ଟିଏମସିର 38 ବିଧାୟକଙ୍କ ଆମ ସହ ଭଲ ସମ୍ପର୍କ ଅଛି, ସିଧାସଳଖ ଯୋଗାଯୋଗରେ ଅଛନ୍ତି 21 ଜଣ !
ଟିଏମସିର 38 ବିଧାୟକ ବିଜେପି ସହ ଭଲ ସମ୍ପର୍କ ଥିବା ବେଳେ 21 ଜଣ ସିଧାସଳଖ ଯୋଗାଯୋଗରେ ଥିବା କୁହାଯାଉଛି । ଏପରି ଦାବି କରିଛନ୍ତି ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ।
କୋଲକାତା : ବିଧାନସଭା ହେଉ କିମ୍ବା ଲୋକସଭା ନିର୍ବାଚନ, ରାଜ୍ୟରେ ସବୁବେଳେ ବିଜେପିକୁ ପଛରେ ପକାଇ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏପରିକି କେନ୍ଦ୍ର ସରକାରର ଅଧିକାଂଶ ନିଷ୍ପତ୍ତି ବିରୋଧରେ ସାମ୍ମୁଖ୍ୟ ଖୋଲିଥାନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି କେତେକ ନେତା ବିଜେପିରେ ସାମିଲ ହୋଇଥିଲେ ମଧ୍ୟ ନିର୍ବାଚନ ପରେ ସେମାନେ ପୁଣି ମମତାଙ୍କ ହାତ ଧରିଥିଲେ । ଏପରିକି କେତେକ ବଡ଼ ବଡ଼ ବିଜେପି ନେତା ମଧ୍ୟ ଟିଏମସିରେ ସାମିଲ ହୋଇଥିଲେ । କିନ୍ତୁ ବର୍ତ୍ତମାନ କୋଲକାତା ରାଜନୀତିରେ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି ।

ଟିଏମସିର 38 ବିଧାୟକ ବିଜେପି ସହ ଭଲ ସମ୍ପର୍କ ଥିବା ବେଳେ 21 ଜଣ ସିଧାସଳଖ ଯୋଗାଯୋଗରେ ଥିବା କୁହାଯାଉଛି । ଏପରି ଦାବି କରିଛନ୍ତି ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ।
ବୁଧବାର କୋଲକାତାରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ଯେ ଆପଣ ବ୍ରେକିଙ୍ଗ ଖବର ଶୁଣିବାକୁ ଚାହୁଁଛନ୍ତି କି ? ଯାହା ପରେ ସେ ପ୍ରକାଶ କରିଛନ୍ତି ଯେ ବର୍ତ୍ତମାନ 38 ଟିଏମସି ବିଧାୟକଙ୍କ ସହ ଆମର ବହୁତ ଭଲ ସମ୍ପର୍କ ଅଛି, ସେଥିମଧ୍ୟରୁ 21 ଜଣ ଆମ ସହିତ ସିଧାସଳଖ ଯୋଗାଯୋଗରେ ଅଛନ୍ତି ।
ଅପରପକ୍ଷରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କ୍ରମାଗତ ଭାବେ ବିଜେପିକୁ ଟାର୍ଗେଟ କରୁଛନ୍ତି । ମୁଦ୍ରାସ୍ଫୀତି ପରେ ମମତା ବର୍ତ୍ତମାନ ଇଡି, ଇନକମ ଟ୍ୟାକ୍ସ ଏବଂ ସିବିଆଇ ଚଢାଉକୁ ନେଇ କେନ୍ଦ୍ର ଉପରେ ଆକ୍ରମାତ୍ମକ ଆଭିମୁଖ୍ୟ ରଖିଛନ୍ତି । ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି ଯେ ଆଜିର ପରିସ୍ଥିତିରେ ମୁଁ କହିବାକୁ ଚାହେଁ ଯେଉଁମାନେ ଶିଳ୍ପପତି ଅଟନ୍ତି, ସେମାନଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ । ମୁଁ ଜାଣେ ଆପଣଙ୍କ ଘରେ ଇଡି, ଆଇଟି ଏବଂ ସିବିଆଇ ଦ୍ୱାରା ଚଢାଉ କରାଯାଇଛି । କିନ୍ତୁ ମୁଁ ନିଶ୍ଚିତ ଯେ 2024 ରେ ବିଜେପି କ୍ଷମତାକୁ ଫେରିବ ନାହିଁ, ତେଣୁ ସେମାନେ ପୁରୁଣା ଘର (ସଂସଦ) କୁ ଭାଙ୍ଗି ଏକ ନୂତନ ଗୃହ (ସେଣ୍ଟ୍ରାଲ ଭିସ୍ତା) ନିର୍ମାଣ କରୁଛନ୍ତି । କାରଣ ସେମାନଙ୍କ ପୁରୁଣା ଘରକୁ ଯିବା ଆଉ ସମ୍ଭବ ନୁହେଁ । କିନ୍ତୁ ଯଦି ଆପଣ ଯେ କୌଣସି ଘରକୁ ଯାଆନ୍ତୁ, ଭାଗ୍ୟ ଖରାପ ଥିଲେ କେବେଭଲ ହେବ ନାହିଁ ।












Click it and Unblock the Notifications