Get Updates
Get notified of breaking news, exclusive insights, and must-see stories!

‘ବ୍ଲାକ୍ ମେଲ୍ କରୁଛନ୍ତି ସୌମ୍ୟ', ଏଭଳି କହିଲେ ମନ୍ତ୍ରୀ ଅତନୁ... ଜବାବ ରଖିଲେ ସୌମ୍ୟ

ଭୁବନେଶ୍ୱର: ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ 5 ଟି ସଚିବଙ୍କ ଗସ୍ତକୁ ନେଇ ବିଜେଡି ସରକାରକୁ ଟାର୍ଗେଟ୍ କରୁଥିବା ବିଜେଡ଼ି ବିଧାୟକ ସୌମ୍ୟ ପଟ୍ଟନାୟକ ଦଳକୁ ବ୍ଲାକ୍ ମେଲ୍ କରୁଛନ୍ତି । ଅରୁଣ ସାହୁଙ୍କ ପରେ ଏବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ସୌମ୍ୟଙ୍କୁ ଟାର୍ଗେଟ୍‌ କରିଛନ୍ତି । ସୌମ୍ୟଙ୍କ ବୟାନକୁ ଦଳ ବିରୋଧୀ କାର୍ଯ୍ୟ ବୋଲି ଅତନୁ କହିଛନ୍ତି ।

Atanu - soumya patnaik

ଦଳରେ ଥାଇ ଦଳକୁ ବ୍ଲାକମେଲ କରୁଛନ୍ତି, ପୂର୍ବରୁ ଅନେକ ଥର ଏମିତି କରିଛନ୍ତି ଏହା ତାଙ୍କ ପୁରୁଣା ଅଭ୍ୟାସ । ସୌମ୍ୟ ବାବୁଙ୍କ ଲେଖା ର ପ୍ରଭାବ ଲୋକଙ୍କ ଉପରେ ପଡ଼ିବନି । ସୌମ୍ୟ ବାବୁ କଣ, କେତେ ଥର ଦଳ ପରିବର୍ତ୍ତନ କରି ଏଠିକି ଆସିଛନ୍ତି ତାହା ରାଜ୍ୟବାସୀ ଜାଣିଛନ୍ତି । ବିଗତ ଦିନ ରେ ମଧ୍ୟ ସେ ବ୍ଲାକମେଲ କରିଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ରାଜ୍ୟ ଗସ୍ତ କରି ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଆଣିଲେ, ସେଥିରେ ସୌମ୍ୟ ବାବୁଙ୍କ ଅସୁବିଧା କେଉଁଠି ରହିଲା ? ସୌମ୍ୟ ବାବୁ ଯେଉଁ ମନ୍ତବ୍ୟ ଲେଖୁଛନ୍ତି ତାକୁ ଆମେ ବିରୋଧ କରୁଛୁ । ବ୍ଲାକମେଲ କରିବା କିମ୍ବା ରାଜନୈତିକ ସଂକୀର୍ଣ୍ଣତାକୁ ନେଇ ଚାଲିବା ଠିକ ନୁହେଁ ବୋଲି କହିଛନ୍ତି ଅତନୁ ।

ତେବେ ଏହା ଉପରେ ଜବାବ ଦେଇ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ମୁଁ ଲେଖିଥିବା 'ଆତ୍ମ ବିଭୋର ପ୍ରଶାସକ, ଅସହାୟ ରାଜନେତା' ଶୀର୍ଷକ ସମ୍ପାଦକୀୟକୁ ବିଜେଡିର ବରିଷ୍ଠ ଯୁବ ବିଧାୟକମାନେ ଏଭଳି କହି ସତ ବୋଲି ପ୍ରତିପାଦିତ କରିଛନ୍ତି । ସେ ନିଜେ କେତେ ଅସହାୟ ତାଙ୍କ କଥାରୁ ଜଣାପଡୁଛି । ଏଭଳି କହିବା ପାଇଁ ଉପରୁ କୁହାଯାଉଛି । ଜଣେ ମନ୍ତ୍ରୀ ପଦ ହରାଇ ବ୍ଲାକମେଲ୍ କଥା କହୁଛନ୍ତି ଏବଂ ଆଉ ଜଣେ ମନ୍ତ୍ରୀପଦ ହରାଇବା ଭୟରେ ଏଭଳି କହୁଛନ୍ତି ।'

ଏହା ସହ ବିଜେଡି ଲୋକ ଜାଣିଛନ୍ତି ଦଳର ସ୍ୱାର୍ଥ ପାଇଁ କଣ ହେବା ଦରକାର ।' ଖାଲି ସେତିକି ନୁହେଁ ସୌମ୍ୟ ଆହୁରି କହିଛନ୍ତି ଯେ, 'ମୁଁ ଯାହା କହୁଛି ଦଳର ସ୍ୱାର୍ଥ ପାଇଁ କହୁଛି, କାହା ମନକୁ ନପାଇଲା ସେଥିରେ ମୋର କିଛି କହିବାର ନାହିଁ । ମୁଁ ବିଜେଡିର ସ୍ୱାର୍ଥ, ଓଡ଼ିଶାର ସ୍ୱାର୍ଥ ପାଇଁ କହୁଛି ।'

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+