Get Updates
Get notified of breaking news, exclusive insights, and must-see stories!

ତିନି ରାଜ୍ୟରେ ବାଜିଲା ନିର୍ବାଚନୀ ବିଗୁଲ୍, ଜାଣନ୍ତୁ କେବେ ହେବ କେଉଁଠି ନିର୍ବାଚନ

ତ୍ରିପୁରାରେ 16 ଫେବୃଆରୀରେ ହେବ ନିର୍ବାଚନ । ସେହିପରି ନାଗାଲାଣ୍ଡ ଓ ମେଘାଳୟରେ ଫେବୃଆରୀ 27 ରେ ହେବ ନିର୍ବାଚନ । 2 ମାର୍ଚ୍ଚରେ ପ୍ରକାଶ ପାଇବ ଫଳାଫଳ ।

ନୂଆଦିଲ୍ଲୀ: ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟରେ ବିଧାନସଭଆ ନିର୍ବାଚନ ନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ତିନି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ । ତ୍ରିପୁରାରେ 16 ଫେବୃଆରୀରେ ହେବ ନିର୍ବାଚନ । ସେହିପରି ନାଗାଲାଣ୍ଡ ଓ ମେଘାଳୟରେ ଫେବୃଆରୀ 27 ରେ ହେବ ନିର୍ବାଚନ । 2 ମାର୍ଚ୍ଚରେ ପ୍ରକାଶ ପାଇବ ଫଳାଫଳ ।

election

ଏହି ତିନି ରାଜ୍ୟରେ ବିଧାନସଭାର କାର୍ଯ୍ୟକାଳ ମାର୍ଚ୍ଚ 2023 ରେ ଶେଷ ହେଉଛି । ଆସନ୍ତା ମାର୍ଚ୍ଚ 12 ରେ ନାଗାଲାଣ୍ଡ, ମାର୍ଚ୍ଚ 15 ମେଘାଳୟ ଏବଂ ମାର୍ଚ୍ଚ 22 ରେ ତ୍ରିପୁରା ର ବିଧାନସଭାର କାର୍ଯ୍ୟକାଳ ଶେଷ ହେବ । ତିନି ରାଜ୍ୟରେ 60 ଲେଖାଏଁ ବିଧାସଭା ଆସନ ଥିବା ବେଳେ ସରକାର ଗଠନ କରିବାକୁ ବହୁମତ ସଖ୍ୟା ରହିଛି 31 ।

ଏହା ବ୍ୟତୀତ ଚଳିତ ବର୍ଷ ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ମଧ୍ୟ ହେବାର ସମ୍ଭାବନା ରହିଛି । ନଭେମ୍ବର 2018 ଠାରୁ ୟୁନିଅନ୍ ଟେରିଟୋରୀର ବିଧାନସଭା ବିଲୋପ ହୋଇଯାଇଛି । ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ 2014 ଠାରୁ ପ୍ରଥମ ଏବଂ କେନ୍ଦ୍ର ଧାରା 370 ରଦ୍ଦ କରି 2019 ରେ ରାଜ୍ୟତା ପ୍ରତ୍ୟାହାର ପରେ ପ୍ରଥମ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+