Get Updates
Get notified of breaking news, exclusive insights, and must-see stories!

ଟିଏମସିକୁ ତାଲିବାନ କହି ଆକ୍ଷେପ କଲେ ବଙ୍ଗଳା ବିଜେପିର ନୂଆ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର

ଦଳ ଛାଡିଥିବା ଏବଂ ଟିଏମସିରେ ଯୋଗ ଦେଇଥିବା ବାବୁଲ ସୁପ୍ରିଓ ଏବଂ ବିଜେପି ବିଧାୟକଙ୍କ ଉପରେ ଆକ୍ରମଣ କରି କହିଥିଲେ ଯେ ଯେଉଁମାନେ ବିଜେପି ଛାଡି ଦଳ ଶେଷ କରିବେ ଭାବୁଛନ୍ତି, ସେମାନଙ୍କୁ କହିବାକୁ ଚାହୁଁଛି ବଙ୍ଗଳାରେ ତାଲିବାନ ବିରୋଧରେ ଲଢେଇ ଜାରି ରହିବ ।

କୋଲକାତା : ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର 4 ଜଣ ବିଧାୟକ ଏବଂ ଜଣେ ସାଂସଦ ଦଳ ଛାଡିବା ପରେ ଦିଲୀପ ଘୋଷଙ୍କ ହାତରୁ ରାଜ୍ୟ ବିଜେପି ଅଧ୍ୟକ୍ଷ ଛଡ଼ାଇ ନେଇ ସୁକାନ୍ତ ମଜୁମଦାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଦଳର ଅଧ୍ୟକ୍ଷ ପଦ ଗ୍ରହଣ କରୁ କରୁ ସୁକାନ୍ତ ଶାସକ ଟିଏମସି ଉପରେ ଘୋର ଆକ୍ରମଣ କରିଛନ୍ତି । ଏହି ସମୟରେ ସେ କହିଛନ୍ତି ଟିଏମସି ଏକ ରାଜନୈତିକ ଦଳର ନାମରେ ପରିବାରକୁ ପ୍ରୋତ୍ସାହିତ କରୁଛି । ଦଳ ନିଜ ସମ୍ପର୍କୀୟଙ୍କ ଯତ୍ନ ନେବା ଏବଂ ଧନ ବୃଦ୍ଧିରେ ବ୍ୟସ୍ତ ଅଛି । ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ସାଧାରଣ ଲୋକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ କୁଣ୍ଠାବୋଧ କରୁନାହିଁ ।

Sukanta Majumdar

ଏହି ସମୟରେ ସେ ଆହୁରି କହିଛନ୍ତି, ବଙ୍ଗଳାରେ ତାଲିବାନ ବିରୋଧରେ ଲଢେଇ ଜାରି ରହିବ । ଦଳ ଛାଡିଥିବା ଏବଂ ଟିଏମସିରେ ଯୋଗ ଦେଇଥିବା ବାବୁଲ ସୁପ୍ରିଓ ଏବଂ ବିଜେପି ବିଧାୟକଙ୍କ ଉପରେ ଆକ୍ରମଣ କରି କହିଥିଲେ ଯେ ଯେଉଁମାନେ ବିଜେପି ଛାଡି ଦଳ ଶେଷ କରିବେ ଭାବୁଛନ୍ତି, ସେମାନଙ୍କୁ କହିବାକୁ ଚାହୁଁଛି ବଙ୍ଗଳାରେ ତାଲିବାନ ବିରୋଧରେ ଲଢେଇ ଜାରି ରହିବ । ପଶ୍ଚିମବଙ୍ଗକୁ ଆଫଗାନିସ୍ତାନ ହେବାକୁ ରୋକିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ମୁଁ କୃତଜ୍ଞତା ଜଣାଉଛି ବୋଲି ମଧ୍ୟ ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+