ଭଗୱନ୍ତ ମାନ ହେବେ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା, ଖୁବ୍ ଶୀଘ୍ର ହୋଇପାରେ ଘୋଷଣା

ପଞ୍ଜାବରେ AAP ର ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରନ୍ତି ଭଗୱନ୍ତ ମାନ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଖୁବ୍ ଶୀଘ୍ର ଭଗୱନ୍ତ ମାନଙ୍କ ନାମରେ ମୋହର ଲାଗିବାକୁ ଯାଉଛି ।

ଚଣ୍ଡିଗଡ଼ : ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ଗୋଟିଏ ପଟେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଘୋଷଣା କରିବାକୁ ହାଇକମାଣ୍ଡ ଉପରେ ଚାପ ପକାଉଛନ୍ତି । ଅନ୍ୟପକ୍ଷରେ, ଆମ୍ ଆଦମୀ ପାର୍ଟି ଖୁବ୍ ଶୀଘ୍ର ଏହାର ସିଏମ୍ ଚେହେରା ଘୋଷଣା କରିପାରେ । ଖବର ଆସୁଛି ଯେ ପଞ୍ଜାବରେ AAP ର ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରନ୍ତି ଭଗୱନ୍ତ ମାନ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଖୁବ୍ ଶୀଘ୍ର ଭଗୱନ୍ତ ମାନଙ୍କ ନାମରେ ମୋହର ଲାଗିବାକୁ ଯାଉଛି ।

Bhagwant Mann

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପଞ୍ଜାବ ନିର୍ବାଚନ ପାଇଁ ଭଗୱନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବାକୁ ଆମ୍ ଆଦମୀ ପାର୍ଟି ନିଷ୍ପତ୍ତି ନେଇଛି । ଏହାର ଆନୁଷ୍ଠାନିକ ଘୋଷଣା ମଧ୍ୟ ଶୀଘ୍ର କରାଯାଇପାରେ । ଯଦି ଏହା ହୁଏ, ତେବେ ପଞ୍ଜାବ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଥିବା ଆମ୍ ଆଦମୀ ପାର୍ଟି ପ୍ରଥମ ଦଳ ହେବ । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ସଙ୍ଗରୁର ସାଂସଦ ଭଗୱନ୍ତ ମାନଙ୍କ ନାମ PAC ବୈଠକରେ ସବୁଜ ସଙ୍କେତ ପାଇଛି ।

Bhagwant Mann

AAP ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ସଂକ୍ରମଣ ହେତୁ ମୁଖ୍ୟମନ୍ତ୍ରୀ ଚେହେରାର ଆନୁଷ୍ଠାନିକ ଘୋଷଣା ହୋଇପାରିନାହିଁ । କୁହାଯାଉଛି ଯେ ଦିଲ୍ଲୀର ସିଏମ କେଜ୍ରିୱାଲ ସୁସ୍ଥ ହେବା ମାତ୍ରେ ମାନଙ୍କ ନାମ ଘୋଷଣା ହୋଇପାରେ । ସିଏମ ପ୍ରାର୍ଥୀ ହେବାକୁ ଭୱନ୍ତନ୍ତ ମାନ ଙ୍କ ନାମ ଘୋଷଣା କରାଯିବ ।

ଆପଣଙ୍କୁ କହି ରଖୁଛୁ ଆମ୍ ଆଦମୀ ପାର୍ଟି 117 ସିଟ୍ ବିଶିଷ୍ଟ ପଞ୍ଜାବ ବିଧାନସଭା ପାଇଁ ପାଞ୍ଚଟି ତାଲିକା ମାଧ୍ୟମରେ 88 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । କେବଳ ଗତ ମାସରେ, AAP ର ପଞ୍ଜାବ ଅଧ୍ୟକ୍ଷ ଭଗୱନ୍ତ ମାନ ଅଭିଯୋଗ କରିଥିଲେ ଯେ ଜଣେ ବିଜେପି ନେତା ତାଙ୍କୁ ଦଳରେ ଯୋଗଦେବା ପାଇଁ କ୍ୟାବିନେଟ୍ ବର୍ଥ ଏବଂ ଟଙ୍କାର ପ୍ରଲୋଭନ ଦେଖାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+