବେ ଯୋଗୀ ସରକାର ତାଙ୍କୁ କାହିଁକି ଅଭିଯୁକ୍ତ କରିନାହାଁନ୍ତି ? ସତପାଲ ତନୱର କହିଛନ୍ତି ଯେ ନୁପୁର ଶର୍ମାଙ୍କ ପରି ଜଣେ ନେତାଙ୍କ ସମାଜରେ ରହିବାର ଅଧିକାର ନାହିଁ । ତାଙ୍କୁ ତୁରନ୍ତ ଜେଲକୁ ପଠାଯିବା ଉଚିତ କିମ୍ବା ଦେଶରୁ ବାହାର କରିଦେବା ଉଚିତ୍ । ସେ କହିଛନ୍ତି ଯେ ନୁପୁର ଶର୍ମାଙ୍କ ଏହି ଆପତ୍ତିଜନକ ମନ୍ତବ୍ୟ ଦ୍ୱାରା ସମଗ୍ର ବିଶ୍ୱରେ ଭାରତ ବଦନାମ ହେଉଛି ।
ସୂଚନାଯୋଗ୍ୟ ଯେ 'ଟାଇମ୍ସ ନାଓ'ର ଏକ ଟିଭି ବିତର୍କରେ ନୁପୁର ଶର୍ମା ପ୍ରୋଫେଟ୍ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହା ପରେ ସାରା ଦେଶରେ ତାଙ୍କର ବିରୋଧ ଆରମ୍ଭ ହୋଇଥିଲା । ସର୍ବଦଳୀୟ ଚାପ ପରେ ବିଜେପି ତାଙ୍କୁ ଦଳରୁ ନିଲମ୍ବିତ କରିଛି । ଅନେକ ମୌଳିକବାଦୀମାନେ ମଧ୍ୟ ନୁପୁର ଶର୍ମାଙ୍କୁ ଧମକ ଦେଉଛନ୍ତି । ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ନୁପୁରକୁ ସୁରକ୍ଷା ଯୋଗାଇ ଦେଇଛି ।












Click it and Unblock the Notifications