କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବସବରାଜ ବୋମ୍ମଇ
ଉତ୍ତରାଖଣ୍ଡ ପରେ ବିଜେପି ହାଇକମାଣ୍ଡ କର୍ଣ୍ଣାଟକ ରାଜନୀତିରେ ଆଣିଛି ପରିବର୍ତ୍ତନ । ବିଏସ ୟେଦ୍ଦୁରପ୍ପା ସୋମବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବର୍ତ୍ତମାନ ବସବରାଜ ବୋମ୍ମଇଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି ।
ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ପରେ ବିଜେପି ହାଇକମାଣ୍ଡ କର୍ଣ୍ଣାଟକ ରାଜନୀତିରେ ଆଣିଛି ପରିବର୍ତ୍ତନ । ବିଏସ ୟେଦ୍ଦୁରପ୍ପା ସୋମବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବର୍ତ୍ତମାନ ବସବରାଜ ବୋମ୍ମଇଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି ।

ବୁଧବାର ଦିନ ରାଜ ଭବନରେ ବୋମ୍ମଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ଡକାଯାଇଥିଲା । ତେବେ ବୋମ୍ମଇଙ୍କ ସହ ୟେଦ୍ଦୁରପ୍ପା ମଧ୍ୟ ରାଜ ଭବନରେ ପହଞ୍ଚିଥିଲେ ।
କର୍ଣ୍ଣାଟକରେ ସରକାରରେ ୟେଦ୍ଦୁରପ୍ପାଙ୍କ ଦୁଇ ବର୍ଷ କାର୍ଯ୍ୟ ଶେଷ ହେବା ପରେ ସେଠାରେ ପରିବର୍ତ୍ତନ କରିବାକୁ ହାଇକମାଣ୍ଡ ନିଷ୍ପତ୍ତି ନେଇଥିଲେ । ଦୁର୍ନୀତି ଏବଂ ତାଙ୍କ ପୁଅ ସରକାରୀ କାମରେ ହସ୍ତକ୍ଷେପ ଅଭିଯୋଗ ପରେ ୟେଦ୍ଦୁରପ୍ପାଙ୍କ ଆସନ ଯାଇଥିବା କୁହାଯାଉଛି ।
ୟେଦ୍ଦୁରପ୍ପାଙ୍କ ଇସ୍ତଫା ପରେ ବସବରାଜ ବୋମ୍ମଇ, ବିଶ୍ୱେଶ୍ୱର ହେଗଡେ କାଗେରୀ ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନାମ ସିଏମ୍ ପଦବୀ ପାଇଁ ଆସୋଚନା ହେଉଥିଲା । କିନ୍ତୁ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ବସବରାଜ ବୋମ୍ମଇଙ୍କ ନାମରେ ନୂଆ ମୁଖ୍ୟମନ୍ତ୍ରୀ ମୋହର ବାଜିଥିଲା । ଏହା ପରେ ସେ ଅନେକ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ବୁଧବାର ରାଜ ଭବନରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।
61 ବର୍ଷୀୟ ବସବରାଜ ବୋମ୍ମଇ, 28 ଜାନୁଆରୀ 1960 ରେ କର୍ଣ୍ଣାଟକର ଧରୱାଡା ଜିଲ୍ଲାର ହବଲି ସହରରେ ଜନ୍ମଗ୍ରହଣ କରିଥିଲେ । ବସବରାଜଙ୍କ ପିତା ଏସ.ଆର ବୋମ୍ମଇ ମଧ୍ୟ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ବାସଭରାଜ ବମ୍ମାଇଙ୍କ ପତ୍ନୀଙ୍କ ନାମ ଚେନ୍ନାମା ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ବୃତ୍ତି ଅନୁଯାୟୀ ମେକାନିକାଲ୍ ଇଞ୍ଜିନିୟର ବାସଭରାଜ ବମ୍ମାଇ ଟାଟା ଗ୍ରୁପ୍ ସହିତ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ସେ ରାଜନୀତିରେ ଯୋଗ ଦେଇ ଜନତା ଦଳରେ ଯୋଗ ଦେଇଥିଲେ । ବସବରାଜ ବିଜେପିରେ ଯୋଗଦେବା ପୂର୍ବରୁ ସେ ମଧ୍ୟ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ମନ୍ତ୍ରୀ ଥିଲେ ।












Click it and Unblock the Notifications