ବାଜି ମାରିଲେ ମମତା, 58,832 ଭୋଟରେ ହେଲେ ବିଜୟୀ
ପ୍ରକାଶ ପାଇଲା ପଶ୍ଚିମବଙ୍ଗର ଭବାନୀପୁର ଉପ ନିର୍ବାଚନର ଫଳାଫଳ । ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତଥା ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜୟୀ ହୋଇଛନ୍ତି ।
କୋଲକାତା : ପ୍ରକାଶ ପାଇଲା ପଶ୍ଚିମବଙ୍ଗର ଭବାନୀପୁର ଉପ ନିର୍ବାଚନର ଫଳାଫଳ । ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତଥା ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜୟୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ତଥା ତାଙ୍କର ପ୍ରତିଦ୍ୱନ୍ଦୀ ପ୍ରିୟଙ୍କା ଟିବରେୱାଲଙ୍କୁ 58 ହଜାର 832 ଭୋଟରେ ପରାସ୍ତ କରିଛନ୍ତି । ଏହି ଆସନର ସମ୍ବେଦନଶୀଳତାକୁ ନଜରରେ ରଖି ଭୋଟ୍ ଗଣତି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।

ଭବାନୀପୁର ହେଉଛି ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାରମ୍ପରିକ ଆସନ । ଗତ ବିଧାନସଭା ନିର୍ବାଚନରେ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଟକ୍କର ଦେବା ପାଇଁ ମମତା ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦିତା କରି ପରାସ୍ତ ହୋଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ସେ ପୁଣି ନିଜ ପାରମ୍ପରିକ ଆସନରୁ ନିର୍ବାଚନ ଲଢିଥିଲେ । ଏହି ଆସନରେ ତାଙ୍କ ବିପକ୍ଷରେ ବିଜେପିରୁ ପ୍ରିୟଙ୍କା ଟିବରେୱାଲ ଏବଂ ସିପିଏମରୁ ସୃଜୀବ ବିଶ୍ୱାସ ନିର୍ବାଚନ ଲଢିଛନ୍ତି । କଂଗ୍ରେସ ହି ଆସନରୁ କୌଣସି ପ୍ରାର୍ଥୀ ଦେଇନଥିଲା ।
30 ସେପ୍ଟେମ୍ବରରେ ହୋଇଥିବା ଭବାନୀପୁରରେ ହୋଇଥିବା ଉପ ନିର୍ବାଚନରେ 53.32 ପ୍ରତିଶତ ମତଦାନ ହୋଇଥିଲା ।












Click it and Unblock the Notifications