Get Updates
Get notified of breaking news, exclusive insights, and must-see stories!

Assembly Elections Result 2023: ରାଜନୈତିକ ଦଳମାନଙ୍କ ପ୍ରତିଶୃତିର ପରୀକ୍ଷା, ଜାଣନ୍ତୁ କେଉଁ ଦଳର ଥିଲା କଣ ପ୍ରତିଶୃତି

Assembly Elections Result 2023: 2024 ଲୋକସଭା ନିର୍ବାଚନ ପୂର୍ବରୁ ଆସନ୍ତାକାଲି ହେବ ସେମି ଫାଇନାଲ୍ । 5 ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରୁ ଡିସେମ୍ବର 3 ତାରିଖରେ 4 ରାଜ୍ୟର ଫଳାଫଳ ଆସିବ । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନାରେ ରାଜନୈତିକ ଦଳମାନେ ଦେଇଥିବା ପ୍ରତିଶୃତି ଉପରେ ମତଦାତା କେତେ ଆଶା ପ୍ରକଟ କରିଛନ୍ତି ତାହା ଜଣାପଡ଼ିବ । କେଉଁ ରାଜ୍ୟରେ କେଉଁ ଦଳ ସରକାରରେ ରହିବ ସେ ନେଇ ଆସନ୍ତାକାଲି ଭାଗ୍ୟ ମଧ୍ୟ ସ୍ଥିର ହେବ ।

Assembly Elections Result 2023

ତେବେ, ନିର୍ବାଚନ ପରେ ଏକଜିଟ୍ ପୋଲ୍ ଫଳାଫଳ ଆସି ସାରିଛି । ଏଥିରେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପି ଆଗୁଆ ଥିବା ଦେଖାଯାଇଥିବାବେଳେ ତେଲେଙ୍ଗାନା ଏବଂ ଛତିଶଗଡରେ କଂଗ୍ରେସକୁ ଫାଇଦା ହେବ ବୋଲି ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି । ଏବେ ଦେଖିବାକୁ ବାକି ରହିଲା ନିର୍ବାଚନୀ ପ୍ରଚାର ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳ ଦେଇଥିବା ପ୍ରଲୋଭନକାରୀ ପ୍ରତିଶୃତି ବଳରେ କେଉଁ ଦଳ ସରକାରରେ ରହିବ ତାହା ଦେଖିବା ବାକି ରହିଲା ।

ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେଉଁ ଦଳ କଣ ପ୍ରତିଶୃତି ଦେଇଥିଲେ...

ଛତିଶଗଡର ନିର୍ବାଚନ ପ୍ରତିଶୃତି:

ବିଜେପି:

ଧାନ କିଣିବା ପାଇଁ ଏକର ପ୍ରତି 20 କ୍ୱିଣ୍ଟାଲ ପ୍ରତିଶୃତି ।
ଧାନର ମୂଲ୍ୟ କ୍ୱିଣ୍ଟାଲ୍ ପ୍ରତି 3200 ଟଙ୍କା ଦେବାକୁ ପ୍ରତିଶୃତି ।
18 ଲକ୍ଷ ପରିବାରକୁ ଘର ଯୋଗାଇ ଦେବାକୁ ପ୍ରତିଶୃତି ।
କେନ୍ଦୁ ପତ୍ରରେ ବସ୍ତା ପିଛା 5500 ଟଙ୍କା ଦିଆଯିବ ।
କେନ୍ଦୁପତ୍ରରେ ପ୍ରତିବର୍ଷ 4500 ଟଙ୍କା ବୋନସ୍ ଦେବାକୁ ପ୍ରତିଜ୍ଞା
ଗ୍ୟାସ ସିଲିଣ୍ଡର ଉପରେ 500 ଟଙ୍କା ସବସିଡି ଦେବାର ପ୍ରତିଶୃତି

କଂଗ୍ରେସ

ଧାନ କିଣିବା ପାଇଁ 21 କ୍ୱିଣ୍ଟାଲ / ଏକର ପ୍ରତିଶୃତି ।
କ୍ୱିଣ୍ଟାଲ ପିଛା ଧାନର ମୂଲ୍ୟ 3200 ଟଙ୍କା ଦେବାକୁ ପ୍ରତିଶୃତି ।
17.50 ଲକ୍ଷ ପରିବାରକୁ ଘର ଯୋଗାଇଦେବାକୁ ପ୍ରତିଶୃତି ।
କେନ୍ଦୁ ପତ୍ରରେ ଷ୍ଟାଣ୍ଡାର୍ଡ ବ୍ୟାଗ ପିଛା 6000 ଟଙ୍କା ଦିଆଯିବ ।
ଗ୍ୟାସ ସିଲିଣ୍ଡର ଉପରେ 500 ଟଙ୍କା ସବସିଡି ଦେବାର ପ୍ରତିଶୃତି ।

ତେଲେଙ୍ଗାନା ନିର୍ବାଚନ ପ୍ରତିଶୃତି:
ବିଜେପି:

ଧର୍ମ ଆଧାରରେ ସଂରକ୍ଷଣ ହଟାଇବାକୁ ପ୍ରତିଜ୍ଞା ।
କେସିଆର ସରକାରଙ୍କ ବିରୋଧରେ ଯାଞ୍ଚ କରିବାକୁ ପ୍ରତିଶୃତି ।
ପେଟ୍ରୋଲ ଏବଂ ଡିଜେଲ ଶସ୍ତା ହେବ, 4 ଟି ସିଲିଣ୍ଡର ମାଗଣାରେ ଦିଆଯିବ ।
ଧାନ ଉପରେ 3,100 ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ।
ଛାତ୍ରୀମାନଙ୍କୁ ମାଗଣା ଲାପଟପ୍ ।
17 ସେପ୍ଟେମ୍ବରକୁ ହାଇଦ୍ରାବାଦ ମୁକ୍ତି ଦିବସ ପାଳନ ନେଇ ପ୍ରତିଶୃତି ।

କଂଗ୍ରେସ

ଜାତିଭିତ୍ତିକ ଜନଗଣନା
ଅଳ୍ପସଂଖ୍ୟକ କଲ୍ୟାଣ ପାଇଁ ବାର୍ଷିକ ବଜେଟ୍ 4000 କୋଟି ଟଙ୍କା କରିବାକୁ ପ୍ରତିଶୃତି
ବେରୋଜଗାରୀ ଅଳ୍ପସଂଖ୍ୟକ ଯୁବକ ଓ ମହିଳାମାନଙ୍କୁ ପ୍ରତିବର୍ଷ 1000 କୋଟି ଟଙ୍କା ଋଣ
M.Fhil ଏବଂ PhD ପ୍ରୋଗ୍ରାମ ସମାପ୍ତ ହେବାପରେ 5 ଲକ୍ଷ ଟଙ୍କା ଆର୍ଥିକ ସହାୟତା
ସମସ୍ତ ଧର୍ମର ପୁରୋହିତମାନଙ୍କ ପାଇଁ ମାସିକ 10,000 ରୁ 12,000 ଟଙ୍କା ଆର୍ଥିକ ସହାୟତା
ଉର୍ଦ୍ଦୁ ଶିକ୍ଷକଙ୍କ ପାଇଁ ବିଶେଷ ଭର୍ତ୍ତି
ଅଳ୍ପସଂଖ୍ୟକଙ୍କ ଘର ପାଇଁ 5 ଲକ୍ଷ ଟଙ୍କା ଆର୍ଥିକ ସହାୟତା

ବି ଆର୍ ଏସ୍

ରାଇଥୁ ବୀମା ସାମାଜିକ ସୁରକ୍ଷା ପେନ୍‌ସନ୍‌ରେ LIC ମାଧ୍ୟମରେ 5 ଲକ୍ଷ ଟଙ୍କା ଜୀବନ ବୀମା
ସାମାଜିକ ସୁରକ୍ଷା ପେନସନ୍ କୁ ପାଞ୍ଚ ବର୍ଷରେ ଧୀରେ ଧୀରେ ମାସିକ 5000 ଟଙ୍କାକୁ ବୃଦ୍ଧି
ଦିବ୍ୟାଙ୍ଗଙ୍କ ପାଇଁ ପେନସନ୍ ଧୀରେ ଧୀରେ ମାସିକ 6,016 ଟଙ୍କାକୁ ବୃଦ୍ଧି
ରାଇଥୁ ବନ୍ଧୁ ଯୋଜନା ରେ କୃଷକଙ୍କ ପାଇଁ ଏକର ପିଛା 10,000 ରୁ 12,000 ଟଙ୍କାକୁ ବୃଦ୍ଧି
'ଆରୋଗ୍ୟ ଶ୍ରୀ' ସ୍ୱାସ୍ଥ୍ୟ ଯୋଜନାରେ 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା
ମୁସଲମାନ ସମ୍ପ୍ରଦାୟ ପାଇଁ ହାଇଦ୍ରାବାଦ ନିକଟରେ ପାହାଡ଼ି ସରିଫରେ ଆଇଟି ପାର୍କ

ମଧ୍ୟପ୍ରଦେଶର ନିର୍ବାଚନ ପ୍ରତିଶୃତି:
ବିଜେପି

ଉଜ୍ୱଳା ଏବଂ ଲାଡଲି ଭଉଣୀମାନଙ୍କୁ 450 ଟଙ୍କାରେ ଗ୍ୟାସ୍ ସିଲିଣ୍ଡର
ଚାକିରୀ କିମ୍ବା ସ୍ୱୟଂ ନିଯୁକ୍ତି ସୁଯୋଗ ପାଇଁ 15 ଲକ୍ଷ ଗ୍ରାମୀଣ ମହିଳାଙ୍କୁ ଦକ୍ଷତା ତାଲିମ
ଲାଡଲି ଲକ୍ଷ୍ମୀଙ୍କୁ ଜନ୍ମରୁ 21 ବର୍ଷ ପର୍ଯ୍ୟନ୍ତ2 ଲକ୍ଷ ଟଙ୍କା
ଗହମ କ୍ୱିଣ୍ଟାଲ ପିଛା 2700 ଟଙ୍କାରେ ଏବଂ ଧାନ କ୍ୱିଣ୍ଟାଲ ପିଛା 3100 ଟଙ୍କା ରେ କିଣାଯିବ
କିଷାନ୍ ସମ୍ମାନ ନିଧି ଏବଂ କୃଷକ କଲ୍ୟାଣ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ବାର୍ଷିକ 12,000 ଟଙ୍କା ଆର୍ଥିକ ସହାୟତା
ଏକ୍ସପ୍ରେସୱେ ନିକଟରେ ଶିଳ୍ପ କରିଡର ନିର୍ମାଣ
4.5 ଲକ୍ଷରୁ ଅଧିକ ଯୁବକଙ୍କୁ ନିଯୁକ୍ତି
ଗରିବ ପରିବାରର ସମସ୍ତ ଛାତ୍ରଙ୍କୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା
20,000 କୋଟି ଟଙ୍କା ବିନିଯୋଗରେ ସ୍ୱାସ୍ଥ୍ୟ ବ୍ୟବସ୍ଥା
ନର୍ମଦା ତାପ୍ତି ଏବଂ କ୍ଷିପ୍ରା ପରି ପବିତ୍ର ନଦୀ ଘାଟର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ

କଂଗ୍ରେସ

କୃଷକମାନଙ୍କ ଠାରୁ ଗହମ କ୍ୱିଣ୍ଟାଲ 2600 ଟଙ୍କା ଏବଂ 2500 ଟଙ୍କାରେ ଧାନ କିଣାଯିବ
କିଲୋଗ୍ରାମ ପିଛା 2 ଟଙ୍କାରେ ଗୋବର କିଣାଯିବ
ନନ୍ଦିନୀ ଯୋଜନା ଆରମ୍ଭ
2 ଲକ୍ଷ ପଦବୀରେ ନିଯୁକ୍ତି
ଯୁବ ସ୍ୱାଭିମାନ ଯୋଜନା ଆରମ୍ଭ
25 ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଏବଂ 10 ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା 10 ଲକ୍ଷ
ସାମାଜିକ ସୁରକ୍ଷା ପେନସନ୍ ଯୋଜନାରେ ମାସିକ 1200 ଟଙ୍କା
ମେରି ବେଟି ଯୋଜନାରେ 2 ଲକ୍ଷ 51 ହଜାର ଟଙ୍କା
ଆଇପିଏଲ୍ ରେ ମଧ୍ୟପ୍ରଦେଶର ଟିମ୍

ରାଜସ୍ଥାନର ନିର୍ବାଚନ ପ୍ରତିଶୃତି:
କଂଗ୍ରେସ

ଚିରଞ୍ଜୀବୀ ବୀମା ରାଶିକୁ 25 ଲକ୍ଷରୁ 50 ଲକ୍ଷ ଟଙ୍କାକୁ ବୃଦ୍ଧି
4 ଲକ୍ଷ ଯୁବକଙ୍କ ପାଇଁ ସରକାରୀ ଚାକିରୀ ଏବଂ 10 ଲକ୍ଷ ଯୁବକଙ୍କ ପାଇଁ ନିଯୁକ୍ତି
ସମର୍ଥ ଯୁବ ପଞ୍ଚାୟତ ସ୍ତରରେ ସରକାରୀ ଚାକିରି ପାଇଁ ନୂତନ କାର୍ଡ
ଗ୍ୟାସ ସିଲିଣ୍ଡର 400 ଟଙ୍କା
MNREGA ଏବଂ ଇନ୍ଦିରା ଗାନ୍ଧୀ ସହରୀ ରୋଜଗାର ରେ 125 ରୁ 150 ଦିନକୁ ବୃଦ୍ଧି
ଜାତିଭିତ୍ତିକ ଜନଗଣନା
ଆବାସ ଅଧିକାର କାନୁନ

ବିଜେପି

କେଜି ଠାରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା
450 ଟଙ୍କା ରେ ଏଲପିଜି
ଯୁବକ ଏବଂ ବେକାରଙ୍କ ପାଇଁ ଉତ୍କୃଷ୍ଟ ଶିକ୍ଷା, 2.5 ଲକ୍ଷ ସରକାରୀ ଚାକିରୀ
ମହିଳାମାନଙ୍କ ପାଇଁ ସୁରକ୍ଷିତ ସମାଜ
ସଶକ୍ତ ମହିଳା କୃଷକମାନଙ୍କ ପାଇଁ ଖୁସି କୃଷକ ଯୋଜନା

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+