Get Updates
Get notified of breaking news, exclusive insights, and must-see stories!

ରାଜନୀତିକୁ ବିଦାୟ ଦେଲେ ବିଜେପି ସାଂସଦ ବାବୁଲ ସୁପ୍ରିଓ, ଜଣାଇଲେ ଭବିଷ୍ୟତ ଯୋଜନା

ଗାୟକ ତଥା ରାଜନେତା ବାବୁଲ ସୁପ୍ରିଓ ରାଜନୀତିରୁ ଅବସର ଘୋଷଣା କରିଛନ୍ତି । ବିଜେପି ସାଂସଦ ବାବୁଲ ସୁପ୍ରିଓ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ରାଜନୀତିରୁ ଅବସର ନେଇ ଘୋଷଣା କରିଛନ୍ତି ।

ନୂଆଦିଲ୍ଲୀ : ଗାୟକ ତଥା ରାଜନେତା ବାବୁଲ ସୁପ୍ରିଓ ରାଜନୀତିରୁ ଅବସର ଘୋଷଣା କରିଛନ୍ତି । ବିଜେପି ସାଂସଦ ବାବୁଲ ସୁପ୍ରିଓ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ରାଜନୀତିରୁ ଅବସର ନେଇ ଘୋଷଣା କରିଛନ୍ତି । ବାବୁଲ ସୁପ୍ରିଓ ଗତକାଲି ସୋଶାଲ ମିଡିଆ ଆକାଉଣ୍ଟରେ ଗୋଟିଏ ପରେ ଗୋଟିଏ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ପରୋକ୍ଷରେ ରାଜନୀତି ଛାଡିବାକୁ ସୂଚିତ କରିଥିଲେ । ଏହାର ଗୋଟିଏ ଦିନ ପରେ ସୁପ୍ରିଓ ନିଜ ଫେସବୁକରେ 'ଅଲବିଦା' ଲେଖି ରାଜନୀତି ଛାଡିବାକୁ ଘୋଷଣା କରିଛନ୍ତି ।

babul supriyo

ବାବୁଲ ସୁପ୍ରିଓ ଆଜି ଫେସବୁକରେ ଲେଖିଛନ୍ତି, "ଅଲବିଦା । ମୁଁ ଅନ୍ୟ କୌଣସି ଦଳକୁ ଯାଉ ନାହିଁ - ଟିଏମସି, କଂଗ୍ରେସ, ସିପିଏମ୍, କୌଣସି ଦଳକୁ ନୁହଁ । ମୁଁ ନିଶ୍ଚିତ କରିପାରିବି ଯେ ମୋତେ କଲ୍ କରି ନାହାଁନ୍ତି । ମୁଁ କୌଣସି ଦଳକୁ ଯାଉନାହିଁ ମୁଁ ଏକ ଦଳ ଖେଳାଳୀ ! ସର୍ବଦା ଗୋଟିଏ ଦଳକୁ ସମର୍ଥନ କରିଆସୁଛି । କେବଳ ଗୋଟିଏ ଦଳ ସହିତ ରହିଛି, ବିଜେପି ପଶ୍ଚିମବଙ୍ଗ । ବାସ୍ !!"

ଗୋଟିଏ ଦିନ ପୂର୍ବରୁ ବାବୁଲ ସୁପ୍ରିଓ ଫେସବୁକରେ ଲେଖିଥିଲେ ଯେ ମୁଁ ତୁମମାନଙ୍କ ମଧ୍ୟରୁ କେତେଜଣଙ୍କୁ ଖୁସି କରିଛି, କେହି କେହି ଦୁଃଖିତ । କିନ୍ତୁ ଦୀର୍ଘ ସମୟ ଆଲୋଚନା ପରେ ମୁଁ କହୁଛି ଯେ ମୁଁ ଯାଉଛି । ରାଜନୀତିରେ ରହି ସାମାଜିକ କାର୍ଯ୍ୟ କରିବା ସମ୍ଭବ ନୁହେଁ । ମୋତେ ନିଜକୁ ବ୍ୟବସ୍ଥିତ କରିବାକୁ ଦିଆଯାଉ । ଗତ କିଛି ଦିନ ମଧ୍ୟରେ ମୁଁ ଅମିତ ଶାହା ଏବଂ ଜେପି ନଡ୍ଡା ଜିଙ୍କ ନିକଟକୁ ଯାଇଥିଲି, ମୁଁ ଯାହା ଅନୁଭବ କରୁଛି ସେମାନଙ୍କୁ କହିଲି ।

ସେ ଆହୁରି ଲେଖିଛନ୍ତି ଯେ, "ମୁଁ ତାଙ୍କ ଭଲପାଇବାକୁ କେବେବି ଭୁଲି ପାରିବି ନାହିଁ ଏବଂ ସେଥିପାଇଁ ମୁଁ ତାଙ୍କ ନିକଟକୁ ଯାଇପାରିବି ନାହିଁ, ତାଙ୍କ ପାଖକୁ ଯାଇ ଏହା କହିବାକୁ ମୋର ସାହସ ନାହିଁ । ମୁଁ ସ୍ଥିର କରିଛି, ମୁଁ କ'ଣ କରିବି । ମୁଁ ବହୁ ପୂର୍ବରୁ ସ୍ଥିର କରିଥିଲି ଯେ ମୁଁ କଣ କରିବି । ଯଦି ମୁଁ ବର୍ତ୍ତମାନ ଯାଉଛି, ସେମାନେ ଅନୁଭବ କରିପାରନ୍ତି ଯେ ମୁଁ ବୁଝାମଣା କରୁଛି ଏବଂ ଏହା ଠିକ୍ ନୁହେଁ । ମୁଁ କେବଳ ଅନୁରୋଧ କରୁଛି ଯେ ସେମାନେ ମୋତେ ଭୁଲ ବୁଝନ୍ତୁ ନାହିଁ ।"

ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା । ପଦରୁ ବିଦା ହେବା ପରେ ସେ ଆଜି ସୋଶାଲ ମିଡିଆରେ ରାଜନୀତିକୁ ଗୁଡବାଏ କହିଛନ୍ତି । ଆସନସୋଲରୁ 2 ଥର ସାଂସଦ ହୋଇଥିବା ବାବୁଲ 2014 ରୁ 2016 ଯାଏଁ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ । 2016 ଜୁଲାଇରୁ 2019 ମେ' ମାସ ଯାଏ ତାଙ୍କୁ ଭାରୀ ଶିଳ୍ପର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା । 2019 ରେ ମୋଦୀ ଦ୍ୱିତୀୟ ସରକାର ଆଣିବା ପରେ ବାବୁଲ ପରିବେଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ।

ତେବେ ନିକଟରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ପୂର୍ବରୁ ଯେଉଁ 12 ଜଣଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା, ସେମାନଙ୍କ ମଧ୍ୟରେ ବାବୁଲଙ୍କ ନାଁ ରହିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+