ବଙ୍ଗଳା ବିଧାନସବାରେ ବିଜେପି ବିଧାୟକଙ୍କ ହଙ୍ଗାମା, ଅଧାରୁ ଭାଷଣ ବନ୍ଦ କରି ଗୃହ ଛାଡ଼ିଲେ ରାଜ୍ୟପାଳ

ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀ ବିଜେପି ପ୍ଲାକାର୍ଡ ଉଠାଇ ସ୍ଲୋଗାନ ଦେଇଥିଲେ । ଏପରିକି ଅଭିଭାଷଣ ଆରମ୍ଭ କରିବାର ପାଞ୍ଚ ମିନିଟ୍ ପରେ ରାଜ୍ୟପାଳ ଭାଷଣ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ଉତ୍ତେଜନା କାରଣରୁ ରାଜ୍ୟପାଳ ଗୃହରୁ ପଳାଇଥିଲେ ।

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ଆରମ୍ଭରୁ ଦେଖାଦେଇଛି ରାଜନୈତିକ ଝଡ଼ । ଗୃହ ଆରମ୍ଭରୁ ଶୁକ୍ରବାର ଅପରାହ୍ନରେ ରାଜ୍ୟପାଳ ଜଗଦୀପ ଧନଖଡ଼ ତାଙ୍କ ଅଭିଭାଷଣ ଦେଉଥିବା ବେଳେ ବଙ୍ଗଳା ବିଧାନସଭାରେ ହଙ୍ଗାମା ସୃଷ୍ଟି ହୋଇଥିଲା । ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀ ବିଜେପି ପ୍ଲାକାର୍ଡ ଉଠାଇ ସ୍ଲୋଗାନ ଦେଇଥିଲେ । ଏପରିକି ଅଭିଭାଷଣ ଆରମ୍ଭ କରିବାର ପାଞ୍ଚ ମିନିଟ୍ ପରେ ରାଜ୍ୟପାଳ ଭାଷଣ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ଉତ୍ତେଜନା କାରଣରୁ ରାଜ୍ୟପାଳ ଗୃହରୁ ପଳାଇଥିଲେ ।

mamata-Governor

ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିଜେପି ବିଧାୟକମାନେ ନାରାବାଜି ଆରମ୍ଭ କରିଥିଲେ ଏବଂ 'ଭାରତ ମାତା କି ଜୟ' ସ୍ଲୋଗାନ ମଧ୍ୟ ଦେଇଥିଲେ ।

କକ୍ଷତ୍ୟାଗ କରିବା ପରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, "ନିର୍ବାଚନୀ ପରବର୍ତ୍ତୀ ହିଂସା ଗୋଟିଏ ବଡ଼ ପ୍ରସଙ୍ଗ । ସବୁ କିଛି ଶେଷ ହେବା ଯାଏ ଏହି ଲଢ଼େଇ ଚାଲିବ ।"

ଆପଣଙ୍କୁ କହିରଖୁଛୁ ଯେ ରାଜ୍ୟପାଳ ଧନଖଡ଼ ଏବଂ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମାସେ ଧରି ବିବାଦ ଲାଗି ରହିଛି । ଏପରିକି ଗୁରୁବାର ଦିନ ଟିଏଏମସି ଦାବି କରିଛି ଯେ ନକଲି ଟିକା ଆୟୋଜକ ଏବଂ ଧନଖଡ଼ଙ୍କ ମଧ୍ୟରେ ଲିଙ୍କ ଅଛି । ନକଲି ଟୀକାକରଣ ଦୁର୍ନୀତିରେ ରାଜ୍ୟପାଳ ସମ୍ପୃକ୍ତ ବୋଲି ଦାବି କରି ରାଜ୍ୟପାଳଙ୍କ ପଛରେ ଠିଆ ହୋଇଥିବା ଅଙ୍ଗରକ୍ଷୀ ଏବଂ ଟିକା ଠକେଇ ମାମଲାରେ ଅଭିଯୁକ୍ତଙ୍କ ସହ ଏକ ଫଟୋ ସାମ୍ବାଦିକ ସମ୍ମିଳନୀରେ ଟିଏମସି ସାଂସଦ ସେୟାର କରିଛନ୍ତି । ଅନ୍ୟପକ୍ଷରେ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ରାଜ୍ୟପାଳ ହିଂସା ପ୍ରସଙ୍ଗ ଉଠାଇ ରାଜ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ତାଙ୍କ କର୍ତ୍ତବ୍ୟ ବିଷୟରେ ମନେ ପକାଇ ଦେଇଛନ୍ତି ।

ଏହି ଅଧିବେଶନରେ ମମତା ସରକାର ରାଜ୍ୟପାଳଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଧେୟ ଆଣିପାରନ୍ତି ବୋଲି ମଧ୍ୟ କୁହାଯାଉଛି । ଏହା ପୂର୍ବରୁ ରାଜ୍ୟପାଳଙ୍କୁ ହଟାଇବା ପାଇଁ ଟିଏମସି ଯୋଜନା କରୁଥିବା ଏବଂ ସଂକଳ୍ପ ଆଣିବା ନେଇ ଦଳ ପକ୍ଷରୁ କୁହାଯାଇଥିଲା ।

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ପରେ ମମତା ବାନାର୍ଜୀ ସରକାରଙ୍କ ଏହା ପ୍ରଥମ ବିଧାନସଭା ଅଧିବେଶନ । ଜୁଲାଇ 8 ତାରିଖ ଯାଏଁ ଏହି ଅଧିବେଶନ ଚାଲିବ । ଜୁଲାଇ 7ରେ ରାଜ୍ୟର ବଜେଟ ବିଧାନସଭାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+