'ନାରୀ ଶକ୍ତି' ନାମରେ ଆଜିର ଭାରତ ଯୋଡା ଯାତ୍ରା, ସାମିଲ ହେଲେ ପ୍ରିୟଙ୍କା ଗାନ୍ଧୀ
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ରାଜସ୍ଥାନରେ ଚାଲିଛି । ସୋମବାର ରାଜସ୍ଥାନର ହାଡୌତି ଅଞ୍ଚଳର ବୁନ୍ଦୀରୁ ଏହି ଯାତ୍ରା ଆରମ୍ଭ ହୋଇଛି । ଆଜିର ଭାରତ ଯୋଡ଼ୋ ଯାତ୍ରା ଗସ୍ତକୁ ନାରୀ ଶକ୍ତି ନାମରେ ରଖାଯାଇଛି ।
ଜୟପୁର : ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ରାଜସ୍ଥାନରେ ଚାଲିଛି । ସୋମବାର ରାଜସ୍ଥାନର ହାଡୌତି ଅଞ୍ଚଳର ବୁନ୍ଦୀରୁ ଏହି ଯାତ୍ରା ଆରମ୍ଭ ହୋଇଛି । ଆଜିର ଭାରତ ଯୋଡ଼ୋ ଯାତ୍ରା ଗସ୍ତକୁ ନାରୀ ଶକ୍ତି ନାମରେ ରଖାଯାଇଛି । ବହୁ ସଂଖ୍ୟାରେ ମହିଳା ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡା ଯାତ୍ରାରେ ସାମିଲ ହୋଇଛନ୍ତି । ଆଜିର ଏହି ଯାତ୍ରାର ନାମ 'ମହିଳା ଶକ୍ତି ପଦଯାତ୍ରା' ରଖାଯାଇଛି ।

ଆଜିର ଭାରତ ଯୋଡୋ ଯାତ୍ରାରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏବଂ ଝିଅ ମିରାୟଙ୍କ ସହିତ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ରାଜସ୍ଥାନର ମହିଳା ମନ୍ତ୍ରୀ ଏବଂ ବିଧାୟକମାନେ ମଧ୍ୟ ଆଜି ରାହୁଲଙ୍କ ସହ ପଦଯାତ୍ରାରେ ଯୋଗ ଦେଇଛନ୍ତି । ପୂର୍ବତନ ସାଂସଦ ପ୍ରିୟା ଦତ୍ତ ମଧ୍ୟ ଏହି ଯାତ୍ରାରେ ରହିଛନ୍ତି ।
ପ୍ରତ୍ୟେକ ଜିଲ୍ଲାର ନେତାମାନଙ୍କୁ 'ମହିଳା ଶକ୍ତି ପଦଯାତ୍ରା' କୁ ନେଇ ଦାୟିତ୍ୱ ଦିଆଯାଇଥିଲା । ବାରନ ଜିଲ୍ଲାର ବହୁ ସଂଖ୍ୟକ ମହିଳା ଭାରତ ଯୋଡୋ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି । ମହିଳା ସଂଗଠନର ଦାୟିତ୍ୱ ଖଣି ମନ୍ତ୍ରୀ ପ୍ରମୋଦ ଜୈନ ଭାୟା ଏବଂ ଉର୍ମିଲା ଜୈନ ଭାୟାଙ୍କୁ ଦିଆଯାଇଛି । ବାରନରୁ ପାଞ୍ଚ ହଜାରରୁ ଅଧିକ ମହିଳାଙ୍କ ସମ୍ପୃକ୍ତି ଥିବା ଉଭୟ ଦାବି କରିଛନ୍ତି । ଭରତ ଯୋଡୋ ଯାତ୍ରା ସାୱାଇ ମାଧୋପୁରରେ ପ୍ରବେଶ କରିବ ।












Click it and Unblock the Notifications