କର୍ଣ୍ଣାଟକ ରାଜନୀତି : ଅସ୍ଥିର ହେଉଛି ୟେଦ୍ଦୁରପ୍ପାଙ୍କ ଆସନ, ଦିଲ୍ଲୀ ଗଲେ ଦଳୀୟ ନେତା

କରୋନା ମହାମାରୀରେ ବେଶୀ ପ୍ରବାବିତ ରାଜ୍ୟ ମାନଙ୍କ ମଧ୍ୟରେ ରହିଛି କର୍ଣ୍ଣାଟକ । କିନ୍ତୁ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ୟେଦ୍ଦୁରପ୍ପା କରୋନା ନିୟନ୍ତ୍ରଣ କରିବା ପାଇଁ ସଂଘର୍ଷ କରୁଥିବାବେଳେ ତାଙ୍କୁ ଦଳରେ ବିଦ୍ରୋହର ମଧ୍ୟ ସାମ୍ନା କରିବାକୁ ପଡିଛି ।

ନୂଆଦିଲ୍ଲୀ : ଦକ୍ଷିଣରେ ବିଜେପିର ଏକମାତ୍ର ଦୁର୍ଗ କୁହାଯାଉଥିବା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କୁ ନେଇ ବର୍ତ୍ତମାନ ଅନ୍ତଃକନ୍ଦଳ ବଢିବାରେ ଲାଗିଛି । ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା ନେଇ ବିଜେପି ଭିତରେ ଦାବି ହୋଇଆସୁଛି । ଏହି ଉତ୍ତେଜନା ମଧ୍ୟରେ କେତେକ ବିଧାୟକ ଦିଲ୍ଲୀ ଯାଇଥିବା ନେଇ ମଧ୍ୟ ଖବର ଆସିଥିଲା । କିନ୍ତୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ୟେଦ୍ଦୁରପ୍ପା ସ୍ପଷ୍ଟ କରିଛନ୍ତି ଯେ, ସେ କୁଆଡ଼େ ଯାଉନାହାଁନ୍ତି ଏବଂ କରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ସେ ନିଜର ଧ୍ୟାନ ଦେଉଛନ୍ତି ।

b s yediyurappa

ସାମ୍ବାଦିକମାନଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ଦୁରପ୍ପା କହିଛନ୍ତି ଯେ, 'କିଛି ଲୋକଙ୍କ ଦିଲ୍ଲୀ ଯିବାରେ କୌଣସି ପରିବର୍ତ୍ତନ ହୋଇଯିବ ନାହିଁ । ସେମାନଙ୍କୁ ଠିକ୍ ଜବାବ୍ ଦେଇ ଫେରାଇ ଦିଆଯାଇଛି । ଏହି ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତେ ଏକାଠି ହେବା ଉଚିତ୍ । ସମସ୍ତ ବିଧାୟକ ଏବଂ ମନ୍ତ୍ରୀଙ୍କ ଧ୍ୟାନ କୋଭିଡ -19 ଉପରେ ରହିବା ଉଚିତ୍ ।'

ୟେଦ୍ଦୁରପ୍ପାଙ୍କୁ ହଟାଇବାକୁ ଦାବି

କରୋନା ମହାମାରୀରେ ବେଶୀ ପ୍ରବାବିତ ରାଜ୍ୟ ମାନଙ୍କ ମଧ୍ୟରେ ରହିଛି କର୍ଣ୍ଣାଟକ । କିନ୍ତୁ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ୟେଦ୍ଦୁରପ୍ପା କରୋନା ନିୟନ୍ତ୍ରଣ କରିବା ପାଇଁ ସଂଘର୍ଷ କରୁଥିବାବେଳେ ତାଙ୍କୁ ଦଳରେ ବିଦ୍ରୋହର ମଧ୍ୟ ସାମ୍ନା କରିବାକୁ ପଡିଛି ।

ରାଜ୍ୟର ଶାସକ ଦଳର କିଛି ବିଧାୟକ ଏବଂ ମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି ଯେ ୟେଦ୍ଦୁରପ୍ପାଙ୍କୁ ହଟାଇବା ନେଇ ଚାପ ପକାଇବା ପାଇଁ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ରାଜ୍ୟର ଜଣେ ମନ୍ତ୍ରୀ କହିଛନ୍ତି ଯେ, ତାଙ୍କୁ କିଛି ବିଧାୟକ ଦିଲ୍ଲୀ ଯିବାନେଇ ରିପୋର୍ଟ ମିଳିଛି । ସେ କହିଥିଲେ ଯେ ଏଭଳି ଘଟଣା ଘଟୁଛି ଏହା ସତ୍ୟ । ଏହି କଳ୍ପନାଜଳ୍ପନା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ବ୍ୟକ୍ତି କହିଛନ୍ତି ଯେ 78 ବର୍ଷୀୟ ନେତା ତାଙ୍କ କାର୍ଯ୍ୟକାଳ ଶେଷ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+