ହରିୟାଣାର 18 ତମ ରାଜ୍ୟପାଳ ହେଲେ ବାନ୍ଦାରୁ ଦତ୍ତାତ୍ରେୟ, କେନ୍ଦ୍ର ସରକାରରେ ତିନିଥର ହୋଇଥିଲେ ମନ୍ତ୍ରୀ

ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ରବି ଶଙ୍କର ଝା ନୂତନ ଭାବେ ନିଯୁକ୍ତ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ଗୋପନୀୟତା ଶପଥ ପାଠ କରାଇଥିଲେ । ହରିୟାଣାର ରାଜ୍ୟପାଳ ବନ୍ଦାରୁ କେନ୍ଦ୍ର ସରକାରରେ ତିନିଥର ମନ୍ତ୍ରୀ ରହିଛନ୍ତି ।

ଚଣ୍ଡିଗଡ଼ : ବାନ୍ଦାରୁ ଦତ୍ତାତ୍ରେୟ ବର୍ତ୍ତମାନ ହରିୟାଣାର ରାଜ୍ୟପାଳ ହୋଇଛନ୍ତି । ଗତକାଲି ରାଜ୍ୟର 18 ତମ ରାଜ୍ୟପାଳ ଭାବେ ସେ ଶପଥ ଗ୍ରହଣ । ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ରବି ଶଙ୍କର ଝା ନୂତନ ଭାବେ ନିଯୁକ୍ତ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ଗୋପନୀୟତା ଶପଥ ପାଠ କରାଇଥିଲେ । ହରିୟାଣାର ରାଜ୍ୟପାଳ ହୋଇଥିବା ବନ୍ଦାରୁ କେନ୍ଦ୍ର ସରକାରରେ ତିନି ଥର ମନ୍ତ୍ରୀ ଏବଂ ତାରି ଥର ସାଂସଦ ରହି ସାରିଛନ୍ତି ।

haryana governor

ହରିୟାଣାରେ ତ୍ରିପୁରାକୁ ବଦଳି ହୋଇଥିବା ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ସ୍ଥାନରେ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ନିଯୁକ୍ତି କରାଯାଇଛି । ବର୍ତ୍ତମାନ, ବନ୍ଦାରୁ ଦତ୍ତାତ୍ରେୟଙ୍କୁ 74 ବର୍ଷ ବୟସ ଏବଂ ଏହାପୂର୍ବରୁ ସେ ହିମାଚଳ ପ୍ରଦେଶର ରାଜ୍ୟପାଳ ଥିଲେ । ନିକଟରେ ରାଷ୍ଟ୍ରପତି କରିଥିବା ଅଦଳବଦଳିରେ ଦତ୍ତାତ୍ରେୟ (74)ଙ୍କୁ ହରିୟାଣାରେ ନିଯୁକ୍ତ କରାଯାଇଥିବା ବେଳେ ଆର୍ଯ୍ୟଙ୍କୁ ତ୍ରିପୁରା ପଠାଯାଇଛି ।

ହରିୟାଣାର ରାଜଧାନୀର ରାଜ ଭବନରେ ଆୟୋଜିତ ଦତ୍ତାତ୍ରେୟଙ୍କ ଶପଥ ଗ୍ରହଣ ସମାରୋହରେ ପଞ୍ଜାବର ରାଜ୍ୟପାଳ ତଥା ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ବି ପି ସିଂ ବଦନୋର, ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଉପମୁଖ୍ୟମନ୍ତ୍ରୀ ଦୁଶନ୍ତ ଚୌଟାଲା ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ବନ୍ଦାରୁ କହିଛନ୍ତି ଯେ ମୁଁ ମୋର ପଦର ସଠିକ୍ ବ୍ୟବହାର କରିବି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ପ୍ରଧାନ ବିଚାରପତି ରବି ଶଙ୍କର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+