Get Updates
Get notified of breaking news, exclusive insights, and must-see stories!

ଭାରତ ଯୋଡୋ ଯାତ୍ରା ନାଁରେ ପରିବା ବିକାଳୀ ଠାରୁ ଚାନ୍ଦା ଆଦାୟ କରି ତିନି କଂଗ୍ରେସ କର୍ମୀ ନିଲମ୍ବିତ

ପରିବା ବିକାଳୀ ଏସ୍ ଫୱାଜ କହିଛନ୍ତି ଯେ କିଛି କଂଗ୍ରେସ କର୍ମୀ ଆମ ଦୋକାନକୁ ଆସି ଆମକୁ ଭାରତ ଯୋଡ ଯାତ୍ରା ପାଇଁ ଚାନ୍ଦା ଦେବାକୁ କହିଥିଲେ । ମୁଁ ତାଙ୍କୁ 500 ଟଙ୍କା ଦେଇଥିଲି କିନ୍ତୁ ସେ 2000 ଟଙ୍କା ମାଗିଥିଲେ । ମୋର ପରିବା ଫୋପାଡ଼ି ଓଜନକଣ୍ଟା ଭାଙ୍ଗିଦେଲେ ।

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ବହୁ ବରିଷ୍ଠ ନେତାଙ୍କ ନେତୃତ୍ୱରେ କଂଗ୍ରେସ ଭାରତ ଯୋଡା ଯାତ୍ରା କରୁଛି । କିନ୍ତୁ କଂଗ୍ରେସର ଭାରତ ଯୋଡୋ ଯାତ୍ରା ନାଁ ରେ ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ କେରଳ କଂଗ୍ରେସ ଅଧ୍ୟକ୍ଷ ତିନି ଦଳୀୟ କର୍ମୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେମାନଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । କେରଳ କଂଗ୍ରେସ ଅଧ୍ୟକ୍ଷ କେ ସୁଧାକରନ୍ ଟ୍ୱିଟ୍ କରି ଏହି ସୂଚନା ଦେଇନ୍ତି ।

congress

ରିପୋର୍ଟ ଅନୁଯାୟୀ, ତିନିଜଣ କଂଗ୍ରେସ କର୍ମୀ କେରଳର କୋଲାମରେ ଭାରତ ଯୋଡୋ ଯାତ୍ରା ପାଇଁ ପରିବା ବିକାଳୀଙ୍କ ଠାରୁ 2000 ଟଙ୍କା ମାଗୁଥିଲେ । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ପରିବା ବିକାଳୀ 2000 ଟଙ୍କା ନ ଦେବାରୁ ପାର୍ଟୀ କର୍ମୀ ଧମକ ଦେଉଛନ୍ତି । ପରିବା ବିକାଳୀ ଏସ୍ ଫୱାଜ କହିଛନ୍ତି ଯେ କିଛି କଂଗ୍ରେସ କର୍ମୀ ଆମ ଦୋକାନକୁ ଆସି ଆମକୁ ଭାରତ ଯୋଡ ଯାତ୍ରା ପାଇଁ ଚାନ୍ଦା ଦେବାକୁ କହିଥିଲେ । ମୁଁ ତାଙ୍କୁ 500 ଟଙ୍କା ଦେଇଥିଲି କିନ୍ତୁ ସେ 2000 ଟଙ୍କା ମାଗିଥିଲେ । ସେମାନେ ମୋର ପରିବା ଫୋପାଡ଼ିବା ସହ ଓଜନକଣ୍ଟା ଭାଙ୍ଗି ଦେଇଥିଲେ ।

କେ ସୁଧାକରନ୍ ଟ୍ୱିଟ୍ କରି କହିଛନ୍ତି ଯେ କୋଲାମରେ ତିନିଜଣ ଦଳର କର୍ମୀ ଏପରି ଏକ ଘଟଣାରେ ଜଡିତ ଥିଲେ ଯାହାକୁ ଗ୍ରହଣ କରାଯାଇପାରିବ ନାହିଁ, ତୁରନ୍ତ ଏହି ତିନିଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହି କର୍ମୀମୀନେ ଆମ ଦଳର ଆଦର୍ଶ ବିରୁଦ୍ଧରେ କାର୍ଯ୍ୟ କରୁଥିଲେ ଏବଂ ସେମାନଙ୍କର ଆଚରଣ କ୍ଷମା ଯୋଗ୍ୟ ନୁହେଁ । ପାର୍ଟି ଛୋଟ ଛୋଟ ଦାନ ସଂଗ୍ରହ କରୁଛି, ଯେଉଁମାନେ ସ୍ୱେଚ୍ଛାକୃତ ଭାବରେ ଦାନ କରିବାକୁ ଚାହୁଁଛନ୍ତି ସେମାନଙ୍କଠାରୁ ଦାନ ନିଆଯାଉଛି, କ୍ରାଉଡ଼ ଫଣ୍ଡିଂରୁ ଆମେ ପାଣ୍ଠି ସଂଗ୍ରହ କରୁଛୁ । ଆମେ ସେପରି ଲୋକ ନୁହଁ ଯେଉଁମାନେ କର୍ପୋରେଟ ଠାରୁ ଡୋନେସନ୍ ନିଅନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+