Assembly Election 2021 : ଆସାମରେ ମୁହାଁମୁହିଁ ହେବେ ମୋଦୀ ଏବଂ ରାହୁଲ ଗାନ୍ଧୀ, ହଳଦିଆରେ ସମ୍ବୋଧନ କରିବେ ମମତା
ଆସାମ ଏବଂ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ବ୍ୟତୀତ ମମତାଙ୍କ ତୃଣମୂଳ କଂଗ୍ରେସ ଜୋରଦାର ପ୍ରଚାର କରୁଛନ୍ତି ।
ନୀଆଦିଲ୍ଲୀ : ଆସାମ ଏବଂ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ବ୍ୟତୀତ ମମତାଙ୍କ ତୃଣମୂଳ କଂଗ୍ରେସ ଜୋରଦାର ପ୍ରଚାର କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (ମାର୍ଚ୍ଚ 20) ଏବଂ ରବିବାର (ମାର୍ଚ୍ଚ 21) ରେ ଦୁଇ ଦିନିଆ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ । ଶନିବାର ଦିନ ପଶ୍ଚିମବଙ୍ଗର ଖଡ଼ଗପୁର ଏବଂ ଆସାମର ଛବୁଆରେ ନିର୍ବାଚନ ରାଲିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ । ଅନ୍ୟପକ୍ଷରେ କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଆଜି ଆସାମ ଗସ୍ତରେ ଅଛନ୍ତି । ରାହୁଲ ଗାନ୍ଧୀ 19 ମାର୍ଚ୍ଚ ଏବଂ 20 ମାର୍ଚ୍ଚରେ ମଧ୍ୟ ଆସାମରେ ନିର୍ବାଚନା ପ୍ରଚାର ସମ୍ଭାଳିବେ । ଆଜି ରାହୁଲ ଗାନ୍ଧୀ ଆସାମରେ କଂଗ୍ରେସ ଦଳର ଘୋଷଣା ପତ୍ର ମଧ୍ୟ ଜାରି କରିପାରନ୍ତି । ଆସାମରେ ଆଜି ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଥବା ବେଳେ, ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ୍ କରିବାର ଚର୍ଚ୍ଚା ଜୋର୍ ଧରିଛି । ଏଥର ଆସାମ ନିର୍ବାଚନରେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) କୁ ନିର୍ବାଚନ ପ୍ରସଙ୍ଗ ବନାଇଛନ୍ତି ।

ବିଜେପିର ବିକାଶ ଏଜେଣ୍ଡା ବିଷୟରେ ଜନତାଙ୍କି କହିବି- ପ୍ରଧାନମନ୍ତ୍ରୀ ମୋଦୀ
ବଙ୍ଗଳା ଓ ଆସାମ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଉଭୟ ରାଜ୍ୟରେ ଏନଡିଏ ଜିତିବ । କାରଣ ଜନସାଧାରଣ ଚାହୁଁଛନ୍ତି ଯେ ଏନଡିଏ ଉଭୟ ରାଜ୍ୟରେ କ୍ଷମତାକୁ ଆସୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ, ସେ ପଶ୍ଚିମବଙ୍ଗର ଖଡ଼ଗପୁର ଏବଂ ଆସାମର ଛବୁଆରେ ରାଲି କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରେ କହିଛନ୍ତି ଯେ 'ରାଲିରେ ମୁଁ ଉଭୟ ରାଜ୍ୟବାସୀଙ୍କୁ ବିଜେପିର ବିକାଶ ଏଜେଣ୍ଡା ବିଷୟରେ କହିବି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ଉଭୟ ରାଜ୍ୟ ଏନଡିଏକୁ ଜିତାଇବାକୁ ଚାହୁଁଛନ୍ତି ।'
Will be in Assam and West Bengal tomorrow and the day after.
— Narendra Modi (@narendramodi) March 19, 2021
Tomorrow, 20th March, I would be speaking at rallies in Kharagpur (WB) and Chabua (Assam). Will elaborate on BJP’s development agenda during my speeches. It is clear both states want to elect NDA in the upcoming polls.
ଆସାମରେ ରହିଛି ରାହୁଲଙ୍କ କାର୍ଯ୍ୟକ୍ରମ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଆସାମର ତିନ୍ସୁକିଆରେ ଥିବା ଆଇଓସି ରିଫାଇନାରୀରେ କର୍ମଚାରୀଙ୍କ ସହ ଆଲୋଚନା କରିବେ । ଏହା ପରେ ସେ ଜୋରହାଟ ଏବଂ ବିଶ୍ୱନାଥରେ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର (ମାର୍ଚ୍ଚ 18), ରାହୁଲ ଗାନ୍ଧୀ ଦିବ୍ରୁଗଡ଼ର ଏକ କଲେଜରେ ଛାତ୍ରମାନଙ୍କ ସହ କଥା ହୋଇଥିଲେ । ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ ।
ହଳଦିଆରେ ରାଲି କରିବେ ମମତା
ଶନିବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ହଲଦିଆରେ ହେବାକୁ ଥିବା ସମାବେଶରେ ଯୋଗଦେବେ ବୋଲି ଜଣାପଡିଛି । ଶନିବାର ମଧ୍ୟାହ୍ନ 12 ଟାରେ ମମତା ବାନାର୍ଜୀ ହଲଦିଆରେ ସମ୍ବୋଧିତ କରିବେ । ଏହା ପରେ ମମତା ଦିନ ଗୋଟାଏରେ ଖେଜୁରୀରେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ ମମତା ବାନାର୍ଜୀ ଦିନ 2 ଟା ସମୟରେ ମେଚୋଗ୍ରାମରେ ରାଲି କରିବେ । ଆଜି ଗୋଟିଏ ଦିନରେ ମମତା ବାନାର୍ଜୀ ମୋଟ ତିନୋଟି ରାଲି କରିବା ନେଇ କାର୍ଯ୍ୟକ୍ର ସ୍ଥିର କରିଛନ୍ତି ।












Click it and Unblock the Notifications