ଟିଏମସିରେ ସାମିଲ ହେଲେ ବଙ୍ଗୀୟ ଅଭିନେତା ନୀଲ ଭଟ୍ଟାଚାର୍ଯ୍ୟ ଏବଂ ତ୍ରିନା, ରାଜ୍ୟ ଶିକ୍ଷା ମନ୍ତ୍ରୀ ଦେଲେ ସଦସ୍ୟତା

ଶନିବାର ଦିନ ବଙ୍ଗୀୟ ଅଭିନେତା ନୀଲ ଭଟ୍ଟାଚାର୍ଯ୍ୟ ଏବଂ ତ୍ରିନା ଭଟ୍ଟାଚାର୍ଯ୍ୟ ଟିଏମସିରେ ଯୋଗ ଦେଇଛନ୍ତି । ଉଭୟେ କୋଲକାତାର ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ରାଜ୍ୟ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇଛନ୍ତି ।

କୋଲକାତା : ଗୋଟିଏ ପଟେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଭେଟେରାନ ନେତାଙ୍କ ନିର୍ବାଚନ ପ୍ରଚାର ଚାଲିଥିବାବେଳେ ଅନ୍ୟପଟେ ଟିଭି ଓ ସିନେ ଜଗତର ସେଲିବ୍ରିଟିମାନେ ମଧ୍ୟ ବଙ୍ଗଳା ନିର୍ବାଚନରେ ସାମିଲ ହେବା ନେଇ ବିଭିନ୍ନ ଜଳର ସଦସ୍ୟତା ଗ୍ରହଣ କରୁଥିବା ନଜରକୁ ଆସୁଛି । ଶନିବାର ଦିନ ବଙ୍ଗୀୟ ଅଭିନେତା ନୀଲ ଭଟ୍ଟାଚାର୍ଯ୍ୟ ଏବଂ ତ୍ରିନା ଭଟ୍ଟାଚାର୍ଯ୍ୟ ଟିଏମସିରେ ଯୋଗ ଦେଇଛନ୍ତି । ଉଭୟେ କୋଲକାତାର ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇଛନ୍ତି । ଆପଣଙ୍କୁ କହିରଖୁଛୁ, ଏହା ପୂର୍ବରୁ ମଧ୍ୟ ଅନେକ ଅଭିନେତା ଏବଂ ଅଭିନେତ୍ରୀ ଟିଏମସି ଏବଂ ବିଜେପିରେ ଯୋଗ ଦେଇସାରିଛନ୍ତି ।

TMC

ନିକଟରେ ବିଜେପିରେ ଯୋଗ ଦେଇଥିବା ପ୍ରସିଦ୍ଧ ଅଭିନେତା...

ନିକଟରେ ବଲିଉଡର ଭେଟେରାନ କଳାକାର ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ଯୋଗ ଦେଇ ବଙ୍ଗୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲେ । କାରଣ ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ଏକ ସମୟରେ ତୃଣମୂଳ କଂଗ୍ରେସରେ ଥିଲେ । ଏହା ବ୍ୟତୀତ ବଙ୍ଗୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିର ବଡ ଚେହେରା ଯଶ ଦାସଗୁପ୍ତ ଏବଂ ପାୟଲ ସରକାର ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସରବନ୍ତୀ ଚାଟାର୍ଜୀ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ । ଏମାନଙ୍କ ବ୍ୟତୀତ ମୌମିତା ଗୁପ୍ତା, ରୂପା ଭଟ୍ଟାଚାର୍ଯ୍ୟ, କୌଶିକ ରୟ, ପାପିଆ ଅଧିକାରୀ ଏବଂ ସୌମିଲି ଘୋଷ ବିଶ୍ୱାସ ଭଳି ପ୍ରମୁଖ ଚେହେରା ମଧ୍ୟ ବିଜେପି ପତାକା ଧରିଛନ୍ତି । ବଙ୍ଗଳା ରାଜନୀତିରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କଳାକାର ବହୁ ମାତ୍ରାରେ ସାମିଲ ହେବା ପରେ ଆଗାମୀ ନିର୍ବାଚନରେ ଏହାର ପ୍ରଭାବ କେତେମାତ୍ରାରେ ପଡ଼ିବ ତାହା ଦେଖିବାକୁ ବାକ ରହିଲା ।

ତେବେ ଚଳଚ୍ଚିତ୍ର ଶିଳ୍ପ କଳାକାରମାନେ ରାଜନୀତିରେ ପ୍ରବେଶ କରିବା କୌଣସି ନୂଆ କଥା ନୁହେଁ । ଅଭିନେତା ଏବଂ ଅଭିନେତ୍ରୀମାନ ବର୍ଷ ବର୍ଷ ଧରି ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିବା ସହ ସମୟ ସମୟରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ଅନେକ ଅଭିନେତା ଏବଂ ଅଭିନେତ୍ରୀ ମନ୍ତ୍ରୀ ଏପରିକି ମୁଖ୍ୟମନ୍ତ୍ରୀ ପଦବୀରେ ମଧ୍ୟ ବସିବାର ନଜିର ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+