Get Updates
Get notified of breaking news, exclusive insights, and must-see stories!

ବିଧାନସଭା ନିର୍ବାଚନ 2023: ମଧ୍ୟପ୍ରଦେଶରେ 71.6 ଏବଂ ଛତିଶଗଡ଼ରେ 5ଟା ସୁଦ୍ଧା 68.15 ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ସରିଛି ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ମତଦାନ । ଶୁକ୍ରବାର ସନ୍ଧ୍ୟା ରେ ସରିଛି ମତଦାନ । ମଧ୍ୟ ପ୍ରଦେଶରେ 71.6 ପ୍ରତିଶତ ହୋଇଛି । ସେହିପରିସ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ 70 ଆସନରେ 5 ଟା ସୁଦ୍ଧା 68.15 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।

vote

ମଧ୍ୟ ପ୍ରଦେଶରେ 230 ଆସନରେ 2533 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ସେହିପରି ଛଶିତଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟରେ 827 ଜଣ ପୁରୁଷ, 130 ଜଣ ମହିଳା ଓ ଅନ୍ୟ ଜଣେ (ତୃତୀୟ ଲିଙ୍ଗୀ)ଙ୍କ ସମେତ ମୋଟ 958 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ।

ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ହିଂସା ଖବର ସାମ୍ନାକୁ ଆସିଛି । ନକ୍ସଲ ଆକ୍ରମଣରେ ଆଇଟିବିପି ଯବାନ ସହିଦ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ କରି ସୁରକ୍ଷାକର୍ମୀ ଫେରିବା ବେଳେ ନକ୍ସଲଙ୍କ ଦ୍ୱାରା ହୋଇଥିବା ଆଇଇଡି ବିସ୍ଫୋରଣରେ 2 ଯବାନ ସହିଦ ହୋଇଛନ୍ତି ।
ଜୋରଦାର ପ୍ରଚାର ଓ ନିର୍ବାଚନର ଇସ୍ତାହାରରେ ପ୍ରତିଶ୍ରୁତିର ବର୍ଷା ମଧ୍ୟ କରିଥିଲା ସମସ୍ତ ଦଳ । ତେବେ ଡିସେମ୍ବର 3 ରେ ଫଳାଫଳ ଘୋଷଣା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+